ଶିଳ୍ପ ବିକାଶକୁ ଝଟକା:ଇଥାନଲ୍‌ ପ୍ରକଳ୍ପରୁ ଓହରିଗଲା ଏଚ୍‌ପିସିଏଲ୍‌

ନବରଙ୍ଗପୁର,୬।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ହେବାକୁ ଥିବା ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌) କମ୍ପାନୀ ଓହରିଯାଇଥିବା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ଚରକବନରେ ଖବରଦାତାମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତରେ କହିଛନ୍ତି। ଜିଲାରେ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପେଟ୍ରୋଲିୟମ ଓ କୃଷିମନ୍ତ୍ରୀଙ୍କ ସହ ଆଲୋଚନାକରି ପ୍ରକଳ୍ପ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଚିନି କାରଖାନାର ବିଫଳତା ଓ ଏବେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ କମ୍ପାନୀ ଓହରିଯିବା ଘଟଣା ଜିଲାର ଶିଳ୍ପ ବିକାଶକୁ ଶକ୍ତ ଝଟକା ଦେଇଛି।
୨୦୧୯ ନିର୍ବାଚନରେ ଭାଜପାର କେନ୍ଦ୍ରୀୟ ନେତା ଉମରକୋଟରେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପର ଘୋଷଣା କରିଥିଲେ। ଏହି ପ୍ରକଳ୍ପକୁ ଏଚ୍‌ପିସିଏଲ୍‌ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଭଳିକି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପରେ ମଧ୍ୟ ଇଥାନଲ୍‌ ପ୍ରକଳ୍ପ ପାଇଁ ୭୦ ଏକର ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ପ୍ରକଳ୍ପ ଅଟକିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଚ୍‌ପିସିଏଲ୍‌ କମ୍ପାନୀ ଏହି ପ୍ରକଳ୍ପରୁ ହାତ ଛାଡ଼ି ଦେଇଥିବା ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଥିଲା। ଏବେ ଜିଲାରେ ଇଥାନଲ୍‌ ପ୍ରକଳ୍ପକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି। ଏହି ପ୍ରକଳ୍ପରେ କେବଳ ୨୪୦ଜଣ ନିଯୁକ୍ତି ସୁଯୋଗ ମୁଖ୍ୟ ନୁହେଁ, ବରଂ ପରୋକ୍ଷରେ ହଜାର ହଜାର ଚାଷୀ ଉତ୍ପାଦିତ ମକା ଅଭାବୀ ବିକ୍ରିର ଶିକାରରୁ ମୁକୁଳିପାରିଥାନ୍ତେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି। ଆଗାମୀ ଦିନରେ ଯଦି କୌଣସି ଶିଳ୍ପର ବିକାଶ ପାଇଁ ରାସ୍ତା ନ ଫିଟିବ ତାହା ହେଲେ ଜିଲାବାସୀ ନିରାଶ ହେବେ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆଗାମୀ ଦିନରେ ନବରଙ୍ଗପୁର ଜିଲାରେ ରେଳ, କଳ ଓ ଜଳ ମୁଖ୍ୟ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri