ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ
ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ ହୋଇ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ି ପଡ଼ିବାର…
ଦାରିଦ୍ର୍ୟ: ୨୦ ହଜାରରେ ଶିଶୁକନ୍ୟା ବିକ୍ରି
ରାୟଗଡ଼ା/ଜେକେପୁର,୨୦।୧୧ (ଆଶିଷ ରଞ୍ଜନ ପଣ୍ଡା/ରାଜେଶ ବିଶ୍ୱାଳ):ଦାରିଦ୍ର୍ୟ ଯୋଗୁ ମାତ୍ର ୨୦ ହଜାର ଟଙ୍କାରେ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରିକଲେ ମା’ବାପା। ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲା…
ଆଜିଠୁ ବରଗଡ଼ରେ ଧାନକିଣା
ବରଗଡ଼,୨୦ା୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରଠାରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଅଧୀନ କଲାପାଣି ମାର୍କେଟ୍ ୟାର୍ଡ (ମଣ୍ଡି)ରେ ପୂର୍ବାହ୍ନ ୧୦ଟାରେ…
ପଲ୍ସର୍ରେ ଆସିଲେ, ବ୍ଲାଙ୍କ୍ ଫାୟାରିଂ କରି କାର୍ରୁ ୮.୩୦ ଲକ୍ଷ ଲୁଟିନେଲେ
ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ଚାଉଳ ସ’ ମିଲ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୮ଲକ୍ଷ ୩୦ହଜାର ଟଙ୍କା ଲୁଟି…
୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି…
ଚୌଦ୍ୱାର,୧୯ା୧୧(ଆଶୁତୋଷ ଦାସ)-ଥିଲେ ୫ ଝିଅ। ଛଅ ମାସ ତଳେ ଜନ୍ମ ହୋଇଥିଲା ଏକମାତ୍ର ପୁଅ। ହେଲେ ସେହି ପୁଅକୁ ହତ୍ୟା କରି ପୋତିଦେଇଥିବା ହୋଇଛି ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲା ଚୌଦ୍ୱାର ପୌରପାଳିକା ୮ନଂ. ୱାର୍ଡ ବ୍ୟାଘ୍ରବାହିନୀ…
ବଢ଼ିଲା ‘ବାଲିଯାତ୍ରା’ ଅବଧି
ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି। ଏଣୁ ଏବେ ଏହି ଉତ୍ସବ ୯ମ ଦିନରେ ଉଦ୍ଯାପିତ ହେବ। ପ୍ରକାଶ ଯେ,…
ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ
ଗାଇସିଲେଟ,୧୯।୧୧(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ ଜ଼ିଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଲା ସେଠଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ତେବେ ୧୬ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ଜଣେ…
କଳାହାଣ୍ଡିରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳିତ: ସର୍ବଶ୍ରେଷ୍ଠ ସମିତି ଭାବେ ସମ୍ବର୍ଦ୍ଧିତ ହେଲା ଆମପାଣି କୃଷି ସମବାୟ ସମିତି
କୋକସରା,୧୯।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ କଳାହାଣ୍ଡି ଜିଲାସ୍ତରୀୟ ଉତ୍ସବ ମଙ୍ଗଳବାର ଭବାନୀପାଟଣା ଟାଉନ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଅଧିନସ୍ଥ ଆମପାଣି କୃଷି ସମବାୟ ସମିତିକୁ ଚାଷି ମାନଙ୍କ ବିଭିନ୍ନ…
ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍ଆଇଟି ନଚେତ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍ପିଙ୍କୁ ଭେଟିଲେ ପରିବାର
ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଏସ୍ଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ…
ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ
ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ…
ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ
କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୦ଠାରୁ…

