
ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗୁରୁବାର ସନ୍ଧ୍ୟାରେ ପୋଲିସ ଟିମ୍ ୩୨୬ ନଂ ଜାତୀୟ ରାଜପଥ ପୋଡାମାରି-ତପ୍ତପାଣି ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ଦ୍ରୁତଗତିରେ ଆସୁଥିବା ବାଇକ (ନଂ. ଓଡ଼ି ୨୦ ସି -୦୩୮୩)କୁ ଅଟକାଇ ଥିଲେ। ବାଇକ ଚାଳକ ଧରିଥିବା ବ୍ୟାଗକୁ ଖାନତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ବାଇକ ସହ ଚାଳକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିଥିଲା। ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୨୧ କେଜି ୧ ଶହ ଗ୍ରାମ ହୋଇଥିଲା ବୋଲି ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି।