
ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୧୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ହାତୀ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଥାଉକି ପୂର୍ବରୁ ଦଲକ, ପରିଛଳ, ରାଉତ ପଦା, ଜଙ୍ଗଲରେ ୧୬ ଟିକିଆ ହାତୀ ପଲ ଉପାତ କରୁଥିଲେ। ୧୬ ଟିକିଆ ହାତୀ ପଲ ରାତ୍ରି ହେଲେ ଖାଦ୍ୟ ଅନ୍ବେଶଣରେ ଆଖପାଖ ଅଞ୍ଚଳର ପଶି ଅମଳ ଧାନ ଫସଲ ନଷ୍ଟ କରିବା ସହ ପରିବା ଫସଲକୁ ଦଳିଚକଡି ନଷ୍ଟ କରି ଦେଉଥିଲେ। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ହାତୀ ଚଳପ୍ରଚଳ ସମୟରେ ବିଦ୍ୟୁତ ଆଘାତରେ ମାଈ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହେଲେ ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ବନବିଭାଗ ବରିଷ୍ଠ ଅଧିକାରୀ , ଓୟୁଟି ଟିମ ପହଞ୍ଚି ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଦିନକୁ ଦିନ ହାତୀ ମଣିଷ ଲଢେଇରେ କେତେବେଳେ ହାତୀର ତ ଆଉ କେତେବେଳେ ମଣିଷର ଜୀବନ ଯାଉଥିବା ଦେଖିବାକୁ ମିଳିଛି।