ଆମ ଜିଲା ଖବର

ନୂଆବର୍ଷ ସରିବାକୁ ବସିଲାଣି, ହେଲେ ଦାରିଙ୍ଗବାଡ଼ିରେ କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସିବା ସହ ବଣଭୋଜି କରି ମଜା ନେଉଛନ୍ତି।…

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ କମିଟି ପକ୍ଷରୁ ନବୀନ ନବୀନ ଗୀତଟି…

ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବେପରୁଆ ଗାଡିଚାଳନା, ମଦ୍ୟପ ଗାଡ଼ି ଚଳାଇବା, ବିନା ହେଲମେଟ, ବିନା ସିଟବେଲ୍ଟ ବ୍ୟବହାରରେ…

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବରଗଡ଼,୨୨ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଡନସନାଙ୍କୁ ପୋଲିସ ବଲାଙ୍ଗୀର ଜିଲା ଟିଟିଲାଗଡ଼…

ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଦାବିଗୁଡିକ ମଧ୍ୟରେ ଧାନ ମଣ୍ଡି ପରିଚାଳନାରେ…

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି ୪ ଅଭିଯୁକ୍ତ। ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ତଥା ଝାରପୋଖରିଆ ଥାନା…

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ ମିଳିତ ଭାବେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମ୍ପୃକ୍ତ ବିଦ୍ୟାଳୟରେ ଚଳିତ…

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ ପିଜି ଛାତ୍ରୀଛାତ୍ରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ…

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ, ବଡ଼ଟେମରା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଧାରା ଜଳପ୍ରପାତ, କୁଟୁରିଛାପାର ପଞ୍ଚାୟତର ସାଇଧାରା ଜଳପ୍ରପାତ ଏବଂ ତେଲନଦୀ…

ଶିଶୁଙ୍କୁ ଅପହରଣ ପରେ ହତ୍ୟା ମାମଲା: ଅଭିଯୁକ୍ତ ମହିଳାଙ୍କୁ ବାନ୍ଧିଲା ପୋଲିସ

ବଣାଇଁ,୨୨।୧(ପ୍ରଦୀପ ତ୍ରିପାଠୀ): ୭ ଦିନ ତଳେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡା ଗ୍ରାମର ଚାରିବର୍ଷ ଶିଶୁକୁ ଅପହରଣ ଓ ହତ୍ୟା ମାମଲାରେ ନୂଆ ମେଡ ଆସିଛି। ଗାଁ ଲୋକଙ୍କ ମାଡରେ ଆହତ ଅଭିଯୁକ୍ତ ଦମ୍ପତ୍ତି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ହେପାଜତରେ…

୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ:ଗାଡ଼ି ଚଳାଚଳ ପ୍ରଭାବିତ

ସୁନ୍ଦରଗଡ଼,୨୨।୧ (ଜୟନାରାୟଣ ମେଣ୍ଡୁଳି):ତାଲିମ ନାଁରେ ତାମିଲନାଡୁ ପଠା ଯାଇଥିବା ସୁନ୍ଦରଗଡର ଝିଅମାନଙ୍କୁ ଫେରାଇ ଆଣିବାରେ ପ୍ରଶାସନର ବିଫଳତା ଓ ସୁନ୍ଦରଗଡ ଝିଅଙ୍କ ସୁରକ୍ଷା, ସ୍ବାଭିମାନ ରକ୍ଷା ଦାବିରେ ବୁଧବାର ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି। କୋଶଲ ସମାଜ ଓ ଲେଫ୍ରିପଡା…

ପାଇପ୍‌ଲାଇନ ପାଇଁ ପକ୍କାରାସ୍ତା ଖୋଳିଦେଲା ଠିକା କମ୍ପାନୀ

ଦାରିଙ୍ଗବାଡି,୨୨/୧(ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଠାରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତାକୁ ପାଇପ ବିଛାଇବା ପାଇଁ ଖୋଳି ଦିଆଯାଇଛି। ରାସ୍ତାଖୋଳାକୁ ତେରବାଡି, ଡାବୁଲୁମାହା, କାଡ଼ସପାଟା ଗ୍ରାମବାସୀ ବିରୋଧ କରିଛନ୍ତି। ଶ୍ରାନିକେତା ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?