ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼ ସହର ଉପକଣ୍ଠ ହଲଦିପାଲି ଛକକୁ ପହଞ୍ଚିଥିଲା। ଅନେକ ଦିବ୍ୟାଙ୍ଗ ସେଠାରେ ସମବେତ ହୋଇଥିଲେ। ମାତ୍ର ସେମାନେ ରାସ୍ତା ଅବରୋଧ କରିବା ପୂର୍ବରୁ ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆସୋସିଏସନର ସଭାପତି ସାନନ୍ଦ ନାଗ କଡା ସମାଲୋଚନା କରିଛନ୍ତି। ପୋଲିସ୍ ସେମାନଙ୍କ ଅଧିକାରକୁ ଅବରୋଧ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ସମୟରେ ଏଭଳି ସ୍ଥିତି ଉପୁଜୁ ନଥିଲା। ମାତ୍ର ଲୋକଙ୍କ ଦାବି, ଅଧିକାର ପୂରଣ ବଦଳରେ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ନୂଆ ଭାଜପା ସରକାର ତାକୁ ଭଣ୍ଡୁର କରିବାକୁ ପୋଲିସ ଲଗାଉଥିବା ସେ କହିଛନ୍ତି। ପ୍ରକାଶ ଥାଉକି, ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଗୁଡ଼ିକୁ ଠିକ୍‌ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମ ମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମ ମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ପୂର୍ବରୁ ଆସୋସିଏଶନ କରି ଆସୁଥିବା ଦାବି ସମୂହର ପୂରଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖାନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ଦାବିରେ ଉକ୍ତ ଆସୋସିଏସନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଦାବି ପୂରଣ ନ ହେଲେ ମଙ୍ଗଳବାର ରାସ୍ତା ଅବରୋଧ କରିବା ପାଇଁ ଆସୋସିଏସନ ଦାବିପତ୍ରରେ ଚେତାବନୀ ଦେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଫସଲଵୀମା କ୍ଷତିପୂରଣ ଦାବିରେ ଚାଷୀଙ୍କ ରେଲରୋକୋ ଆନ୍ଦୋଳନକୁ ପୋଲିସ ଭଣ୍ଡୁର କରି ଦେଇଥିଲା। ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଉପରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?