ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ: ବେଦାନ୍ତ ସହଯୋଗରେ ଚମକିଲେ ପାରା ଜୁଡ଼ୋ ଆଥ୍‌ଲେଟ

ଲାଞ୍ଜିଗଡ଼,୧୧ା୩(ରମେଶ ଚନ୍ଦ୍ର ନାୟକ) : ବେଦାନ୍ତ ଆଲୁମିନିୟମ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା କଳାହାଣ୍ଡି ଜିଲାର ପାରା ଜୁଡ଼ୋ ଆଥ୍‌ଲେଟ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ ୨୦୨୫ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ମୋହନ ଜୁନିୟର (୨୨ କେଜି) ଏବଂ ସିନିୟର (୬୪ କେଜି)ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ବର୍ତ୍ତମାନ ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଏସୀୟ ପାରା ଜୁଡୋ ଚାମ୍ପିୟନଶିପ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିଜ ପ୍ରତିକ୍ରିୟାରେ ମୋହନ କହିଛନ୍ତି, ବେଦାନ୍ତ ଆଲୁମିନିୟମର ସମର୍ଥନ ମୋତେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆତ୍ମବିଶ୍ୱାସ ଦେଇଛି। ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ସମର୍ପଣ ଭାବ ଉପରେ ଗୁରୁତ୍ୱାରୋପ କରି ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ଜୀବନକୁ ପ୍ରେରଣା ଓ ପରିବର୍ତ୍ତନ କରିବା ପାଇଁ କ୍ରୀଡ଼ାକୁ ବିଶାସ କରୁ। ମୋହନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂତନ ଆହ୍ବାନର ମୁକାବିଲା କରୁଥିବାରୁ ତାଙ୍କ ସହିତ ଛିଡ଼ା ହୋଇ ଆମେ ଗର୍ବିତ। ଉଲ୍ଲେଖନୀୟ ୍‌ନିକଟରେ ଲକ୍ଷ୍ନୌରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମେରେ ମୋହନଙ୍କ ଅଂଶଗ୍ରହଣ ପାଇଁ କମ୍ପାନୀ ତାଙ୍କୁ ସମସ୍ତ ପ୍ରକାର ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ତାଙ୍କର ଆବଶ୍ୟକ ସମ୍ବଳ ସହିତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବେଦାନ୍ତ ଆଲୁମିନିୟମ ପୂର୍ବରୁ ରାୟଗଡା ଜିଲାର ଦୁଇ ଜଣ କବାଡି ଖେଳାଳିଙ୍କୁ ସମର୍ଥନ କରିଥିଲା। ସେମାନେ ନେପାଳରେ ଅନୁଷ୍ଠିତ ଆନ୍ତର୍ଜାତୀୟ କବାଡି ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri