ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତାରେ ଚଞ୍ଚକତା
ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ପ୍ରତିଯୋଗିତା ତଥା ଚିତ୍ରାଙ୍କନ, ବକ୍ତୃତା,କୁଇଜ, ଗଳ୍ପ କଥନ, ପ୍ରବନ୍ଧ ଲିଖନ, ସଙ୍ଗୀତ…
ପକ୍କା ରାସ୍ତା ଖୋଲିଦେବା ଘଟଣା: ‘ଧରିତ୍ରୀ’ରେ ଖବର ପ୍ରକାଶିତ ପରେ ତତ୍ପର ଗ୍ରାମ୍ୟ ଉନ୍ନୟନ ବିଭାଗ
ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥଠାରୁ ତେରବାଡି ଓ ତେରବାଡିଠାରୁ ଡଲାବାଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତା ସମ୍ପ୍ରସାରଣ ହୋଇଛି। ତେବେ ଜଳ ଯୋଗାଣ ପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା…
୧ରୁ ଅନ୍ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି
ବାରିପଦା,୨୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏଣିକି କେବଳ ଅନ୍ଲାଇନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୧ରୁ ଏହି ବ୍ୟବସ୍ଥା ଲାଗୁ ହେବ। ଯେଉଁମାନେ ଅନ୍ଲାଇନରେ ବୁକ୍ କରିଥିବେ,ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି…
ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦାବି:ଗର୍ଜିଲେ ଜିଲାବାସୀ
ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାବ୍ୟାପୀ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ମଧ୍ୟାହ୍ନ ୧୨ଟାରେ ଜିଲାର ଶତାଧିକ ଯୁବକ ଏକ ବିକ୍ଷୋଭ…
ଏହି ଦିନ ହେବ ବିଦ୍ୟୁତ୍ କାଟ୍: ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବନ୍ଦ ରହିବ ବିଦ୍ୟୁତ୍ ସେବା
ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍(ଓପଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି ଭଟଲି ଏବଂ ଘେଁସ୍ ଗ୍ରୀଡ୍ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ୨୪ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବରଗଡ଼ ଜିଲା ଅନ୍ତର୍ଗତ ବିଜେପୁର,…
ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ
ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ…
ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା
ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ୨ ଟି ଶିବିରରେ ପ୍ରଥମରୁ ଦଶମ…
ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର ବାଳିକା ଉଚ୍ଚ ବିଦ୍ୟାଳୟରେ ବୁଧବାର ପୂର୍ବାହ୍ନ ୧୧ଟା ବେଳେ ଏକ ବର୍ଷିକ ଉତ୍ସବ ଅନୁଷ୍ଠିତ…
୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ…
ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ
ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା ହେତୁ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ…
ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍ଏସି କର୍ତ୍ତୃପକ୍ଷ
ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି। ମୁଖ୍ୟତଃ ବଡ଼ାଗୁଡ଼ା ରାସ୍ତା ବନ୍ଧ ଛକଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି…
ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ବ୍ୟକ୍ତିଙ୍କ ମୃତ ପୁଅର ପୋଷ୍ଟ ମର୍ଟମ ରିପୋର୍ଟ ପ୍ରଦାନ କରିବାକୁ ଅଭିଯୋଗକାରୀଙ୍କ ଠାରୁ ୫,୦୦୦…

