ଆମ ଜିଲା ଖବର

ହୋଲି ପାଇଁ ନିର୍ଦ୍ଦେଶନାମା ଜାରି: ହେଡ୍‌କ୍ୱାଟର ଛାଡି ପାରିବେ ନାହିଁ ଅଫିସର

ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ହୋଲି ଛୁଟିରେ ଜିଲାସ୍ତରୀୟ ଅଫିସରଙ୍କୁ ହେଡ୍‌କ୍ୱାଟର ନ ଛାଡ଼ିବାକୁ ଏହି ନିର୍ଦ୍ଦେଶନାମାରେ…

କନ୍ଧମାଳ ମହୋତ୍ସବ ୨୦୨୫: ରାଇକିଆରେ ମାସ୍କଟ, ମଶାଲ ଶୋଭାଯାତ୍ରା, ସାମିଲ ହେଲେ ବିଡ଼ିଓ

ରାଇକିଆ,୧୩।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଆସନ୍ତା ୨୧ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କନ୍ଧମାଳ ମହୋତ୍ସବ ପାଇଁ ଗୁରୁବାର ରାଇକିଆରେ ପହଞ୍ଚିଛି ମାସ୍କଟ ଓ ମଶାଲ ଶୋଭାଯାତ୍ରା ହୋଇଛି। ଜିଲାର ପ୍ରତ୍ୟେକ ଅଞ୍ଚଳରେ ଏହାର ପ୍ରଚାର ଓ…

ବରଗଡ଼ରେ ଚାଞ୍ଚଲ୍ୟ: କୁକୁଡା ଫାର୍ମରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି, ପହଞ୍ଚିଗଲା ଅବକାରୀ ଟିମ, ତା’ପରେ…

ବରଗଡ଼, ୧୩।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ଅବକାରୀ ବିଭାଗ ଗୁରୁବାର ଏକ ନକଲି ଦେଶୀମଦ ପ୍ରସ୍ତୁତି ପ୍ଲାଣ୍ଟ ଠାବ କରିଛି। ଜିଲାର ମେଲଛାମୁଣ୍ଡା ଥାନା କୁଚିପାଲି -କଟାପାଲି ରାସ୍ତାରେ ରହିଥିବା ଏକ କୁକୁଡା ଫାର୍ମରେ ତାହା ଚାଲିଥିଲା। ସେଠାରୁ ବ୍ୟବହୃତ…

ଲୋକଙ୍କ ଅଭିଯୋଗ ଶୁଣ, ଜଳଛତ୍ର ଖୋଲ, କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ: ଆକ୍ସନରେ ଉପଜିଲାପାଳ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଆଗାମୀ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଉମାଶଙ୍କର ବେହେରା ବୈଠକରେ ଅଧକ୍ଷତା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଉପଖଣ୍ଡ ସ୍ତରରେ ଯେଉଁ ଜନବସତିରେ…

କଳଙ୍ଗା ସମ୍ପ୍ରଦାୟଙ୍କୁ ଏସ୍‌ଟି ମାନ୍ୟତା ମିଳୁ: କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ପ୍ରଦୀପ ପୁରୋହିତ

ବରଗଡ,୧୩। ୩(ପ୍ରେମାନନ୍ଦ ଖମାରୀ): କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି(ଏସ୍‌ଟି)ର ମାନ୍ୟତା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ଦାବି ରଖିଛନ୍ତି। ଓଡ଼ିଶାର କଳଙ୍ଗା ସମ୍ପ୍ରଦାୟକୁ ଏସ୍‌ଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ…

ଛତ୍ରପୁର ଓକିଲ ସଂଘ ନିର୍ବାଚନ: ସଭାପତି, ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା

ଛତ୍ରପୁର,୧୩।୩(ସନ୍ତୋଷ ପାଢୀ): ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଚୂଡାନ୍ତ ପ୍ରାର୍ଥି ତାଲିକା ଗୁରୁବାର ପ୍ରକାଶ ପାଇଛି । ଉଭୟ ସଭାପତି ଓ ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଉପସଭାପତି ପଦବୀ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା…

ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

କଟକ,୧୩।୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ଜଣ ଛାତ୍ରୀ ଥିବା ଜଣାପଡିଛି।…

ଅନ୍‌ଲାଇନ ଗେମ୍‌ରୁ ଜୀବନ ହାରିଲେ ଛାତ୍ରୀ

ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ VSSUT ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର

ସମ୍ବଲପୁରର,୧୩।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ସମୟରେ ବୁଡ଼ିଯାଇଛନ୍ତି। ମୃତକଙ୍କ ନାମ ପ୍ରିୟାଂଶୁ ପ୍ରକାଶ ବେହେରା (୧୯), ଢେଙ୍କାନାଳର ସଞ୍ଜୟ ବେହେରାଙ୍କ ପୁଅ।…

ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ

ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍‌ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ୍‌ ଭାରସାମ୍ୟ ହରାଇ ବସ୍‌ରେ ପିଟି ହେବା ପରେ ବସ୍‌ଟି ମଧ୍ୟ…

କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ…

ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ

କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଗୁରୁବାର ଭୋର୍‌ରୁ କୋଲକାତା ଓ ଭୁବନେଶ୍ବର ଏସ୍‌ଟିଏଫ, ୪୨ ମୌଜା ଥାନା ପୋଲିସ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?