ସମ୍ବଲପୁର ସିଆର୍‌ପିଏଫ୍‌ ଗୋଷ୍ଠୀ କେନ୍ଦ୍ର ସର୍ବଶ୍ରେଷ୍ଠ ବିବେଚିତ

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ଭାରତର ସର୍ବବୃହତ ସାମରିକ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜନ୍ମଭୂମି ମଧ୍ୟପ୍ରଦେଶର ନିମଚରେ ଗୁରୁବାର ଆୟୋଜିତ ୮୬ତମ ସ୍ଥାପନା ଦିବସ ପରେଡରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେଇ ଡେପୁଟି ଇନ୍ସପେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ସମ୍ବଲପୁର ସିଆର୍‌ପିଏଫ୍‌ ଗୋଷ୍ଠୀ କେନ୍ଦ୍ରକୁ ସର୍ବଶ୍ରେଷ୍ଠ ଗୋଷ୍ଠୀକେନ୍ଦ୍ର ଭାବେ ପୁରସ୍କାର ସ୍ବରୂପ ଟ୍ରଫି ପ୍ରଦାନ କରିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଶାହା ଦେଶମାତୃକା ପାଇଁ ବଳିଦାନ ଦେଇଥିବା ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ଉଦ୍‌ବୋଧନ ଦେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସକୁ ବିଶ୍ୱର ସର୍ବବୃହତ୍ତ ସାମରିକ ବାହିନୀ ବୋଲି କହିଥିଲେ। ୨୦୨୬ ମାର୍ଚ୍ଚ ଶେଷସୁଦ୍ଧା ଦେଶରୁ ନକ୍ସଲବାଦକୁ ସମାପ୍ତ କରିବାକୁ ସରକାର ସଙ୍କଳ୍ପ ବଦ୍ଧ ବୋଲି ଅମିତ ଶାହା କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ଜୁନ୍‌ ୨୪ ତାରିଖରେ ସମ୍ବଲପୁରର ବସନ୍ତପୁର ଗୋଶାଳାରେ ନୂତନ ସିଆର୍‌ପିଏଫ୍‌ର ଗୋଷ୍ଠୀ କେନ୍ଦ୍ର ସ୍ଥାପିତ ହୋଇଥିଲା। ସିଆର୍‌ପିଏଫ୍‌ର ମୋଟ ୪୩ ଗୋଷ୍ଠୀ କେନ୍ଦ୍ର ମଧ୍ୟରୁ ସର୍ବଶ୍ରେଷ୍ଠ ଗୋଷ୍ଠୀକେନ୍ଦ୍ର ଚୟନ ପାଇଁ ଗୋଷ୍ଠୀକେନ୍ଦ୍ର ଗୁଡିକ ସେକ୍ଟର, ଜୋନାଲ ଓ ନିର୍ଦ୍ଦେଶାଳୟ ସାଧାରଣସ୍ତରରେ ଗଠିତ ବୋର୍ଡ ଦ୍ୱାରା ସମସ୍ତ ମାନଦଣ୍ଡର ସମୀକ୍ଷା କରାଯାଇ ସମ୍ବଲପୁର ଗୋଷ୍ଠୀକେନ୍ଦ୍ରକୁ ସର୍ବଶ୍ରେଷ୍ଠ ବିବେଚିତ କରାଯାଇଛି।

ସମ୍ବଲପୁର ଗୋଷ୍ଠୀକେନ୍ଦ୍ର ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଶିବିର, ସଚେତନତା କାର୍ଯ୍ୟକ୍ରମ ଆଦି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ, ସାମୂହିକ ବୃକ୍ଷ ରୋପଣ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବାସୀନ୍ଦାଙ୍କ ସହିତ ଦୃଢ଼ ଓ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଛି। ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠୀକେନ୍ଦ୍ର ଦ୍ୱାରା ସାଇକେଲ ଓ ବାଇକ୍‌ ରାଲି, ମିଲେଟ୍‌ ମେଳା, ପଥପ୍ରାନ୍ତ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ ସହ ସ୍ବଚ୍ଛତାପକ୍ଷ ପାଳନ ଉପଲକ୍ଷେ ଆଖପାଖ ଗ୍ରାମାଞ୍ଚଳ, ସଡ଼କ, ସର୍ବସାଧାରଣ ସ୍ଥାନ, ସମସ୍ତ ଧର୍ମର ପୂଜାପାଠ, ଚେକପଏଣ୍ଟ ଆଦିର ସଫେଇ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇ ଉଚ୍ଚ ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri