ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦ତମ ପାତାଳି ମହୋତ୍ସବର ସମୀକ୍ଷା ଏବଂ ଏଥିରେ ସହଯୋଗ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତା, ରାଜନେତା, ପ୍ରଶାସନିକ ଅଧିକାରୀ, ସଂକୀର୍ତ୍ତନ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ପରେ ଆଗାମୀ ରଥଯାତ୍ରାକୁ ସରସ ସୁନ୍ଦର ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ବିଶେଷ ଭାବରେ ଆଲୋଚନା କରାଯାଇଥିଲା l ଏଥିପାଇଁ ଏକ ୭ ଜଣିଆ ରଥ ନିର୍ମାଣ କମିଟି ଗଠନ କରାଯାଇଥିଲା।

ସଂଯୋଜକ ଭାବେ ସତ୍ୟଜିତ ଗଡୁଆ, ସଦସ୍ୟ ଭାବେ ଧନେଶ୍ୱର ପଧାନ, ଜୈମିନି ନାଏକ, ବୀରମିତ୍ର ପଧାନ, ଗଦାଧର ମେଣ୍ଡିଲି, ପ୍ରମୋଦ ପାତ୍ର, ଉସତ କର୍ଣ୍ଣଙ୍କୁ ମନୋନୀତ କରାଯାଇଛି। ପାତାଳି ସେନାର ସମସ୍ତ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l

ଆଗାମୀ ଅକ୍ଷୟ ତୃତୀୟା ଦିନ ସେବାୟତ ସଂଘର ପ୍ରସ୍ତୁତି ବୈଠକରେ ରୀତିନୀତି ସମ୍ପର୍କିତ ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ କରାଗଲା l ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ବିଧାୟକ ବୀରମହାରାଜପୁର ଇଂ. ରଘୁନାଥ ଜଗଦଲା, ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଗଲା।

ବୈଠକକୁ ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ। ସେବାୟତ ସଂଘର ଶରଦ ଚାନ୍ଦ, ପବିତ୍ର ନନ୍ଦ, ରବିନାରାୟଣ ପୂଜାରୀ, ଫକୀର ମୋହନ ପାଢ଼ୀ ଏବଂ ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଜଗଦୀଶ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri