ଆମ ଜିଲା ଖବର

୧୮ ଦୋକାନ ଭାଙ୍ଗିଲା ପ୍ରଶାସନ

ଦିଗପହଣ୍ଡି,୩ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକରେ ବେଆଇନ ଭାବେ ଦୀର୍ଘଦିନ ଧରି ଏନ୍‌ଏସି ଜମିକୁ ଜବରଦଖଲ କରି ଉଠା ଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଏନ୍‌ଏସି ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ…

ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ: ଏସ୍‌ଡିପିଓ

ପୁରୁଷୋତ୍ତମପୁର,୩।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ସୁଜିତକୁମାର ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯିବ। ବରିଷ୍ଠ…

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ: ଗଜପତି

ପୁରୀ,୩।୭: ପୁରୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ମଙ୍ଗଳବାର ତଦାରଖ କରିଛନ୍ତି ଗଜପତି ମହାରାଜା। ମରାମତି କାର୍ଯ୍ୟର ତଦାରଖ ପରେ ଗଜପତି ମହାରାଜା ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି…

ଦର୍ଶକଙ୍କ ମନ ଜିଣିଲେ ଲୋକନୃତ୍ୟ କଳାକାର: ଉତ୍ସାହିତ କଲେ ବିଧାୟକ

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଦୁଇଦିନ ବ୍ୟାପୀ ଚାଲିଥିବା ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି…

ବର୍ଷା ହେଲେ ମରଣଯନ୍ତା ପାଲଟୁଛି ରାସ୍ତା, ଅବରୋଧ କରି ଉନ୍ନତିକରଣ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଓ ସାର ଗୋଦାମକୁ ଯାଇଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର ଏହି ଗୋଦାମଠାରୁ ଚାଷୀମାନେ ସାର,…

ଭଉଣୀ ଘରକୁ ଯିବା ପାଇଁ ଡାକି ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪ ଦିନ ପରେ ମିଳିଲା…

ଆନନ୍ଦପୁର,୩ା୭(ସୁଶାନ୍ତ କୁମାର ସାହୁ): ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ୟା କରିଛି ସାଙ୍ଗ। ଘଟଣାର ୪ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକଙ୍କ ମୃତଦେହ। ମୋବାଇଲ ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ…

IED ବ୍ଲାଷ୍ଟ୍‌ରେ ହାତୀ ଆହତ, କ୍ଷତରେ ନିଜେ ନିଜେ ସିଞ୍ଚୁଛି ପାଣି, ଭିଡିଓ ଦେଖିଲେ…

ରାଉରକେଲା,୩ା୭(ସଙ୍ଗୀତା ଜେନା): ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତବର୍ତ୍ତୀ ସାରାଣ୍ଡାର ଘାଟିରେ ଏକ ଜଙ୍ଗଲୀ ହାତୀ ଆଇଇଡି ବିସ୍ଫୋଣରେ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଜୁନ୍‌ ୨୪ରୁ ୨୬ ମଧ୍ୟରେ ଘଟିଥିବା କୁହାଯାଉଛି। ବନ ବିଭାଗର ଅନେକ ରେଞ୍ଜ ହାତୀଟିକୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି,…

ରେଷ୍ଟୁରାଣ୍ଟ ଭାଙ୍ଗିଲା ଆର୍‌ଏସ୍‌ପି

ରାଉରକେଲା,୩ା୭(ସଙ୍ଗୀତା ଜେନା): ରାଉରକେଲା ୪ ନମ୍ବର ସେକ୍ଟରଠାରେ ଥିବା ଲିଲା ରେଷ୍ଟୁରାଣ୍ଟର ଅନଧିକୃତ ନିର୍ମାଣକୁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଗୁରୁବାର ଭଙ୍ଗାଯିବା ସହ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି। ୧୯୯୯ରେ ଏହି କ୍ୟାଣ୍ଟିନ୍‌ ନମ୍ବର ୧ ଅରୁଣ କୁମାର ସିଂଙ୍କୁ…

ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ ଶିକ୍ଷକ ସ୍ବାମୀ

ବାସୁଦେବପୁର,୩ା୭(କାଳୀପଦ ରାୟ): ଅଧିକ ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି ସ୍ବାମୀ। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ଓ୍ବାର୍ଡର ଜଣେ ଶିକ୍ଷକ। କରଞ୍ଜଡ଼ିଆ ଗ୍ରାମର ବିଷ୍ଣୁପ୍ରିୟା ମଳିକଙ୍କୁ ୨୦୨୩ରେ ବିବାହ କରିଥିଲେ…

ଘରକୁ ଫେରୁଥିବାବେଳେ ରାସ୍ତାରେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ

ଝାରସୁଗୁଡ଼ା,୩ା୭(ଆଶିଷ ରଞ୍ଜନ ଦାଶ): ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବଞ୍ଜରୀ ଅଞ୍ଚଳର ଅଶୋକ ରୋହିଦାସ (୪୫) ଓ ଚୁଡ଼ାମଣି ରୋହିଦାସ(୨୯) ସକାଳ ସାଢ଼େ ଚାରିଟା ସମୟରେ କୁରେବଗାସ୍ଥିତ ପାଉଁଶ ପୋଖରୀକୁ ଯାଇଥିବା…

ଡ୍ୟୁଟି ସାରି ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍‌

କଟକ,୩ା୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ…

ଛୁଟିରେ ବିଡିଓ-ତହସିଲଦାର: ଖାଲିପଡିଛି ଚୌକି, ପଞ୍ଚାୟତବାସୀ ନିରାଶ

ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟର ଉପକମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟର ଓଏଏସ ଏବଂ ଓଆରଏସ ଅଧିକାରୀମାନେ ସମୂହ ଛୁଟିରେ ଯାଇଥିବାବେଳେ ତାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?