ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ: ଗଜପତି

ପୁରୀ,୩।୭: ପୁରୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ମଙ୍ଗଳବାର ତଦାରଖ କରିଛନ୍ତି ଗଜପତି ମହାରାଜା। ମରାମତି କାର୍ଯ୍ୟର ତଦାରଖ ପରେ ଗଜପତି ମହାରାଜା ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି କହିଛନ୍ତି। ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସହ ମରାମତି ପରେ ଅତି ସୁନ୍ଦର ଦିଶୁଛି।

ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି। ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି। ମହାପଭୁ ରତ୍ନ ସିଂହାସନକୁ ଆସିଲା ପରେ ଅଳଙ୍କାର ଗଣତି ମଣତି ହେବ। ଗଣତି ମଣତି ରାଜ୍ୟ ସରକାରଙ୍କ ପରାମର୍ଶରେ ଅତିଶୀଘ୍ର ହେବ ବୋଲି ଗଜପତି କହିଛନ୍ତି।

ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ସୂଚନା ନେଇଛନ୍ତି। ଗଜପତି ମହାରାଜ ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି। ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି। ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହୋଇଯିବ। ଷ୍ଟୋନ ଏଲିମେଣ୍ଟ ବଦଳା ସରିଛି, ମରାମତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସହ ନୂଆ ଷ୍ଟେନଲେସ ଷ୍ଟିଲ ଗେଟ ଓ ବର୍ମାଟିକ ଗେଟ ଲାଗିବ, ରୁପା ଛାଉଣି ହେବ। ବାହାର ରତ୍ନଭଣ୍ଡାର ବାହାର ପାଶର୍‌ବ ମଧ୍ୟ ସଂରକ୍ଷଣ କରାଯାଇଛି। ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଥିବା ମୁଖ୍ୟ ପ୍ରଶାସକ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ବୋଝରେ ଚେପା ଆମେରିକା! ଇତିହାସରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୮: ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ନିଜକୁ ସ୍ଥାନିତ କରୁଥିବା ଯୁକ୍ତରାଷ୍ଟ୍ର ଏକ ବର୍ଦ୍ଧିତ ଋଣ ଭାର ତଳେ ଦବି ଯାଉଛି। ଦେଶର ଋଣ ଭାର ନିରନ୍ତର…

କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଖୁସିଖବର, ଗୋଟିଏ ଭିଡିଓ କଲେ ୧ ଲକ୍ଷ ଟଙ୍କା ଦେବେ ସରକାର! ଏତିକି ଦରକାର views

ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ…

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ଦେଶି କନ୍ୟାଙ୍କୁ ବିଦେଶୀ ବର: କେରଳ ଝିଅଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ସ୍କଟିସ ସାଂସଦ ମାର୍ଟିନ ଡେ

ଥିରୁଭାନନ୍ତପୁରମ,୨୦।୮: ପୂର୍ବତନ ସ୍କଟିସ ସାଂସଦ ମାର୍ଟିନ ଡେ, କେରଳର ତ୍ରିସୁରରେ ପାରମ୍ପରିକ ହିନ୍ଦୁ ପ୍ରଥା ଅନୁସରଣ କରି ପିରାଭୋମର ଜଣେ ମାଲାୟାଲୀ ମହିଳା ନିଧିନ ଚାନ୍ଦଙ୍କୁ ବିବାହ…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri