ଛୁଟିରେ ବିଡିଓ-ତହସିଲଦାର: ଖାଲିପଡିଛି ଚୌକି, ପଞ୍ଚାୟତବାସୀ ନିରାଶ

ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟର ଉପକମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟର ଓଏଏସ ଏବଂ ଓଆରଏସ ଅଧିକାରୀମାନେ ସମୂହ ଛୁଟିରେ ଯାଇଥିବାବେଳେ ତାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣାକୁ ନେଇ ପ୍ରତିବାଦ ଜଣାଇବା ସହ ଏହିଭଳି ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏବେ ବ୍ଲକ କାର୍ଯ୍ୟଳୟ ଓ ତହସିଲ କାର୍ଯ୍ୟାଳୟରେ ଗଦା ଗଦା ଫାଇଲ ପଡିରହିଛି। ଆଗକୁ ଉନ୍ନୟନ କାର୍ଯ୍ୟ ବଢୁ ନ ଥିବାବେଳେ ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିବା ଜନସାଧାରଣ ନିରାଶରେ ଫେରୁଛନ୍ତି।

ସୂଚନାଯୋଗ୍ୟ,ତହସିଲଦାର ଘଟଣା ପୂର୍ବରୁ କୌଣସି ଏକ ଟ୍ରେନିଂରେ ଯୋଗଦେବାକୁ ଯାଇଥିବାବେଳେ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ରହିଥିଲେ। ସେ ମଧ୍ୟ ବିଏମସି ଘଟଣାରେ ପ୍ରତିବାଦ ଜଣାଇ ଛୁଟିରେ ରହିଛନ୍ତି। ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଛୁଟିରେ ଯାଇଥିବାରୁ ଏବେ ୨୫ଟି ପଞ୍ଚାୟତବାସୀ ହଇରାଣ ଭୋଗୁଛନ୍ତି। ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ସଙ୍ଘର ନିଷ୍ପତି ପ୍ରକାରେ ସେ ଛୁଟିରେ ରହିଛନ୍ତି। ସଙ୍ଘ ଯାହା ନିଷ୍ପତି ଗ୍ରହଣ କରିବେ, ତାହା ପାଳନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ଭୁବନେଶ୍ୱର,୧୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ...

୨୩ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୧୫ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୭(ଅନୁରାଧା ମହାରଣା)- ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ...

ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ...

ରାଜ୍ୟସ୍ତରୀୟ ଖାଦ୍ୟ ମେଳା: ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଭବାନୀପାଟଣା,୧୬।୭( ଉତ୍ତମ କୁମାର ଦାଶ )-ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

Video: ଇସ୍ରାଏଲର ସିରିଆ ଉପରେ ହମଲା, ଲାଇଭ ପ୍ରସାରଣ ସମୟରେ ଟିଭି ଆଙ୍କରଙ୍କ ପଛରେ ପଡିଲା ବୋମା

ଦାମାସକସ,୧୬।୭: ଇସ୍ରାଏଲ ସେନା ସିରିଆର ରାଜଧାନୀ ଦାମାସକସରେ ଥିବା ରାଜ୍ୟ ଟେଲିଭିଜନ ଭବନ ଉପରେ ବୋମା ହମଲା କରିଛି। ଏହି ହମଲା ସମୟରେ ଜଣେ ଟିଭି...

କଲେଜରେ ରାକେଟ୍‌ ଚଳାଉଥିଲେ HOD ସମୀର ସାହୁ, ସାଂଘାତିକ ଖୁଲାସା କଲେ…

ଭୁବନେଶ୍ୱର,୧୬।୭: ଥମୁନି ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତିର ନିଆଁ। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ...

କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ…

ଭୁବନେଶ୍ୱର,୧୬।୭: ଏଫ୍‌ଏମ୍‌ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri