ଗାଁ ଶ୍ମଶାନରେ ଜଳିଲା ସୌମ୍ୟାଶ୍ରୀଙ୍କ ଚିତା: ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ

ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବର୍ନ ୟୁନିଟ୍‌ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା ଚଳାଉଥିଲେ। ଏପରି କି ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରି ତାଙ୍କର ଚିକିତ୍ସା କରାଯାଉଥିଲା। ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚା ଯାଇପାରିଲା ନାହିଁ ବୋଲି ଡାକ୍ତରୀ ଟିମ୍‌ ସୂଚନା ଦେଇଥିଲେ। ମୃତ୍ୟୁପରେ ତାଙ୍କ ଶବ ରାତାରାତି ବ୍ୟବଚ୍ଛେଦ କରାଯାଇ ଭୋଗରାଇ ନିଆଯାଇଥିଲା।

ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟୁଛି ଗାଁ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ।

ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍‌ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ପ୍ରାୟ ୬ମାସ ଧରି ପୀଡ଼ିତା ଛାତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ପାଇ ଆସୁଥିଲେ। ଗତ ଜୁନ୍‌ ୩୦ ତାରିଖରେ ଏସଂକ୍ରାନ୍ତରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାର ପରଦିନ ଅର୍ଥାତ୍‌ ଜୁଲାଇ ୧ରେ ପୀଡ଼ିତା ଏହି ଅଭିଯୋଗ ସଂକ୍ରାନ୍ତରେ ନିଜ ‘X’ ଆକାଉଣ୍ଟରେ ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଅଧିକାରୀ, ନେତା ଏବଂ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ହେଲେ କୌଣସି ନ୍ୟାୟ ନ ପାଇ ୧୨ତାରିଖ ଶନିବାର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଅଁା ଲଗାଇ ଦେଇଥିଲେ। ଉପସ୍ଥିତ କେତେଜଣ ଛାତ୍ରଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅପରାହ୍ନରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୫% ପୋଡ଼ି ଯାଇଥିବାରୁ ତାଙ୍କୁ ଏମ୍‌ସ ବର୍ନ ୟୁନିଟ୍‌ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏପରି କି ଦିଲ୍ଲୀ ଏମ୍‌ସର ଡାକ୍ତରୀ ଦଳଙ୍କ ସହାୟତାରେ ଏଠାକାର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖି ଚିକିତ୍ସା ଚଳାଇଥିଲେ। କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ପୀଡ଼ିତା ସୋମବାର ରାତିରେ ଆଖି ବୁଜିଛନ୍ତି। ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ବାଲେଶ୍ୱର ଜିଲା ଭୋଗରାଇସ୍ଥିତ ବାସଭବନକୁ ନିଆଯିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

ଚାଉଳ ବଣ୍ଟନ ସମସ୍ୟା ନେଇ ବଡ଼ କଥା କହିଲେ ମନ୍ତ୍ରୀ, ଏଣିକି….

ଭୁବନେଶ୍ୱର, ୧।୮: ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri