ଆମ ଜିଲା ଖବର

ED ଡେପୁଟି ଡାଇରେକ୍ଟର ନେଉଥିଲେ ଲାଞ୍ଚ: ୨୦ ଲକ୍ଷ ଟଙ୍କା ସହ ଧରିଲା CBI

ଭୁବନେଶ୍ୱର,୨୯।୫: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର CBI ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍‌ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର…

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସହରରେ ପ୍ରତିବର୍ଷ ପାଳିତ ହେଉଥିବା ଶୀତଳ ଷଷ୍ଠୀ ଉତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। “ଶୀତଳ ଷଷ୍ଠୀ ଉତ୍ସବ ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଏକ…

ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି,୨୯।୫(ଗିରିଧାରୀ ପରିଛା), ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ପୁଣି ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୀପକ ପାଡ଼ାଲ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁର ଅଞ୍ଚଳରେ…

ଲଘୁଚାପ ବର୍ଷାରେ ଗଜା ହେଲା ପାଚିଲା ଧାନ

କୋକସରା,୨୯।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପ ଲଗାଣ ବର୍ଷାରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମିବାରୁ ପାଚିଲା ଧାନ ଭିଜି ଗଜା ହୋଇଯାଇଛି। ଫଳରେ ଚାଷୀ ମୁଣ୍ଡରେ ପୁଣି…

ସାମାନ୍ୟ ବର୍ଷାରେ ମହୁଲପାଟଣା-ମୁଖୀଗୁଡ଼ା ରାସ୍ତା ବେହାଲ

ଥୁଆମୂଳ ରାମପୁର,୨୯ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା – ମୁଖୀଗୁଡ଼ା ମୁଖ୍ୟ ଘାଟି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାଟି ବିଗତ ଦିନରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଅଧୀନରେ ହୋଇଛି ଯାହାକି ବିଭିନ୍ନ ଗେଟ୍‌…

ଖୋଲିଲା ରବି ଧାନ ମଣ୍ଡି

ରିଷିଡ଼ା,୨୯ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଗୁରୁବାର ଦୁଇଟି ସ୍ଥାନରେ ରବିଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ତେରେସିଂହାରେ ମଣ୍ଡି ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସୁନା ମୁଖ୍ୟଅତିଥି, ରିଷିଡ଼ା ପାକ୍ସ…

ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ବଳାତ୍କାର ପରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ

ସୋନପୁର,୨୯।୫: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳରୁ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାନାକୁ ଆସିଛି। ବାଘରତଇଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ବଳାତ୍କାର ପରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ…

ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍‌କା ଜାରି କଲା ପୋଲିସ

ବଲାଙ୍ଗୀର,୨୯ା୫(ସୁନୀଲ କୁମାର ମହାନ୍ତି): କୋର୍ଟରେ ହାଜର ହୋଇ ନ ଥିବା ବିଭିନ୍ନ ମାମଲାର ଓ୍ବାରେଣ୍ଟିମାନଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଲଟ୍‌କା ଜାରି କରାଯାଇଛି। ସହରର ଟିକ୍ରାପଡ଼ା, ମାଲପଡ଼ା, ଇନ୍ଦିରାନଗର, ମାଲଗୋଦାମପଡ଼ା, ପ୍ରତାପସାଗର ପଡ଼ା ସମେତ ବିଭିନ୍ନ ପଡ଼ାରେ…

ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ, ଉପକୃତ ହେବେ ଚାଷୀ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ,୨୯ା୫(କିଶୋର ମହାପାତ୍ର/ପ୍ରଶାନ୍ତ): କୃଷି ବୈଜ୍ଞାନିକଙ୍କ ଦ୍ବାରା ଚାଷୀ ଭଉଣୀଭାଇମାନଙ୍କୁ ଚାଷ ସମ୍ବନ୍ଧୀୟ ସଦ୍ୟତମ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସମୂହକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସାକ୍ଷୀଗୋପାଳରେସ୍ଥିତ ପୁରୀ ଜିଲାର କୃଷି ବିଜ୍ଞାନ…

ଘୁମୁସର ଇତିହାସର କରାଯାଉଛି ପ୍ରଚାରପ୍ରସାର: ମନର କଥା ବଖାଣିଲେ ବିଧାୟକ

ଭଞ୍ଜନଗର,୨୯।୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ୫ମ ଅଧିବେଶନ ଗୁରୁବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଥିଲେ। ଏହି…

ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ ଜୀବନ: ପିକ୍‌ଅପ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା,୨୯।୫: ଝାରସୁଗୁଡ଼ା ଜିଲା ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାର ସାରସମାଲ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା…

୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା

ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?