ଆମ ଜିଲା ଖବର

ମହିଳାଙ୍କ ବେକରେ ଛୁରୀ ରଖି ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଝରିଗାଁ,୩୦।୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବେଲଗାଁରେ ଏକ ଲୁଟ୍‌ ହୋଇଛି। ଘରେ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ସ୍ତ୍ରୀଙ୍କ ବେକରେ ଛୁରୀ ଲଗାଇ ଦୁଇ ଭରି ଓଜନର ସୁନା ଅଳଙ୍କାର ସହ…

ହଷ୍ଟେଲରୁ ମିଳିଲା ନର୍ସଙ୍କ ମୃତଦେହ

କଟକ,୩୦।୫: କଟକ ଯୋବ୍ରା ସ୍ଥିତ ଏକ ଘରୋଇ ହଷ୍ଟେଲରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମାଲଗୋଦାମ ପୋଲିସ ଜବତ କରିଛି। ମୃତକ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀ ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ।…

ରେଳ ଧାରଣାରୁ ମିଳିଲା ମୃତ ମୟୂର: ଚାଲାଣ କରାଯାଉଥିବା ସନ୍ଦେହ

ବ୍ରହ୍ମପୁର,୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳ ଷ୍ଟେଶନ ଦୁଇ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଶୁକ୍ରବାର ଏକ ମୃତ ମୟୂର ପକ୍ଷୀ ଜବତ ହୋଇଛି। ଷ୍ଟେଶନ କର୍ମଚାରୀ ଏବଂ ଜିଆର୍‌ପିଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୟୁରକୁ…

ବର୍ଷା ଦିନେ ଜଳ ସଙ୍କଟ: ସୋଲାର ପମ୍ପ ମରାମତି ଦାବି

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ପଣସପଦରରେ ପୁଣି ଜଳସଙ୍କଟ ଉଗ୍ରରୂପ ନେଇଛି। ଗୋଟିଏ ପଟେ ଚାରିଆଡେ ବର୍ଷାର ପ୍ରଭାବ ଓ ଏଥିପାଇଁ ଜଳ ସଙ୍କଟରୁ ମୁକ୍ତି ମିଳିବା ବଦଳରେ ଜଳ ସଙ୍କଟ ଦେଇ ଗତି କରୁଥିବା…

୨୬ ଟିକିଆ ହାତୀପଲ ଭାଙ୍ଗିଲେ ୪ ଘର: ଖାଇଗଲେ ଧାନ ଚାଉଳ

ପାଟଣା,୩୦।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ୨୬ଟିକିଆ ହାତୀପଲ ଅସନବାହାଳୀ ଗ୍ରାମର ମାଗୁ ଭୂମିଜଙ୍କ ଘର କାନ୍ଥ ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଛନ୍ତି। ଚତୁରା ଭୂମିଜଙ୍କ ଘର ଭାଙ୍ଗିବା ସହ ଘର ଭିତରୁ ଧାନ…

ସିକ୍କିମ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ

ଭୁବନେଶ୍ୱର,୩୦।୫: ସିକ୍କିମରେ ଏକ ବଡ଼ ଅଘଟଣ ଘଟିଛି। ବୁଲିବା ପାଇଁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଏକ କାର୍‌ ତିସ୍ତା ନଦୀକୁ ଖସି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ଦାରିଙ୍ଗବାଡିରେ ବିଧାନସଭା ଷ୍ଟାଣ୍ଡିଂ କମିଟି: କଫି ବଗିଚାର ବିକାଶ ସହ ଡାକ୍ତର ପଦବୀକୁ ଗୁରୁତ୍ୱ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ)-କନ୍ଧମାଳ ଜିଲାକୁ ଓଡିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି ପ୍ରତିନିଧି ଦଳ ଗସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ସେମାନେ ଶୁକ୍ରବାର ସକାଳ ସମୟରେ କଫି ବଗିଚା ପରିଦର୍ଶନରେ…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିଥିଲେ ସ୍ବାମୀ: ଏବେ ମିଳିଲା ବଡ଼ ଦଣ୍ଡ

ଖୋର୍ଦ୍ଧା,୩୦।୫(ପ୍ରଭାତ ପାଣିଗ୍ରାହୀ): ପତ୍ନୀହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ। ଏହି ମାମଲାର ବିଚାର କରି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ(ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କ ଅଭିଯୁକ୍ତ ସ୍ବାମୀ ଦୀପ୍ତିମାନ ସାହୁଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ୧୦ହଜାର ଟଙ୍କା…

ଛିଣ୍ଡିଲା ରେଳ ଧାରଣା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

କେସିଙ୍ଗା,୩୦।୫(ତୁମେଶ୍ବର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରେ ରେଳ ଧାରଣା ଛିଣ୍ଡି ଯାଇଛି। ଦୁର୍ଭାଗ୍ୟବଶତଃ କୌଣସି ଦ୍ରୁତଗାମୀ ମାଲବାହୀ ଟ୍ରେନର କିଛି ବି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡ଼ିଛି। ଷ୍ଟେଶନର ଏକ…

ବରଗଡ଼ ପ୍ରଶାସନର ନିଆରା କାର୍ଯ୍ୟକ୍ରମ: ସହରରେ ଖୋଲିଲା ଗାଁ ଆମ୍ବ ପସରା

ବରଗଡ଼,୩୦।୫ ପ୍ରେମାନନ୍ଦ ଖମାରୀ): ବରଗଡ଼ ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବ ପସରା, ଏକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ୍ବ ଚାଷୀ ମାନଙ୍କୁ କିପରି ଭାବରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଆମ୍ବର ଉଚିତ…

ଶିକାରୀ ଗୁଳିରେ ଚାଲିଗଲା ଆଦିବାସୀ ଯୁବକଙ୍କ ଜୀବନ

ନୟାଗଡ଼,୩୦।୫(ଲୋକନାଥ ମିଶ୍ର):ନୟାଗଡ଼ ବନଖଣ୍ଡ ପଂଚରିଡା ରେଞ୍ଜ ଗୋଛା ସରନଖିତ ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସୂର୍ଯ୍ୟମଣି ପ୍ରଧାନ (୪୨)। ଘର ଶରଣକୁଳ ଥାନାର ଗୋଛା ଗାଁରେ। ସୂର୍ଯ୍ୟମଣି ଗୁରୁବାର ବିଳମ୍ବିତ ରାତିରେ ଗୋଛା…

ହାଇକୋର୍ଟ ଯିବେ ପୁଞ୍ଜିଲାଲ: ପୁଅ ସହ କଲେ ଆଲୋଚନା

ବଲାଙ୍ଗୀର,୩୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲ ମେହେର ହାଇକୋର୍ଟ ଯିବାକୁ ମନସ୍ଥ କରିଥିବା ଜଣାପଡିଛି। ବୁଧବାର ପାଟଣାଗଡ ଏଡିଜେ ଏହି ଚର୍ଚ୍ଚିତ ମାମଲାରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?