ଚୋରି କରିବାକୁ ଘରେ ପଶିଲେ: ଘରେ କେହି ନ ଥିବାରୁ ଅଣ୍ଡା ତରକାରୀ କରି ଭୋଜି କଲେ

ବଡ଼ଗାଁ,୨୦ା୭(ଅଶୋକ ଷଢ଼ଙ୍ଗୀ): ଚୋରି କରିବାକୁ ଆସି ଘରେ ପଶିଲେ। ହେଲେ ଘରେ କେହି ନ ଥିବା ନିଶ୍ଚିତ ହେବା ପରେ ଚୋରମାନେ ସେଠାରେ ଭୋଜି କରି ଖାଇବାକୁ ସ୍ଥିର କଲେ। ଘରେ ଥିବା ଅଣ୍ଡା ସିଝାଇ ତରକାରି କଲେ। ଡାଲି ବି ରାନ୍ଧିଲେ। ହାଣ୍ଡିରେ ଥିବା ଭାତ ସହିତ ଏ ସବୁକୁ ଖାଇ ଚାଲିଗଲେ। ଏହିଭଳି ଘଟଣା ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବଡ଼ଗାଁ ଥାନା ସବ୍‌ ଇନ୍ସପେକ୍ଟର ଖଗପତି ବିଶ୍ୱାଳଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗାଁ ଡିଗ୍ରୀ କଲେଜର ଅଧ୍ୟାପିକା ବନଜା ରାଣୀ ଷଡ଼ଙ୍ଗୀ କିଛି ଦିନ ହେଲା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଶୁକ୍ରବାର ରାତିରେ କଲେଜ ନିକଟରେ ସେ ରହୁଥିବା ଷ୍ଟାଫ କ୍ୱାର୍ଟରରେ ଚୋରମାନେ ତାଲାଭାଙ୍ଗି ପଶିଥିଲେ। ଘରେ ଥିବା ଆସବାବପତ୍ର, ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲେ ମଧ୍ୟ କିଛି ନେଇ ନ ଥିଲେ।

ଶନିବାର କଲେଜ କର୍ମଚାରୀମାନେ କବାଟ ତାଲା ଭଙ୍ଗା ଯାଇଥିବା ଦେଖି ଅଧ୍ୟାପିକାଙ୍କୁ ଫୋନ କରି ଜଣାଇଥିଲେ। ଅଧ୍ୟାପିକା ଏହି ସମ୍ପର୍କରେ ବଡ଼ଗାଁ ପୋଲିସକୁ ଜଣାଇବା ପରେ ସବ୍‌ ଇନ୍ସପେକ୍ଟର ବିଶ୍ୱାଳ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଚୋରମାନେ ଭୋଜି କରି ଖାଇଥିଲେ ମଧ୍ୟ କିଛି ଜିନିଷ ନେଇ ନ ଥିବା ଜଣାପଡିଥିଲା। ସେହିପରି ଗତ ସପ୍ତାହ ମଙ୍ଗଳବାର ରାତିରେ ଚୋରମାନେ ଧୁମାଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ପଶି ଥିଲେ। ମଧ୍ୟାହ୍ନଭୋଜନ ପାଇଁ ବତୁରା ଯାଇଥିବା ଚଣା ସିଝାଇ ଖାଇଥିଲେ ମଧ୍ୟ କୌଣସି ସାମଗ୍ରୀ ନେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍‌ରେ ସଫଳ ହେଲେ ଚିନ୍ମୟନନ୍ଦ

ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri