ନାକତଳେ ନିଶା କାରବାର: ପୋଲିସ, ଅବକାରୀ ନୀରବଦ୍ରଷ୍ଟା

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ଚୋରାମଦ, କଫ୍‌ ସିରପ୍‌ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଏଠାରେ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ଲୋକେ ବାରମ୍ବାର ଦାବି କରୁଛନ୍ତି। ଚିରାଚରିତ ଭାବେ ପୋଲିସ, ଅବକାରୀ ଧରପଗଡ଼ କରୁଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହେଉଛି। ପୋଲିସ, ଅବକାରୀ କଫ୍‌ ସିରପ୍‌, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ ଜବତ କରୁଛନ୍ତି। କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରୁଛନ୍ତି। ସେଥିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। ତେବେ କେଉଁଠୁ ସେହି ନିଶାଦ୍ରବ୍ୟ ଆସୁଛି ଏବଂ ସେଥିରେ ଆଉ କାହାରିଙ୍କ ସମ୍ପୃକ୍ତି ରହିଛି, ତାହା କେବଳ ତଦନ୍ତାଧିନଭାବେ ରହି ଯାଉଛି। ଅବକାରୀ କିମ୍ବା ପୋଲିସ ଚେରକୁ ଛୁଇଁ ପାରୁ ନାହାନ୍ତି। ନିଶା କାରବାରର କିଙ୍ଗପିନ୍‌ଙ୍କୁ କେହି ଧରି ପାରୁ ନାହାନ୍ତି। ଅନ୍ୟପଟେ ନିଶା କାରବାର ବୃଦ୍ଧି ଯୋଗୁ ଜିଲାରେ ଦିନ ଦ୍ୱିପ୍ରହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଲୁଟ୍‌, ଆକ୍ରମଣଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟୁଛି। କେବଳ ସେତିକି ନୁହେଁ, ଯୁବପୀଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଅନେକ ସମୟରେ ନିଶାସକ୍ତ ରୋଡ୍‌ ରୋମିଓଙ୍କ ଦ୍ୱାରା ସ୍କୁଲ, କଲେଜ ଛାତ୍ରୀମାନେ ମଧ୍ୟ ଟାହିଆଟାପୁରାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟରେ ଯାତାୟତ ପାଇଁ କେବଳ ମହିଳା ନୁହଁନ୍ତି, ପୁରୁଷମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେବେ ଏଭଳି ନିଶା କାରବାର ରୋକିବା ପାଇଁ ଜିଲାରେ ଅବକାରୀ କିମ୍ବା ପୋଲିସର ଅଭାବ ନାହିଁ। ୧୨ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ପୋଲିସ ମୁଖ୍ୟାଳୟ ସମେତ ୧୭ଥାନା ରହିଛି। ଗୋଡ଼ଭଗା, ରୁଷୁଡ଼ା ଓ ବିଜୟପଲ୍ଲୀରେ ପୋଲିସ ଫାଣ୍ଡି ଏବଂ ଡୁଙ୍ଗୁରି(ଅମ୍ବାଭୋନା) ଓ ନୃସିଂହନାଥରେ ପୋଲିସ୍‌ ବିଟ୍‌ ହାଉସ୍‌ ଅଛି। ଜିଲା ସଦର ମହକୁମାରେ ପୋଲିସ ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ, ଏସଡ଼ିପିଓଙ୍କ କାର୍ଯ୍ୟାଳୟ ରହିଛି। ପଦ୍ମପୁରରେ ମଧ୍ୟ ଏସଡିପିଓଙ୍କ କାର୍ଯ୍ୟାଳୟ ଅଛି। ସେହିପରି ସଦର ମହକୁମାରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ବରଗଡ଼ ଓ ପଦ୍ମପୁରରେ ଅବକାରୀ ବିଭାଗର ରେଞ୍ଜ କାର୍ଯ୍ୟାଳୟ ଅଛି। ବରଗଡ଼ ଅବକାରୀ ରେଞ୍ଜ ଅଧିନରେ ଅତାବିରା, ଭଟଲି ଓ ବରଗଡ଼ ଏବଂ ପଦ୍ମପୁର ରେଞ୍ଜ ଅଧିନରେ ପଦ୍ମପୁର, ପାଇକମାଳ ଓ ସୋହେଲା ଅବକାରୀ ଷ୍ଟେଶନ ରହିଛି। କେବଳ ସେତିକି ନୁହେଁ, ଉଭୟ ପୋଲିସ ଏବଂ ଅବକାରୀ ବିଭାଗରେ ଯଥାକ୍ରମେ ଏନଏଚ୍‌ ପାଟ୍ରୋଲିଂ ଏବଂ ମୋବାଇଲ ଟିମ୍‌ ରହିଛନ୍ତି। ଏହାସତ୍ତ୍ୱେ ପୋଲିସ ଏବଂ ଅବକାରୀର ନାକତଳେ ନିଶା କାରବାର ବୃଦ୍ଧି ଉଭୟ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସବୁଠି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବରଗଡ଼ ଏସ୍‌ପି ପିଏସ୍‌ ମୀନା ଏବଂ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା।

ନାଗରିକ ଅସୁରକ୍ଷିତ
ବରଗଡ଼ରେ ନିଶା କାରବାର ଯେଭଳି ଚାଲିଛି, ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ପୋଲିସ, ଜିଲାପାଳ ଧ୍ୟାନ ଦେଉ ନାହାନ୍ତି। ସହରର ପ୍ରତିପଡ଼ାରେ ନିଶାଦ୍ରବ୍ୟ ବିକ୍ରି ହେଉଛି। ନାଗରିକ ସୁରକ୍ଷିତ ମଣୁ ନାହାନ୍ତି। ଯୁବପୀଢ଼ି ନିଶାସକ୍ତ, ପଥଭ୍ରଷ୍ଟ ହେଉଛନ୍ତି। ସେମାନଙ୍କ କ୍ୟାରିୟର ଉପରେ ଏହାର କୁପ୍ରଭାବ ପଡୁଛି। ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କୁ ଜଣାଇଥିଲୁ। ହେଲେ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ।

ଏମାନେ କହନ୍ତି…

– ଭୀଷ୍ମଦେବ ସରାଫ୍‌, ସଭାପତି, ବରଗଡ଼ ନାଗରିକ ମଞ୍ଚ
ପାଲଟିବ ନିଶାର ଗଡ଼
ଯେଭଳି ଅବାଧରେ ନିଶା କାରବାର ଚାଲିଛି, ତାକୁ ବନ୍ଦ କରା ନଗଲେ ଯୁବଶକ୍ତି ବିଭ୍ରାନ୍ତ ହେବା ନିଶ୍ଚିତ। ସେହିପରି ସାମାଜିକ ଉନ୍ନତି ହେବାର ସମ୍ଭାବନା ନାହିଁ। ବରଗଡ଼ ସହରରେ ନିଶା ଟାବଲେଟ୍‌, ବ୍ରାଉନ ସୁଗାର, କଫ୍‌ ସିରପ୍‌ କାରବାର ମାତ୍ରାଧିକ ଚାଲିଲାଣି। ନିଶାଗ୍ରସ୍ତ ଲୋକଙ୍କ ପାଇଁ ମା’, ଭଉଣୀ ପଦାକୁ ବାହାରିବା ପାଇଁ ଭୟଭିତ ହେଉଛନ୍ତି। ନିଶା କାରବାର ଦମନ ପାଇଁ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନ ବରଗଡ଼ ନିଶାର ଗଡ଼ ପାଲଟିବ, ଏଥିରେ ସନ୍ଦେହ ନାହିଁ।
– ପ୍ରଶାନ୍ତ ମହାପାତ୍ର, ସମ୍ପାଦକ ସମଲେଶ୍ୱରୀ ସଂଘ, ବରଗଡ଼
ନିଶା ଦମନ ସାମାଜିକ ଦାୟିତ୍ୱବୋଧ
ନିଶା କାରବାର ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ ଯେଭଳି କାର୍ଯ୍ୟାନୁଷ୍ଠାନ ହେବା କଥା, ତାହା ପରିଲକ୍ଷିତ ହେଉ ନାହିଁ। ପୋଲିସ ପକ୍ଷରୁ ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରି ଚଢ଼ାଉ କରାଯିବା ଦରକାର। ଅଭିଯୋଗ ପାଇଲେ ଯାଇ ଚଢ଼ାଉ ହେଉଛି। କିନ୍ତୁ ସରପ୍ରାଇଜ୍‌ ରେଡ୍‌ ହେବା କଥା। ସେହିପରି ନିଶା କାରବାର ରୋକିବା ସାମାଜିକ ଦାୟିତ୍ୱବୋଧ। ଫଳରେ ସେଥିପାଇଁ ସମସ୍ତେ ପ୍ରୋଟେଷ୍ଟ କରିବା ସହିତ ପୋଲିସ, ଅବକାରୀ ବିଭାଗକୁ ସୂଚନା ମଧ୍ୟ ଦେବା ଉଚିତ୍‌।
– କିରଣ କୁମାର ମିଶ୍ର, ଆଡ଼ଭୋକେଟ୍‌, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri