ଆମ ଜିଲା ଖବର

ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣା: ପହଞ୍ଚିଲେ ପୁରୀ ଏସ୍‌ପି, କହିଲେ ସ୍ପେଶାଲ ଟିମ୍‌ ଗଠନ କରାଯାଇ…

ପିପିଲି,୧୯ା୭: ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍‌ ଗଠନ…

ଟିକା ନେଇ ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ଆସିଲା ତଦନ୍ତ ରିପୋର୍ଟ, ଟିକାକରଣ ନୁହେଁ, ଏହି କାରଣରୁ…

ଦାରିଙ୍ଗବାଡ଼ି,୧୯ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲା ଅତିରିକ୍ତ ସ୍ବାସ୍ଥ୍ୟାଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ…

ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ସରକାର…

ଭୁବନେଶ୍ୱର,୧୯ା୭: ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେବା ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଏକ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି ଖବର ଶୁଣି ମୁଁ ବ୍ୟଥିତ…

ଟିକା ନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣା ଖବର ପ୍ରକାଶ ପରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ, ଡାକ୍ତର କହିଲେ ବିପଦ ନାହିଁ

ଦାରିଙ୍ଗବାଡ଼ି,୧୯ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଟିକା ନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣାରେ କନ୍ଧମାଳ ଜିଲା ଶିକ୍ଷାଧିକାରୀ ରାଜେଶ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବିଇଓ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ…

ବ୍ରିଜ୍‌ ଉପରେ ୩ ଟ୍ରକ୍‌ ପିଟାପିଟି, ଜାତୀୟ ରାଜପଥ ବନ୍ଦ

ବଲାଙ୍ଗୀର/ଲୋଇସିଂହା,୧୯ା୭(ସୁନୀଲ ମହାନ୍ତି/ସୁଶାନ୍ତ ବାରିକ): ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ନଂ ୨୬ର ଫାସଡ଼ ସୁକତେଲ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ୟାଙ୍କର ଓ ଗୋଟିଏ ଟ୍ରକ୍‌ ପରସ୍ପର ଭିତରେ ପିଟି ହୋଇଛନ୍ତି। ବ୍ରିଜ୍‌ ଉପରେ…

ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପିପିଲି,୧୯ା୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ…

ଟ୍ରକ୍‌ ପଛରେ ପିଟିହେଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବାଲେଶ୍ୱର,୧୯ା୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଜୁଣବଳଦା ଛକ ନିକଟରେ ଏକ ଟ୍ରକ୍‌ ପଛପଟରେ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ…

କ୍ରାଇମବ୍ରାଞ୍ଚ ଟିମ୍‌କୁ ବଡ଼ ସୁରାକ୍‌, ଜଣାପଡ଼ିଲା FM ଛାତ୍ରୀଙ୍କୁ କିଏ ଆଣି ଦେଇଥିଲା ପେଟ୍ରୋଲ

ବାଲେଶ୍ୱର,୧୯ା୭: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌କୁ ଏକ ବଡ଼ ସୁରାକ୍‌ ମିଳିଛି। ଘଟଣା ଦିନ ପେଟ୍ରୋଲ କେଉଁଠୁ…

୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ

ଥୁଆମୂଳ ରାମପୁର,୧୯।୭(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସି କୋର୍ଟ, ତାଳୁକ ଆଇନ ପ୍ରାଧିକରଣ ସେବା କମିଟି ତରଫରୁ ଶିକ୍ଷା ଅଧିକାର ଆଇନ ୨୦୦୯ ର ଜେ.ଜେ (ସିପିସି) ଆଇନ…

ଘରକୁ ଡାକି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

ଦେବଗଡ଼,୧୯ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅଧୀନ ନୂଆଗାଁରେ ହତ୍ୟାକାଣ୍ଡ। ଶୁକ୍ରବାର ବିଳମ୍ବିତ ରାତିରେ ଘର ଭିତରକୁ ଡାକି ହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ। ହତ୍ୟା ପରେ ଦେବଗଡ଼ ଥାନାରେ ଆତ୍ମସମର୍ପଣ କରିଛନ୍ତି ହତ୍ୟାକାରୀ। ରତନ ପ୍ରଧାନଙ୍କୁ ହତ୍ୟା କରିଛନ୍ତି ପଞ୍ଚାନନ…

୩୩ ବର୍ଷ ପରେ ରାୟ ପ୍ରକାଶ: ଦୋଷୀଙ୍କ ଦଣ୍ଡବିଧାନକୁ ଦେଖିପାରିଲେନି ପୀଡ଼ିତ

ନୀଳଗିରି,୧୯ା୭(ପ୍ରଶାନ୍ତ ବିଶ୍ୱାଳ):ରାଜନୈତିକ ଆକ୍ରୋଶର ଶିକାର ହୋଇ ମରଣସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ୩୩ବର୍ଷ ପରେ ନ୍ୟାୟ ମିଳିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳିଛି। ମାତ୍ର ଏହି ଖୁସିର ମୁହୂର୍ତ୍ତକୁ ଦେଖିବାକୁ ପୀଡ଼ିତ ଜଣକ ଆଉ ନାହାନ୍ତି। ଏଭଳି ଘଟଣା…

ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଭାଜପା ନେତା: ବାନ୍ଧିଲା ପୋଲିସ

ଅନୁଗୋଳ,୧୯।୭(ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ):ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଅନୁଗୋଳ ଜିଲା ଭାଜପା ସମ୍ପାଦକ ତଥା ଯୁବନେତା ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ପୋଲିସ ୧୭ ତାରିଖ ରାତିରେ ତାଙ୍କୁ ଗିରଫ କରିଛି। ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?