ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ ବଢୁଛି।
୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଆରମ୍ଭ ହୋଇ ନ ଥିଲା। ଫଳରେ କିରିକୁଟି ପଞ୍ଚାୟତ ଅଞ୍ଚଳବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଅଞ୍ଚଳବାସୀ ଗୁରୁବାର ଥାନା ଘେରାଉ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦାରିଙ୍ଗବାଡି ପୋଲିସ ଆକ୍ରମଣ କରାଯାଇଥିବା ଗ୍ରାମ ଉକ୍ତ ପଞ୍ଚାୟତର ପାଟାଙ୍ଗିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରିଛି। ତେବେ ଆକ୍ରମଣ କରିଥିବା ଦୁର୍ବୁତ୍ତଙ୍କୁ ଖୋଜି ବାହାର କରି ପୋଲିସ ଶୀଘ୍ର ଗିରଫ କରୁ ନ ହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କିରିକୁଟି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଦିଲୀପ କୁମାର ପ୍ରଧାନ, ରତ୍ନ ସିଂ ପାତ୍ର,ହୃଷିକେଶ ବେହେରଦଳାଇ, ସୁରେଶନ ସାହୁ,ରାମପତି ପ୍ରଧାନ, ରମାକାନ୍ତ ଦଣ୍ଡସେନା, ପ୍ରସନ୍ନ ପ୍ରଧାନ, ଅମିତ ଦିଗାଲ, ମନୁ ଦିଗାଲ, ଭିକି ସାହୁ, ଭୀମରାଜ ଦିଗାଲ, ମୀନକେତନ ପଣ୍ଡା, ତାରେଶ୍ୱର ପ୍ରଧାନ, ଟ୍ରଲି ପ୍ରଧାନ, ପ୍ରମୁଖ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁ ତାଙ୍କ ସମ୍ପର୍କୀୟଙ୍କ ଘରେ ପାଟାଙ୍ଗି ଗ୍ରାମରେ ଥିଲେ। ଏହି ସମୟରେ ବିଦ୍ୟୁତ ଚାଲିଯାଇଥିବାବେଳେ ଏକାଧିକ ଦୁର୍ବୁତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ତ୍ରିଲୋଚନଙ୍କ ବେକ, ପିଠି, ହାତ, ପେଟ ଆଦିକୁ ଗଭୀର ଆଘାତ କରିଥିଲେ। ବିଦ୍ୟୁତ ଆସିବା ବେଳେ ତ୍ରିଲୋଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ଅଧିକା ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କୁହାଯାଉଛି। ତ୍ରିଲୋଚନଙ୍କୁ ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଗୁରୁତର ତ୍ରିଲୋଚନଙ୍କ ମାମୁଙ୍କ ପୁଅ ଜୟଚନ୍ଦ୍ର ପ୍ରଧାନ ସୋମବାର ଲିଖିତ ଅଭିଯୋଗ କରିଥିଲେ। ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନ ଥିବା ନେଇ ଅସନ୍ତୋଷ ବଢିଛି। ଏନେଇ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠିଙ୍କ ସହ ଯୋଗାଯୋଗ କରାଯିବାରୁ ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି। ଖୁବଶୀଘ୍ର ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri