ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…

ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ ବେହେରା, ବ୍ଲକ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଡିଏସଏ ରବୀନ୍ଦ୍ର ନାଥ ମଲାଣ, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଜଣେ ଲୋକ ସମୁଦାୟ ୪୦ ଦିନ କାର୍ଯ୍ୟ କରିଥିବା ବେଳେ ତାହାର କାର୍ଯ୍ୟ ୧୦୦ ଦିନ ହୋଇଥିବା ଦର୍ଶାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିଡିଓ ଉକ୍ତ ପଂଚାୟତର ଜିଆରଏସ ପଚାରିଥିଲେ। ସେ ଉକ୍ତ ବିଷୟରେ ଜାଣିନଥିବା କହିଥିଲେ । ପରେ ଭାରପ୍ରାପ୍ତ ସିଡିଓ ଆସନ୍ତା ସାତ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ କହିଥିଲେ। ସେହିପରି ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗର କାର୍ଯ୍ୟଧାରା ଠିକ ନଥିବା ଯୋଗୁଁ ଲୋକପ୍ରତିନିଧି ଏବଂ ଜିଲାରୁ ଆସିଥିବା ଅଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ଏହି ବିଭାଗର ବିଭିନ୍ନ ପ୍ରକଳ୍ପ ହେଉଥିବା ବେଳେ ଲୋକପ୍ରତିନିଧିଙ୍କୁ ଅଫିସରମାନେ ଜଣାଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା l ୬ ମାସ ହେଲା କିଛି ପଂଚାୟତର ଜିଆରଏସମାନେ କେସ ରେକର୍ଡ଼ ଦାଖଲ କରିନାହାନ୍ତି । ଏଭଳି ଏଭଳି ଅବହେଳା ପାଇଁ ସିଡିଓ କ୍ଷୋଭ ପ୍ରକାଶ କରିବା ସହ ସାତ ଦିନର ମହଲତ ଦେଇଛନ୍ତି। ବ୍ଲକ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ନଥିବା କିଛି ଅଧିକାରୀ କାରଣ ଦର୍ଶାଅ ନୋଟିସ ପାଇଁ ବିଡ଼ିଓଙ୍କୁ ଭାରପ୍ରାପ୍ତ ସିଡିଓ ନିର୍ଦେଶ ଦେଇଥିଲେ । ସେହିପରି ବ୍ଲକର କେତେକ ସ୍କୁଲରେ ପରିସ୍ରା ଗାର ନଥିବା ଯୋଗୁ ପିଲା ବାହାରକୁ ଯାଉଛନ୍ତି। ଏ ସମ୍ପର୍କରେ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ ସ୍କୁଲର ସ୍ଥିତି ଅନୁଧ୍ୟାନ ପାଇଁ ବ୍ଲକ ଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ଖଣ୍ଡଦେଉଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଫିସର ସୌମ୍ୟ କାନ୍ତ ମହାପାତ୍ର, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ରାମଗଡ଼ ସରପଞ୍ଚ ସନ୍ତୋଷିନୀ ବେହେରା, ସରପଞ୍ଚ ,ସିଦ୍ଧେଶ୍ବର ନାହାକ, ରବୀନ୍ଦ୍ର ବେହେରା, ସମିତି ସଭ୍ୟ ହଜାରୀ ବେହେରା, ଜୟ କୃଷ୍ଣ ରେଡି, ଚକା ନାହାକ, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ମାମି ଦାସଙ୍କ ସମେତ ସମସ୍ତ ଅନ୍ୟାନ୍ୟ ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୪/୨୫ରେ ମୋଟ ୨୫୫୦ ପ୍ରକଳ୍ପ ଅନୁମୋଦନ ହୋଇଥିଲା l ସେଥିରୁ ୧୨୫୪ ପ୍ରକଳ୍ପ ସମ୍ପୂର୍ଣ ହୋଇଛି। ଏଥିପାଇଁ ୯ କୋଟି ୮୬ ଲକ୍ଷ ୫୩ ହଜାର ଖର୍ଚ୍ଚ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ୨୫୯୫୧୯ କାର୍ଯ୍ୟ ଦିବସ ହୋଇଥିଲା ବେଳେ ୧୬୮ ପରିବାର ୧୦୦ ଦିନ ସମ୍ପୂର୍ଣ କରିଥିବା ବ୍ଲକ ପକ୍ଷରୁ କୁହାଯାଇଛି। ଏପିଓ ବ୍ରଜକିଶୋର ବେହେରା, ନରେଗା ଆସିଷ୍ଟାଣ୍ଟ ମାମି ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ଶିବାନୀ ସେଠୀ, ପ୍ରମୁଖ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri