ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ତେଜିଲା ଉଚ୍ଛେଦ ଦାବି, ତାତିଲେ ସହରବାସୀ

ବରଗଡ଼,୧୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ତାତି ଥମିବାର ନାଁ ନେଉ ନାହିଁ। ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଛି। ଏହାସତ୍ତ୍ୱେ ପ୍ରଶାସନ ସମ୍ପୃକ୍ତ ଜବରଦଖଲ ଅଂଶକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରି ପାରି ନାହିଁ। ସେଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ଅନ୍ୟପଟେ ସହରବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରି ପାରି ନଥିବା ପ୍ରଶାସନ ସହରର ଅନ୍ୟସ୍ଥାନରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ନେଇ ପ୍ରଶାସନର ଉଚ୍ଛେଦକୁ ସହରବାସୀ ସ୍ବାଗତ କରୁଛନ୍ତି, ମାତ୍ର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରି ନଥିବାରୁ ପ୍ରଶାସନକୁ ବାରମ୍ବାର ସହରବାସୀଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡୁଛି। ଏପରିକି ପ୍ରଶାସନର ସେଭଳି ଅପାରଗତା ପ୍ରତିବାଦରେ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ନାଗରିକବୃନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ନାଗରିକ ମଞ୍ଚ ନେତୃତ୍ୱରେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ସହରର ଶତାଧିକ ନାଗରିକ ଦଳମତ ନିର୍ବିଶେଷରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରେ ସହରର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏଥିରେ ସାମିଲ ଥିଲେ। ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଆନ୍ଦୋଳନସ୍ଥଳକୁ ପହଞ୍ଚିଥିଲେ ଏବଂ ଉପଯୁକ୍ତ ଫୋରମ୍‌ରେ ଉପରୋକ୍ତ ଦାବି ଉପରେ ବିଚାର କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା ଏବଂ ସହର ମୁଖ୍ୟରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବର୍ତ୍ତମାନ ବିଚାରାଧିନ ରହିଛି। ବୁଧବାର ଏହି ମାମଲାର ଶୁଣାଣି ତଥା ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ତେବେ ଶୁଣାଣି ପୂର୍ବରୁ ସହରବାସୀଙ୍କ ଏହି ଆନ୍ଦୋଳନ ଯେତିକି ଚର୍ଚ୍ଚାର ବିଷୟ ହୋଇଛି, ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ରାୟ ଉପରେ ସହରବାସୀଙ୍କ ଅଧିକ ନଜର ଏବଂ ଉତ୍କଣ୍ଠା ରହିଛି। ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ନୂଆଁ ନୁହେଁ। ଏକଦା ଜାତୀୟ ରାଜପଥ ରହିଥିବା ଏହି ସ୍ଥାନ ଦିନକୁ ଦିନ ସଙ୍କୁଚିତ ହେବା ସହିତ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହୋଇ ପଡୁଥିବା ଦୃଷ୍ଟିିରୁ ଦୀର୍ଘବର୍ଷରୁ ସହରବାସୀ ଏହି ଜବରଦଖଲ ଅଂଶକୁ ଉଚ୍ଛେଦ କରିବାକୁ ଦାବି କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବରଗଡ଼ ଜିଲା ଓକିଲ ସଂଘର ନେତୃତ୍ୱରେ ଏବଂ ସମଲେଶ୍ୱରୀ ସଂଘ ସମେତ ଅନ୍ୟ କେତେକ ସଙ୍ଗଠନର ସହଭାଗିତାରେ ଏହି ଦାବି ନେଇ ଆନ୍ଦୋଳନ ତେଜି ଉଠିଥିଲା। ପ୍ରଶାସନ ପକ୍ଷରୁ ସେତେବେଳେ ଜବରଦଖଲ ସୀମା ଚିହ୍ନଟ, ଡାକବାଜି ଯନ୍ତ୍ରରେ ଉଚ୍ଛେଦ ନେଇ ସୂଚନା ସହିତ ଆଂଶିକ ଉଚ୍ଛେଦ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉଚ୍ଛେଦରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ ଏବଂ ଅଧାରୁ ସେତେବେଳେ ଉଚ୍ଛେଦ ଅଟକି ରହିଥିଲା। ଏପରିକି ଗତ ସାଧାରଣ ନିର୍ବାଚନରେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ମଧ୍ୟ ଏକ ପ୍ରସଙ୍ଗ ପାଲଟିଥିଲା ଏବଂ ଏହା ତତ୍କାଳୀନ ବିଜେଡି ସରକାରକୁ ଏଠାରେ କ୍ଷତି ପହଞ୍ଚାଇ ଥିବାବେଳେ ବର୍ତ୍ତମାନର ଶାସକ ଭାଜପା ପାଇଁ ବରଦାନ ସାଜିଥିଲା। ସରକାର ପରିବର୍ତ୍ତନ ହେଲେ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ନିଶ୍ଚିତ ପୂରଣ ହେବ ବୋଲି ସହରବାସୀ ମଧ୍ୟ ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଏବେ ମଧ୍ୟ ସହରବାସୀଙ୍କ ସେହି ଆଶା, ଆକାଂକ୍ଷା ଅଧୁରା ରହିଛି। କେବଳ ସେତିକି ନୁହେଁ, ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ଏକାଧିକ ଥର ରାୟ ଦେଇଛନ୍ତି। ତେବେ ସହରର ଅନ୍ୟତ୍ର ଉଚ୍ଛେଦ ପାଇଁ ପ୍ରଶାସନ ଯେଭଳି ତପତ୍ର ହୋଇ ପଡୁଛି, ଉଚ୍ଚ ନ୍ୟାୟାଳୟର ରାୟ ପରେ ସେଭଳି ତପତ୍ରତା ଦେଖାଉ ନଥିବାର ସୁଯୋଗ ନେଇ ମାମଲା ପୁଣି ନ୍ୟାୟାଳୟକୁ ଯାଉଛି ଏବ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଟକି ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ଆଭିମୁଖ୍ୟ ନେଇ ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନଧିଙ୍କ ଉପରୁ ସହରବାସୀଙ୍କ ଭରସା ତୁଟି ବସିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ତେଜି ଉଠୁଛି। ଏହି କ୍ରମରେ ବରଗଡ଼ ନାଗରିକ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ସହରର ନାଗରିକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଅବସରରେ ଆନ୍ଦୋଳନସ୍ଥଳୀରେ ହୋଇଥିବା ସଭାରେ ନାଗରିକ ମଞ୍ଚର ସଭାପତି ଭୀଷ୍ମଦେବ ସରାଫ ସଭାପତିତ୍ୱ କରିଥିବାବେଳେ ସମଲେଶ୍ୱରୀ ସଂଘର ସଭାପତି ସମୀର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଜିଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ସମେତ ବିରେନ୍ଦ୍ର ପ୍ରଧାନ, ଈଶ୍ୱର ବାଗ, ରମେଶ ପତି, ରାଜେନ୍ଦ୍ର ସିକନ୍ଦର, ପ୍ରହଲ୍ଲାଦ ମାହାଣା, ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଉଦ୍ଧବ ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri