ଆମ ଜିଲା ଖବର

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି। ଗତ ୨୦୧୪ ନିର୍ବାଚନରେ ସ୍ବାଧୀନ...

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବିମାନରେ ସ୍ଥାପନ କରି ବାଦ୍ୟବଜାଣା ସହ ପଟୁଆରରେ ନଗର...

କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଶନିବାର ଗଡ଼ ଓ କଅଁଳଖୁଣ୍ଟା...

ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର ଜମେ। ୫ ଦିନ ଧରି ଚାଲେ ଏହି ପର୍ବ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ...

ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର

ଝୁମ୍ପୁରା, ୨୦।୪(ଡି.ଏନ.ଏ.): ଝୁମ୍ପୁରା ବଜାର ତଥା ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ ଆଦିକୁ ଯାତାୟାତ ପାଇଁ ଥିବା ୨ ମୁଖ୍ୟ ରାସ୍ତା ଉପରେ କାନପୁର କେନାଲର ପୋଲ ନିର୍ମାଣାଧୀନ ରହିଛି। ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଅଗ୍ନିଶମ ସେବାକେନ୍ଦ୍ର ପାଖରେ ଏବଂ...

ବିଜେଡି ପାଇଁ ପ୍ରଚାର କଲେ ସନାତନ

ଚମ୍ପୁଆ, ୨୦ା୪ (ଡି.ଏନ.ଏ.): ବିଜେଡିକୁ ବିଜୟ କରିବାକୁ ଶନିବାର ଚମ୍ପୁଆ ଶିରପୁରଠାରେ ବିଧାୟକ ସନାତନ ମହାକୁଡ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ମୁଁ ବିଜେଡି ନୁହଁ ମାତ୍ର ମୋ ସମର୍ଥିିତ ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ...

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡ଼ୋଶୀ ଘରର ଜଣେ ୧୪ ବର୍ଷର ନାବାଳକ ସେଠାକୁ...

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ...

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ...

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର...

ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ସୋରଡା ଥାନା...

ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସୋରଡା ବ୍ଲକ ରେଣ୍ଟି ବୁଥ୍‌ରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭାଙ୍ଗିବା ମାମଲାରେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇ ଜେଲ ଯାଇଛନ୍ତି। ଶୁକ୍ରବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି...

ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାଉଣ୍ଟର ବନ୍ଦ କରି ଦିଆଯାଇଛି। ଜଣେ ଆସିଷ୍ଟାଣ୍ଟ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ଅଞ୍ଚଳରେ ଏକାଧିକ ଘରର ଟିଣ, ଆଜବେଷ୍ଟସ ଛପର ଉଡିବା ସହ କ୍ଷୟକ୍ଷତି ହୋଇଛି। ସିମନବାଡ଼ିର ପ୍ରଦୀପ ନାୟକ ଏବଂ ରିପୁ ନାୟକଙ୍କ ଘରର ଛପର...

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏଥିରେ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀ ଯେନତେନ ପ୍ରକାରେ ନିର୍ବାଚନ ଜିତିବା ପାଇଁ ଅର୍ଥବଳ,...

ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ଯୋଡ଼ା, ୨୦।୪(ଡି.ଏନ.ଏ.): ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ଟ୍ରକ୍‌ରୁ ଉନ୍ନତମାନର ମାଙ୍ଗାନିଜ ପଡିବାରୁ ସାଧାରଣ ପଥଚାରୀ ହନ୍ତସନ୍ତ ହେଉଛନ୍ତି। ଶୁକ୍ରବାର ସକାଳେ କୌଣସି ଏକ ଖଣିରୁ ଡ୍ରମ୍ପର ଯୋଗେ ଉନ୍ନତମାନର ମାଙ୍ଗାନିଜ ବୋଝେଇ ହୋଇ ଯୋଡା...

ଭାଜପାର ବିଜୟ ସଂକଳ୍ପ ସଭା

ଢେଙ୍କିକୋଟ, ୨୦ା୪(ଡି.ଏନ.ଏ.): ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ପଡ଼ିଆରେ ଶୁକ୍ରବାର ୪ଟା ବେଳେ ଭାଜପାର ଏକ ବିଜୟ ସଂକଳ୍ପ ସଭା ହୋଇଥିଲା। ଏହି ସଭାରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ପୃଥ୍ବୀରାଜ କୁଅର ସହ...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଭଦ୍ରକ ଅଫିସ, ୨୦।୪ – ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତ ଗଗନ ବେହେରା(୫୫)ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ ...