ଗଞ୍ଜେଇ ଚାଲାଣରେ ସୁନ୍ଦରୀ ଯୁବତୀ: ଷ୍ଟେଶନରୁ ମାଡ଼ିବସିଲା ପୋଲିସ…

ମୁନିଗୁଡ଼ା,୧୯।୯ (ନନ୍ଦ କିଶୋର ପଟ୍ଟନାୟକ): ଟ୍ରେନ୍‌ ଯୋଗେ କେରଳକୁ ଗଞ୍ଜେଇ ଚାଲାଣ ବେଳେ ମୁନିଗୁଡ଼ା ପୋଲିସ ରେଳ ଷ୍ଟେଶନ ପରିସରରୁ ୨୧କେଜି ୧୫୦ଗ୍ରାମ ଗଞ୍ଜେଇ ଜବତ କରଛି। ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣେ ଯୁବତୀଙ୍କ ସହ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି l

ଗିରଫ ଅଭିଯୁକ୍ତ ହେଲେ କେରଳ ଥ୍ରୀସୁର ଅଞ୍ଚଳର ମହମ୍ମଦ ସିଆସ(୨୬) ଓ ମହିଳା ସହଯୋଗୀ ସାଭାନା କେ.ଏଚ୍‌. (୨୪। ଏମାନେ ମୁନିଗୁଡା ଅଞ୍ଚଳରୁ ଉକ୍ତ ଗଞ୍ଜେଇ ଆଣି ଟ୍ରେନ୍‌ ଯୋଗେ କେରଳକୁ ଚାଲାଣ କରୁଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ମୁନିଗୁଡା ରେଳ ଷ୍ଟେଶନ ପରିସରରେ ନୂତନ ଭାବେ ତିଆରି ହେଉଥିବା ରେଲକୋଚ୍‌ ରେଷ୍ଟୁରାଣ୍ଟ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମୁନିଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ ଥାନା ଆଇଆଇସି ସୌଦାମିନୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ରେ ଏସ୍‌ଆଇ ବିକାଶ ଦେବନାଥ, ଗୌର ଚନ୍ଦ୍ର ପଣ୍ଡା, ଇଞ୍ଜୁ ଶବର,ଗୋବିନ୍ଦ ଯାକକା, ଜୁଲି କୁମାରୀ ଦାସ ପ୍ରମୁଖ ସେଠାରେ ପହଞ୍ଚି ଯାଞ୍ଚ କରିଥିଲେ । ୨ ଜଣ ଗଞ୍ଜେଇ ଚାଲାଣ ନିମନ୍ତେ ପ୍ରସ୍ତୁତି କରୁଥିବା ସମୟରେ ଏମାନଙ୍କଠାରୁ ଗଞ୍ଜେଇ ଜବତ କରାଯାଇଥିଲା l ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିବାବେଳେ ଏମାନେ ଉକ୍ତ ଗଞ୍ଜେଇ କେରଳକୁ ନେଇ ଯାଉଥିବା ପ୍ରକାଶ କରିଥିଲେ।

ଜବତ ଗଞ୍ଜେଇ ଓଜନ କରିବା ପରେ ଏହା ୨୧କେଜି ୧୫୦ଗ୍ରାମ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଥିଲା। ଏ ନେଇ ମୁନିଗୁଡା ଥାନାରେ କେସ୍‌ ନମ୍ବର ୧୮୫/୨୦୨୫ ରେ ମାମଲା ରୁଜୁକରି ଉଭୟଙ୍କୁ ଶୁକ୍ରବାର କୋର୍ଟକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?