ଆମ ଜିଲା ଖବର

ଉଦ୍‌ଘାଟନର ୯ ମାସ ବିତିଲା, ଜିଲା ସଂସ୍କୃତି ଭବନ କାର୍ଯ୍ୟକ୍ଷମ ହେଲାନି

ସୋନପୁର,୨୦।୫(ନି.ପ୍ର.)  ପ୍ରକଳ୍ପ ଉଦ୍‌ଘାଟନ ହୋଇଛି, କିନ୍ତୁ ତାଲା ଝୁଲୁଛି। ୯ମାସ ପରେ ବି କାର୍ଯ୍ୟକ୍ଷମ ହେଉନି। ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଦେଢକୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଜିଲା ସଂସ୍କୃତି ଭବନ ଏବେ ଭୂତକୋଠିରେ ପରିଣତ ହେଲାଣି। ଗତ...

ମକଡ଼ଦମପଡ଼ାରେ କିଡ଼୍‌ନୀ ରୋଗ୍‌ ଆତଁକ୍‌

ସିନାପାଲି,୨୦।୫ (ଡି.ଏନ.ଏ)-  ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍‌ ମକଡଦମପଡା ଗାଁବାସୀ ନିରମଲ ପାଏନ୍‌ ଅଭାବୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ପିଇ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମରିଥିଲାବେଲେ ବଡ଼ଭାଗୀ ଲୋକ ପୀଡ଼ିତ ଅଛନ୍‌। ସୂଚନା ଅନ୍‌ସାରେ ସିନାପାଲି...

ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଇରିଗେସନ କଲୋନି ବାସିନ୍ଦା ପିତାମ୍ବର ବେହେରୁକ (୬୫) । ଉଦ୍ଧାର ସ୍ଥଳର...

ବିଷାକ୍ତ ଛତୁଖାଇ ୮ ଅସୁସ୍ଥ

ରାୟଗଡା ଅଫିସ୍‌, ୧୯।୫- ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଗୋଡିବାଲିଠାରେ ବିଷାକ୍ତ ଛତୁଖାଇ ୮ଜଣ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ପ୍ରଥମେ ମାଣ୍ଡିବିଶି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ...

୨୫ ଘନଫୁଟ କାଠ ଜବତ, ୨ ଗିରଫ

ଭଞ୍ଜନଗର,୧୯।୫(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁଆବାଡିରୁ ବନ ବିଭାଗ କର୍ମଚାରୀ ରବିବାର ସକାଳେ ୨୫ ଘନଫୁଟ ଶାଳ ଓ ହଳନ୍ଦ କାଠ ଗଣ୍ଡି ଜବତ କରିଛି। ୨ଜଣ ଶ୍ରମିକ ଉକ୍ତ କାଠ ଏକ ତୋଟା ଭିତରେ...

ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବହୁ ମାନସିକଧାରୀ ବିଭିନ୍ନ...

ବଡ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯।୫(ଡି.ଏନ୍‌.ଏ.)- ଆସିକା କଳିଙ୍ଗା ରୋଡ ଡାକବଙ୍ଗଳା ସଂଲଗ୍ନ ବଡନଦୀର ବାଲୁକାଶଯ୍ୟାରୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ଆସିକା ଥାନା ପଥରା ନିକଟରେ ବସବାସ କରୁଥିବା ମୁଣ୍ଡପୋତା କେଳା...

ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି। ରାଜପଥ ସମ୍ପ୍ରସାରଣ ପ୍ରକଳ୍ପରେ ଚରମ୍ପାଠାରେ ଏହି ପୋଲ ନିର୍ମାଣ ସ୍ଥାନ...

ଖରିଫ ଧାନ ବିହନର ମୂଲ୍ୟ ବଢିଲା:ବିହନ ନିଗମ ଓ ଜିଲାକୃଷି ବିଭାଗ କଥାରେ ରହୁନି ତାଳମେଳ

ଭୋଗରାଇ, ୧୯।୫(ଡି.ଏନ.ଏ.)-ବାଲେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମ ପକ୍ଷରୁ ଏଥର ୨ଶହ ଟଙ୍କା ଦର ବଢାଇ ବିହନ ବିକ୍ରି କରାଯାଉଛି। ରବିବାର କେତେକ ଡିଲର ନିଗମ ଡିପୋରୁ ପୂର୍ବ ନିର୍ଦ୍ଧରିତ ଦର ୧୮ଶହ ଟଙ୍କା ପରିବର୍ତ୍ତେ ୨ହଜାର ଟଙ୍କା ଦେଇ ବିହନ...

୩ ଦିନ ପରେ ଗଣତି, ବଢୁଛି ଉତ୍କଣ୍ଠା

ବାଲେଶ୍ୱର ଅଫିସ, ୧୯।୫-ଭୋଟ ଗଣତି ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେମାନେ ଆଶା, ଆଶଙ୍କାରେ ରହି ଦିନ ବିତାଉଛନ୍ତି। ଏଥର ସାଧାରଣ ନିର୍ବାଚନର ଫଳାଫଳ ଉଭୟ ରାଜ୍ୟ ଓ କେନ୍ଦ୍ର...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା ସହରର ଚମାରପଡାରେ। ଟିକୁଙ୍କୁ ଉପକାରାଗାର ପରିସର ଶୌଚାଳୟ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ...

୬ ମାସ ହେଲା ଚାଲୁନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୯।୫(ଡି.ଏନ.ଏ.):ଦୀର୍ଘ ୬ମାସରୁ ଅଧିକ ସମୟ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦେଖାଦେଇଛି ଜଳ ସଂକଟ। ତେଣୁ ପାନୀୟ ଜଳ ପାଇଁ ଲୋକେ ସାଧାରଣରେ ନାହିଁ ନ ଥିବା...

ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ତେନ୍ତୁଳିଖୁଣ୍ଟି, ୧୯।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡଦେଓପାଲି ପଞ୍ଚାୟତର ଭୌଗଳିକ ସ୍ଥିତି ଓ ଜନସଂଖ୍ୟାକୁ ଆଧାର କରି ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଇ ନଥିବା ଅଭିଯୋଗ ହୋଇ ଆସୁଛି। ଗୌଡ ଦେଓପାଲି ପଞ୍ଚାୟତର ଚାପଟାପାଶ ଗ୍ରାମବାସୀ ଲମତାଗୁଡା ପଞ୍ଚାୟତର ପଡାଆଉଁଳି...

ଜୀବନ ଜୀବିକାକୁ ନେଇ ଅସହାୟ ଯୋଗୀ

ପାରଳାଖେମୁଣ୍ଡି,୧୯।୫(ସ୍ବ.ପ୍ର.): ଗୋଟିଏ ପଟେ ଗୋଡ଼ ହରାଇଥିବା ସ୍ତ୍ରୀ, ଅନ୍ୟପଟେ ଜନ୍ମରୁ ଦୃଷ୍ଟିହୀନ ଝିଅ। ଏହି ଦୁଇଜଣଙ୍କୁ ନେଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି ଯୋଗୀ। ଆର୍ଥତ୍କ ସ୍ଥିତି ଭଲ ନଥିବା ବେଳେ ଷାଠିଏ ବୟସରେ ଏହି ଦୁଇଜଣଙ୍କୁ ନେଇ ଚଳିବା...

ମାଛ ଧରିବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମ ଉପରସାହିର ଜଣେ ବ୍ୟକ୍ତି ଶନିବାର ପୂର୍ବାହ୍ନରେ ଘର ନିକଟ ବୈତରଣୀ ଘାଟକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ନିଖୋଜ ବ୍ୟକ୍ତି ହେଉଛନ୍ତି ଉକ୍ତ ଗ୍ରାମର ତ୍ରିଲୋଚନ...

ବିଲ ଭିତରକୁ ଓଲଟି ପଡ଼ିଲା ବୋଲେରୋ

କୋଳିମାଟି,୧୯ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ୨୦ନଂ ଜାତୀୟ ରାଜପଥ ଘସିପୁରା ଥାନା ଅଧୀନରେ ରହିଥିବା ଗୋହିରା ଛକ ଉଭରବ୍ରିଜ ପଛକୁ ରବିବାର ପୂର୍ବାହ୍ନରେ ଘଟଗାଁ ପଟରୁ ଆସୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିଛି। ସୂଚନା...

ପାଟଣାର ପୂର୍ବତନ ବିଧାୟକ ରାମରାୟ ଗୁରୁତର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା...

୧୩ ଦିନରେ ହାଟଡ଼ିହୀ ଅଞ୍ଚଳର ୩ଜଣଙ୍କୁ ମାରିଲାଣି ହାତୀ: ଖୋଜିଖୋଜି ନାକେଦମ ହେଲାଣି ବନବିଭାଗ

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଞ୍ଚଳରେ ୧୩ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବନବିଭାଗ ଓ ପ୍ରଶାସନ ଲାଗି ଏହା ଚିନ୍ତାର କାରଣ ପାଲଟିଲାଣି।...