ଶ୍ୱଶୁରଙ୍କ ପାଇଁ ଚାହା କରୁଥିଲେ ବୋହୂ: ଫାଟିଲା ଗ୍ୟାସ ସିଲିଣ୍ଡର, ଆଉ ତା’ପରେ

ନନ୍ଦପୁର/ପାଡୁଆ,୧୯ା୯(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ବାଞ୍ଜଲାପୁଟ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଯିଛି। ସିଲିଣ୍ଡର ଫାଟି ଶ୍ୱଶୁର ଏବଂ ବୋହୂ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶ୍ୱଶୁର ବଳରାମ ଡୁରୁ ଏବଂ ତାଙ୍କ ବୋହୂ ବୁଦୁରୀ ଡୁରୁ।

ମିଳିଥିବା ସୂଚନା ମୁତବକ, ବଳରାମ ଏବଂ ତାଙ୍କ ସ୍ତ୍ରୀ ଗୁରୁବାର ରାତିରେ ରୋଷେଇ ପରେ ଗ୍ୟାସ୍‌ ସିଲିଣ୍ଡରର ରେଗୁଲେଟର ବନ୍ଦ କରିବାକୁ ଭୁଲିଯାଇଥିଲେ। ଶୁକ୍ରବାର ବୋହୂ ବୁଦୁରି ଚାହା କରିବାକୁ ଯାଇ ଚୁଲାକୁ ଲାଇଟର ମାରିବା ବେଳେ ସିଲିଣ୍ଡର ଫାଟି ଯାଇଥିଲା।

ବୁଦୁରିଙ୍କ ସହ ରେଷେଇ ଘର ନିକଟରେ ଥିବା ବଳରାମ ମଧ୍ୟ ଗୁରୁତର ହୋଇଥିଲେ। ବିସ୍ଫୋରଣ ପ୍ରଭାବରେ ଘରର ଆଜବେଷ୍ଟସ ଛପର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଗୁରୁତରଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଜବେଷ୍ଟସ ଛପର ଉଡ଼ି ଯିବାରୁ ନିଅଁାର ପ୍ରଭାବ କମି ଯାଇଥିଲା। ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଛି। ପାଡୁଆ ଥାନାଧିକାରୀ ଅଶୋକ ବିଶୋଇଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ଦୀପକ ବାରିକ ଘଟଣାସ୍ଥଳ ପହଞ୍ଚିଛନ୍ତି। ପରିବାର ଲୋକେ ଫେରିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଥାନାଧିକାରୀ ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri