ନୟାଗଡ଼

ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା: ବିଦ୍ୟାଳୟ ପରିସରରେ ଜମି ରହୁଛି ବର୍ଷା ପାଣି, ପାଠପଢାରେ ସମସ୍ୟା

ଖଣ୍ଡପଡା,୨୯।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତର ପଥୁରିଆ ଗ୍ରାମସ୍ଥିତ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣି ଜମିରହୁଛି । ଲଗାଣ ବର୍ଷା ହେଲେ ପରିସ୍ଥିତି ଶୋଚନୀୟ ହୋଇପଡୁଛି। ବିଦ୍ୟାଳୟ…

ଲୁଣିଝରା ନଦୀରେ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀଙ୍କ ଦାବି, ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ବ୍ଲକ ସାଲୁଣୀ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ଏକ ଚେକଡ୍ୟାମ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲାଣି ସେମାନେ ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ…

ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ପି କଲେ ଚଢ଼ାଉ

ନୟାଗଡ଼ ଅଫିସ,୨୭।୯- ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିପାଇଁ ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଲୋଚନା କରି ୧୫ ଦିନ ଭିତରେ ହସ୍ପିଟାଲଗୁଡ଼ିକ ଦଲାଲମୁକ୍ତ କରିବା ପାଇଁ କହିଥିଲେ। ଏହାର…

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାବେଳେ ତାହା ଭଙ୍ଗାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ…

ବିଶ୍ୱ ପର୍ଯ୍ୟଟନ ଦିବସ : ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ ଅଫିସ,୨୭।୯ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ନୟାଗଡ଼ ଜିଲାରେ ଶୋଭାଯାତ୍ରାରେ ସୀମିତ ରହିବ ଦିବସ ପାଳନ କାର୍ଯ୍ୟକ୍ରମ। ଏଥିନେଇ କୌଣସି କାର୍ଯ୍ୟକ୍ରମ କରାଯାଉ ନାହିଁ କିମ୍ବା ଲୋକମାନଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ସେହିପରି ଅବହେଳିତ…

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ ଗ୍ରାହକମାନେ ବେଧଡକ ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ଓଡ଼ଗାଁରେ ବିଜେ…

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ: ରାତିରେ ମିଳୁନି ସ୍ବାସ୍ଥ୍ୟସେବା

ନୟାଗଡ଼ ଅଫିସ,୨୬।୯: ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲା ସଦର ମହକୁମାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚିକିତ୍ସାଳୟ ଥିବା ବେଳେ ରାତିରେ କିନ୍ତୁ ଠିକ୍‌ ଭାବେ ରୋଗୀଙ୍କୁ…

ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମିତ ସୁଇମିଂ ପୁଲ୍‌: ନାହିଁ ସୁରକ୍ଷା ପ୍ରାଚୀର

ନିରାକାରପୁର,୨୬ା୯(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ଏକ ସୁଇମିଂପୁଲ୍‌ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ବର୍ଷା ପାଣି ପୂର୍ଣ୍ଣହୋଇ ରହିଥିବା ସୁଇମିଂ ପୁଲ୍‌ରେ ସୁରକ୍ଷା ପ୍ରାଚୀର ନ ଥିବାରୁ ଏହା ସର୍ବଦା…

ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ ନିଯୁକ୍ତି ମିଳିଛି ବୋଲି ଦର୍ଶାଯାଇଛି। ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରଣପୁର ଏନ୍‌ଏସିରେ ୩…

୧୬ନଂ. ଜାତୀୟ ରାଜପଥର ବାଇପାସ୍‌ ରୋଡ୍‌: ବାରମ୍ବାର ଆନ୍ଦୋଳନ ପରେ ନିର୍ମାଣ ଚାଲିଛି ୬ଲେନ ରାସ୍ତା

ରଣପୁର,୨୬।୯(ସ୍ବ.ପ୍ର.): କୋଲକତା-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ଚାନ୍ଦପୁରଠାରେ ବାଇପାସ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ ଓ ଆନ୍ଦୋଳନ ପରେ ୬ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଓଭରବ୍ରିଜ କରା ନ…

ଡାକ୍ତରଙ୍କୁ ମିଳୁନି କାଗଜ:ଆଟାରେ ଲେଖିଲେ ପ୍ରେସ୍‌କ୍ରିପସନ୍‌

ରଣପୁର,୨୫।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜଣେ ଡାକ୍ତର ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରେସ୍‌କ୍ରିପସନ୍‌ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଅଭିଯୋଗ ଅନୁସାରେ ଗୋପାଳପୁର ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?