୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ ଗ୍ରାହକମାନେ ବେଧଡକ ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିର ଭିତରକୁ ପ୍ଲାଷ୍ଟିକ ଓ ପଲିଥିନ ପ୍ରବେଶ ନିଷେଧ କରିବା ସହିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଓ ଲର୍ନିଂ ଏବଂ ଧରିତ୍ରୀ ତରଫରୁ ମନ୍ଦିର ନିକଟରୁ ହିଁ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଫଳସ୍ବରୂପ ମନ୍ଦିର ଭିତରକୁ ପଲିଥିନ ମୁଣା ବଦଳରେ ବାଉଁଶ ଡାଲାର ବ୍ୟବହାର ଆରମ୍ଭ ହୋଇଥିଲା। ହେଲେ ଏନaଏସି ତରଫରୁ ସଚେତନତା କରାଯାଇଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ ଏହାର କାରବାର ବନ୍ଦ କରିନଥିଲେ । ମଙ୍ଗଳବାର ଏନଏସି ତରଫରୁ ସମସ୍ତଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ବିକ୍ରି ଓ ବ୍ୟବହାର ନ କରିବାକୁ ମାଇକ ମାଧ୍ୟମରେ ଚେତାବନୀ ଦିଆଯାଇଥିଲା। ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମହାପାତ୍ର ସ୍ଥାନୀୟ ପୋଲିସ ସହାୟତାରେ କଦମ ବଜାର, ଲକ୍ଷ୍ମୀ ବଜାର, ଗଣେଶ ବଜାର ଆଦିରେ ଥିବା ଗୋଟିଏ ଗୋଦାମ ସହିତ ୧୬ ଦୋକାନ ଉପରେ ଚଢାଉ କରିଥିଲେ । ନିର୍ବାହୀ ଅଧିକାରୀ ସେମାନଙ୍କଠାରୁ ସମୁଦାୟ ୫୫ କିଗ୍ରା ୩୨୦ ଗ୍ରାମ୍‌ର ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ପଲିଥିନ ଓ ଥର୍ମକୁଲ ପ୍ଲେଟ, ଗ୍ଲାସ ଓ ଦନା ଆଦି ଜବତ କରିଥିଲେ । ସେମାନଙ୍କୁ ଚେତାବନୀ ଦେବା ସହିତ ପ୍ରାଥମିକ ସ୍ତରରେ ମାତ୍ର ୫୫୦ ଟଙ୍କା ଫାଇନ ସ୍ବରୂପ ଆଦାୟ କରିଥିଲେ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ଏନଏସି ଷ୍ଟାଫ୍‌ଙ୍କ ସହିତ ପୋଲିସ ଏଏସଆଇ ଯୁଗଳ କିଶୋର ନାୟକ ଓ ହାବିଲଦାର ବିରେନ୍ଦ୍ର ମହାପାତ୍ର ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri