ନୟାଗଡ଼

ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନଜାତିଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର…

ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ ୨୦ରୁ ୩୦ ହଜାର ଟଙ୍କା ନ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର…

ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ…

ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ହାତ, ବେକରୁ ଚୁଡି ଗହଣା କାଢିବା ପାଇଁ ବାଧ୍ୟ କରାଯାଇଛି। ସେମାନଙ୍କ…

ଜଳ ଯୋଗାଣ ପାଇପ ଲିକ୍‌, ଧୋଇହୋଇ ଯାଉଛି ପୂର୍ତ୍ତ ବିଭାଗ ରାସ୍ତା

ଖଣ୍ଡପଡ଼ା,୬।୮(ସ୍ବ.ପ୍ର.)-ମହାନଦୀରୁ ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ବିଭିନ୍ନ ସ୍ଥାନରେ କଣା ହୋଇଥିବା ଯୋଗୁ ପାଣି ଲିକ୍‌ ହୋଇ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାବେଳେ ଏବେ କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ମୁଖ୍ୟ ପାଇପ ସ୍ଥଳରୁ ପାଣି…

ଜେଲରୁ କଏଦୀ ଚମ୍ପଟ : ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୫ା୮: ନୟାଗଡ଼ ଜିଲା ସଦର ବ୍ଲକର ଖୁଣ୍ଟବନ୍ଧସ୍ଥିତ ସବ୍‌ଜେଲରୁ ରବିବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଟାଉନ ଥାନା ଲେଖନପୁର ଗ୍ରାମର ହିମାଂଶୁ ନାୟକ (୨୧)। ଏ ନେଇ ଜେଲ ଅଧୀକ୍ଷକ ଉମେଶ ପ୍ରସାଦ ବଳବନ୍ତରାୟ ସଦର…

ସହରକୁ ସ୍ବଚ୍ଛ ରଖିବା ଯୋଜନା : ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

ନୟାଗଡ଼ ଅଫିସ,୫ା୮: ସହର ସ୍ବଚ୍ଛ ରଖିବାକୁ ନୟାଗଡ଼ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ଏଥିଲାଗି ସହର ଉପକଣ୍ଠ କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ପ୍ରଥମେ ସହରରେ ରହୁଥିବା ପରିବାରଗୁଡ଼ିକରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପୌରସଂସ୍ଥା ଦ୍ୱାରା ନିୟୋଜିତ…

ଶ୍ରୀ ନୀଳମାଧବଙ୍କ ସିଂହଦ୍ୱାରକୁ ଲାଗି ଶୌଚାଳୟ :ପରମ୍ପରା ବିରୋଧ ନେଇ ଅସନ୍ତୋଷ, ନିର୍ମାଣ ବନ୍ଦ ଦାବି

ଖଣ୍ଡପଡ଼ା,୫ା୮(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବେ ପରିଚିତ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ପୂର୍ବ ଦ୍ୱାର ତଥା ସିଂହଦ୍ୱାରକୁ ଲାଗି ୨ଟି ପାଇଖାନା ନିର୍ମାଣ କରାଯାଉଛି। ଏଥିଯୋଗୁ ମନ୍ଦିର ନିୟମ ଓ ପରମ୍ପରା ଭଙ୍ଗ ହେଉଥିବା ଅଭିଯୋଗ ହୋଇ…

ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନୟାଗଡ଼ ଜିଲା ଶରଣକୂଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ଧାମ…

୫ ପ୍ୟାକେଟ ବ୍ରାଉନସୁଗାର ଜବତ, ୫ ଗିରଫ

ରଣପୁର,୪।୮(ସ୍ବ.ପ୍ର.) : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ନୟାଗଡ଼ ଜିଲାର ରଣପୁର ଥାନା ପୋଲିସ ରଣପୁର ବଜାର, ବିଭିନ୍ନ ସାହି, ମଣିନାଗ ପୀଠ ଓ ବ୍ଲକ ଅଞ୍ଚଳରେ ରବିବାର ଚଢ଼ାଉ ଜାରିରଖିଛି। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୋଲିସ ରଣପୁର ସୁଆରସାହିର ବାପି ଖଟେଇ(୩୨)…

ବୋଲେରୋ ଧକ୍କାରେ ଯୁବକ ମୃତ: ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ହତ୍ୟା ଅଭିଯୋଗ; ଚାଳକଙ୍କ ଥାନାରେ ଆତ୍ମସମର୍ପଣ

ନୂଆଗାଁ,୪।୮(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ୫୭ ନମ୍ବର ଜାତୀୟ ରାଜପଥ ଡିମିରିଝରିଠାରେ ଶନିବାର ମଧ୍ୟାହ୍ନରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ଜାଣିଶୁଣି ଗାଡି ଧକ୍କା କରି ମାରି ଦିଆ ଯାଇଥିବା ମୃତକଙ୍କ ପରିବାର…

ମହଙ୍ଗା ପଡ଼ିଲା ମିଥ୍ୟା ବିଲ୍‌ କରିବା: ୩ ସରକାରୀ କର୍ମଚାରୀ ଭରିବେ ଟଙ୍କା

ନୟାଗଡ଼ ଅଫିସ, ୪ା୮: ମିଥ୍ୟା ବିଲ୍‌ କରିବା ୩ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା ଲେଖାଏ ଭରଣା କରାଯିବ। ସରକାରୀ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଏହି ଟଙ୍କା ସେମାନଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?