ଲୁଣିଝରା ନଦୀରେ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀଙ୍କ ଦାବି, ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ବ୍ଲକ ସାଲୁଣୀ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ଏକ ଚେକଡ୍ୟାମ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲାଣି ସେମାନେ ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଖରାଦିନେ ନଦୀରେ ବାଲି ବନ୍ଧ କରି ଗ୍ରାମବାସୀ ଏକ ଗେଟ ଦ୍ୱାରା ଜମିକୁ ପାଣି ମଡାଇଥାନ୍ତି। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୭୦ ବର୍ଷ ହେଲାଣି ଗ୍ରାମବାସୀ ବାଲିବନ୍ଧ କରି ଜମିକୁ ଜଳସେଚିତ କରୁଛନ୍ତି । ତେବେ ନଦୀରେ ପାଣି ଆସିଲେ ଉକ୍ତ ବାଲିବନ୍ଧ ଭାସି ଯାଏ ଓ ପୁନର୍ବାର ପୂର୍ବ ପରିସ୍ଥିତିକୁ ଫେରି ଆସେ। ତେଣୁ ଉକ୍ତ ସ୍ଥାନରେ ଏକ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ନଦୀରେ ଚେକଡ୍ୟାମ୍‌ କରାଗଲେ ପ୍ରାୟ ୧୨୦୦ ଚାଷୀ ଉପକୃତ ହେବେ। ନାଟୁଗାଁ ପଞ୍ଚାୟତର ସାଲୁଣୀ ଗ୍ରାମର ୧୬୫ ଏକର, ନାଟୁଗାଁ ୫୦୪ ଏକର, ସୁବଳୟା ଗ୍ରାମର ୧୦୦ ଏକର, ସଜନାପଡ଼ା ଗ୍ରାମର ୨୩୬ ଏକର, ପାଲାଗୁଣ୍ଠୁଣୀ ୪୨ ଏକର ଓ ଖେଡ଼ବାରଣା ଗ୍ରାମର ୧୭୨ ଏକର ଏହିଭଳି ୧୨୦୦ ଏକର ଜମି ଜଳସେଚିତ ହୋଇପାରିବ। ଖାଲି ନାଟୁଗାଁ ପଞ୍ଚାୟତ ନୁହେଁ ନିକଟସ୍ଥ ଖଣ୍ଡପଡ଼ା ବ୍ଲକର ଗୁଣ୍ଠୁଣୀ ପଞ୍ଚାୟତର ଗୁଣ୍ଠୁଣୀ, ଚଣ୍ଡିପ୍ରସାଦ ଓ ଅଳାମଡ଼ା ଗ୍ରାମର ପ୍ରାୟ ୧୦୦ ଏକର ଜମି ମଧ୍ୟ ଜଳସେଚିତ ହୋଇପାରିବ। ଆନିକଟ ହେବା ଦ୍ୱାରା ମରୁଡ଼ି ସମୟରେ ଚାଷ ଜମି ଜଳସେଚିତ ହୋଇପାରିବା ସହ ଜମିରେ ଚାଷୀମାନେ ଦୋଫସଲି କରିପାରିବେ। ହେଲେ ବିଭାଗର ଅସହଯୋଗ ଯୋଗୁ୍‌ କିଛି ହୋଇ ପାରି ନ ଥିବା ଜଣାପଡ଼ିଛି। ବିଭିନ୍ନ ଆଡ଼େ ଦାବି କରିବା ପରେ ନୟାଗଡ଼ ଜଳସମ୍ପଦ ବିଭାଗ ୩ ମାସ ତଳେ ଉକ୍ତ ସ୍ଥାନରେ ଚେକଡ୍ୟାମ୍‌ ପାଇଁ ଆକଳନ କରିଥିଲା। ହେଲେ ବର୍ତ୍ତମାନ କିଛି ବି କାର୍ଯ୍ୟ ଆଗେଇ ପାରିନାହିଁ। ଜଳସବ୍ବିଭାଗର ଜଣେ କର୍ମଚାରୀଙ୍କ କହିବା କଥା ଜୁଲାଇ ମାସରେ ଉକ୍ତସ୍ଥାନରେ ଏକ ଚେକଡ୍ୟାମ୍‌ କରିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଗ୍ରାମ ସଭାପତି ବିମ୍ବାଧର ଭୋଇଙ୍କ ସମେତ ପ୍ରତାପ ଚନ୍ଦ୍ର ବେହେରା, ଇନ୍ଦ୍ରମଣି ବିଶ୍ୱାଳ, ରାମଚନ୍ଦ୍ର ବେହେରା, କୃପାସିନ୍ଧୁ ବିଶ୍ୱାଳ, ବୈକୁଣ୍ଠ ପରିଡ଼ା, କୈଳାସ ସ୍ବାଇଁ ପ୍ରମୁଖ ସାଲୁଣିଠାରେ ଚେକଡ୍ୟାମ୍‌ କରିବା ପାଇଁ ଦାବି କରିଛନ୍ତି। ଏହା କୃଷିମନ୍ତ୍ରୀଙ୍କ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି ବିଶେଷ ଭାବେ ମନ୍ତ୍ରୀ ଧ୍ୟାନ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ନେଇ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?