ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ: ରାତିରେ ମିଳୁନି ସ୍ବାସ୍ଥ୍ୟସେବା

ନୟାଗଡ଼ ଅଫିସ,୨୬।୯: ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲା ସଦର ମହକୁମାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚିକିତ୍ସାଳୟ ଥିବା ବେଳେ ରାତିରେ କିନ୍ତୁ ଠିକ୍‌ ଭାବେ ରୋଗୀଙ୍କୁ ସେବା ମିଳୁ ନଥିବା ଅଭିଯୋଗ ହେଉଛି। ରାତି ୧୨ଟା ପରେ ଡାକ୍ତର କି ନର୍ସ କାହାରି ଦେଖା ମିଳୁ ନଥିବା କୁହାଯାଉଛି। ଆଉଟଡୋରରେ ଡାକ୍ତରଙ୍କ ଚୌକି ଖାଲି ପଡ଼ିଥିବା ବେଳେ ୱାର୍ଡରେ କେହି ନର୍ସ ରହୁନାହାନ୍ତି। ସେହିଭଳି ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା ସିକ୍ୟୁରିଟି ଗାର୍ଡଙ୍କ ଦେଖା ମିଳୁନାହିଁ। ଶନିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିବା ପରେ ଏହିଭଳି ଦୃଶ୍ୟ ଦଖିବାକୁ ମିଳିଥିଲା।
ଓ ଶିଶୁ ଚିକିତ୍ସାଳୟରେ କେହି ସୁରକ୍ଷାକର୍ମୀ ନ ଥିବାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ୪ ମହଲାକୁ ଯାଇ ଜଣେ ରୋଗୀ ସମ୍ପର୍କୀୟଙ୍କ ଭ୍ୟାନିଟ୍‌ ଧରି ଖୋଜାଖୋଜି କରୁଥିଲେ। ଏହି ସମୟରେ ମହିଳା ଜଣଙ୍କ ଉଠି ପଡ଼ି ତାଙ୍କୁ ଧରି ନେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟାଉନ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ରାତି ବଢ଼ିଲେ ବିଭିନ୍ନ ୱାର୍ଡ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଆଖିରେ ନିଦ ବଢ଼ୁଛି। ଆଖି ପକାଇବା ପାଇଁ ସେମାନେ ଉପଯୁକ୍ତ ଜାଗା ଖୋଜୁଛନ୍ତି। ଆଉ ତାହା ମିଳିବା ମାତ୍ରେ ଯିଏ ଯେଉଁଠି ପାରିଲା ଶୋଇ ପଡ଼ୁଛନ୍ତି। ମେଡ଼ିକାଲର କର୍ମଚାରୀମାନେ ଆଉଟଡୋରରେ ଗାଡ଼ି ରଖି ସେଠାରେ ଥିବା ଚେୟାର୍‌ରେ ଶୋଇ ପଡ଼ୁଛନ୍ତି। ଖାଲି ସୁରକ୍ଷାକର୍ମୀ ନୁହନ୍ତି, ଡାକ୍ତର ଓ ନର୍ସଙ୍କ ମଧ୍ୟ ସମାନ ଅବସ୍ଥା। ବିଳମ୍ବିତ ରାତିରେ ଦେଖିବାରୁ ଆଉଟ ପୋଷ୍ଟରେ ଡାକ୍ତରଙ୍କ ଚାମ୍ବର ଖାଲି ପଡ଼ିଥିଲା। ସେହିଭଳି ଡାକ୍ତରଙ୍କ ପାଇଁ ଥିବା ଡ୍ୟୁଟି ରୁମ୍‌ରେ ଭିତରପଟୁ କବାଟ ବନ୍ଦଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ୱାର୍ଡରେ କୌଣସି ନର୍ସଙ୍କ ଦେଖା ମିଳି ନ ଥିଲା। ମେଡ଼ିସିନ୍‌ ୱାର୍ଡରେ ୬ କ୍ୟାବିନ୍‌ର ଜଣେ ମାତ୍ର ନର୍ସ ଡ୍ୟୁଟି କରୁଥିବା ବେଳେ ଅନ୍ୟମାନେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ସାଲାଇନ୍‌ କିମ୍ବା କୌଣସି ଔଷଧ ପାଇଁ ବାରମ୍ବାର କହିବା ପରେ ନର୍ସମାନେ ଆସି ଦେଇ ଯାଉଥିଲେ। ଫଳରେ ରାତିରେ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ମିଳୁ ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସେହିପରି ବ୍ଲଡ ବ୍ୟାଙ୍କ୍‌କୁ ଯାଇ ଦେଖିବାରୁ ଭିତର ପଟୁ ତାହା ଚାବି ପଡ଼ିଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବର୍ତ୍ତମାନ ନୂଆ ସିକ୍ୟୁରିଟି ରଖାଯାଇଛି। ସେମାନେ ସବୁ ସମୟରେ ସଜାଗ ଥିବା ପ୍ରକାଶ କରିଥିଲେ। ନର୍ସମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ବରରେ ରହୁଥିବାବେଳେ ଡାକ୍ତରମାନେ ଡ୍ୟୁଟି ରୁମ୍‌ରେ ରହୁଥିବା ପ୍ରକାଶ କରିଥିଲେ। ଯଦି ଡାକ୍ତରମାନେ ତାଙ୍କ ଡ୍ୟୁଟିରୁମ୍‌ରେ ନ ଥିବେ ତାହା ହେଲେ ସେମାନେ ୱାର୍ଡରେ ବୁଲି ରୋଗୀ ଦେଖୁଥିବା ସିଡିଏମ୍‌ଓ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?