ବିଶ୍ୱ ପର୍ଯ୍ୟଟନ ଦିବସ : ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ ଅଫିସ,୨୭।୯ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ନୟାଗଡ଼ ଜିଲାରେ ଶୋଭାଯାତ୍ରାରେ ସୀମିତ ରହିବ ଦିବସ ପାଳନ କାର୍ଯ୍ୟକ୍ରମ। ଏଥିନେଇ କୌଣସି କାର୍ଯ୍ୟକ୍ରମ କରାଯାଉ ନାହିଁ କିମ୍ବା ଲୋକମାନଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ସେହିପରି ଅବହେଳିତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ଜିଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି।
ପଞ୍ଚପାଣ୍ଡବ ପାହାଡ଼କୁ ପର୍ଯ୍ୟଟନସ୍ଥଳୀ କରାଯିବା ପାଇଁ ୩ ବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ପାରିନାହିଁ। ଚଳିତ ବର୍ଷ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂରେ ପର୍ଯ୍ୟଟନ ଓ ନିଯୁକ୍ତି ସମସ୍ତଙ୍କ ନିମନ୍ତେ ଏକ ଉନ୍ନତତ୍ତର ଭବିଷ୍ୟତ ବୋଲି ଦର୍ଶାଯାଇଛି। ଜିଲାର ୮ ବ୍ଲ୍ଳକରେ ୧୪ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ଅଛି। ଗଣିଆର ବରମୂଳ, ଓଡ଼ଗଁାର ରଘୁନାଥଜୀଉ ମନ୍ଦିର, ଜାମୁପାଟଣାର ଦ୍ୱିତିକେଶ୍ୱର ମନ୍ଦିର , କଣ୍ଟିଲୋ ନୀଳମାଧବ ମନ୍ଦିର , କୁତୁରୀ ଡାକବଙ୍ଗଳା୍‌, କୁଆଁରିଆ ଡ୍ୟାମ , ନୟାଗଡ଼ ସହରର ଦକ୍ଷିଣକାଳୀ ମନ୍ଦିର, ରଣପୁରର ମଣିନାଗ ମନ୍ଦିର, ଶରଣକୁଳର ଲଡୁବାବା ମନ୍ଦିର, ନୂଆଗାଁ ବ୍ଲକର ଉଦୟପୁର ଲାଇବ୍ରେରି, ଭାପୁର ବ୍ଲକର ନୀଳକନ୍ଦର, ସିଧାମୂଳାର ଗୋକୁଳାନନ୍ଦ ପୀଠ, ଗଣିଆର ପଞ୍ଚୁପଲ୍ଲୀ ପ୍ରଜ୍ଞା ଓ ଏକମାତ୍ର ବୌଦ୍ଧପୀଠ ଯୋଗୀଯୋଗିଆଣୀ ପୀଠକୁ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। ଏହା ସହିତ ଦଶପଲ୍ଲାର ମହାବୀର ମନ୍ଦିର, ଖଣ୍ଡପଡ଼ାର ସୁନାମୁହିଁ, ନୟାଗଡ଼ରେ ଥିବା ଝରଦେଇ ପୀଠ ଭଳି ଆହୁରି ପର୍ଯ୍ୟଟନସ୍ଥଳୀ ରହିଛି। ଜିଲାର ଅନେକ ଅଞ୍ଚଳ ପର୍ଯ୍ୟଟନ କ୍ଷେତ୍ରରେ ଭରପୂର ରହିଥିବା ବେଳେ ଯେଉଁଭଳି ଭାବେ ଏହାର ଉନ୍ନତି ହେବା କଥା କରାଯାଉ ନାହିଁ। ରାଜନୈତିକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅବହେଳା ଏଥିପାଇଁ ବିଶେଷଭାବେ ଦାୟୀ ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ କେବଳ କାଗଜକଲମରେ କାର୍ଯ୍ୟ ଦର୍ଶାଯାଇ ଏହା ହରିଲୁଟ କରାଯାଉଥିବା ନେଇ ଅଭିଯୋଗ ହେଉଛି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କଲେ ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଦିନରାତି ଝୁଲୁଛି ତାଲା – ପଠାଣି ସାମନ୍ତ ସଂସ୍କୃତି ଭବନର ଏକ ଛୋଟିଆ କୋଠରିରେ ଚାଲୁଛି ପର୍ଯ୍ୟଟନ କାର୍ଯ୍ୟାଳୟ। ଯେଉଁଠାରେ ଦିନରାତି ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ କାର୍ଯ୍ୟରେ ଯୋଗଦେବା ପରଠାରୁ କେବଳ କାଁ ଭାଁ ଲୋକ ଏଠାକୁ ଆସୁଛନ୍ତି। ସ୍ଥାଣୁ ପାଲଟିଛି ଜିଲାର ପର୍ଯ୍ୟଟନ କାର୍ଯ୍ୟାଳୟ। ପଚାରିଲେ ଅଧିକାରୀମାନେ କହୁଛନ୍ତି ଅନ୍ୟ କାର୍ଯ୍ୟରେ ବାହାରକୁ ଯାଇଥିଲୁ।

ନିଜସ୍ବ ଗୃହକୁ ହସ୍ତାନ୍ତର ହୋଇପାରୁନାହିଁ କାର୍ଯ୍ୟାଳୟ- ସହରସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଏକ ଛୋଟ କୋଠରିରେ ଅବ୍ୟବସ୍ଥା ମଧ୍ୟରେ ଚାଲି ଆସୁଥିବା ପର୍ଯ୍ୟଟନ କାର୍ଯ୍ୟାଳୟ ନିଜସ୍ବ ଗୃହ ପିଟିଏସ୍‌ ରୋଡ଼ଠାରେ କରାଯାଇଛି। ୬ ମାସ ହେଲାଣି ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇସାରିଥିଲେ ମଧ୍ୟ ଏ ଯାଏଁ ସେଠାକୁ ସ୍ଥାନାନ୍ତର ହୋଇପାରୁ ନାହିଁ। ଫଳରେ ଯେଉଁ ଲକ୍ଷ୍ୟ ନେଇ ନୃତନ ଗୃହ ନିର୍ମାଣ କରାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ଦେବଦତ୍ତ ରଥଙ୍କୁ ପଚାରିବାରୁ ସେ କୁହନ୍ତି, ନୂତନ ଭାବେ ନିର୍ମାଣ ହୋଇଥିବା ଗୃହର ଭିତର କାର୍ଯ୍ୟ ବଳକା ଥିବାରୁ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରି ନାହିଁ।

ସଜେଇ ହେଉଛି ବଲାଙ୍ଗୀ ବନ୍ଧ – ନୟାଗଡ଼ ସହରରେ ଅତ୍ୟାଧୁନିକ ବଲାଙ୍ଗୀ ବନ୍ଧ ପାର୍କର କାର୍ଯ୍ୟ ଜୋରସୋର୍‌ରେ ଚାଲୁଥିବା ଦେଖିବାକୁ ମିଳିଛି। ରୋପ୍‌ୱେ ସହିତ ୱାଚ ଟାୱର, ବୋଟିଂ , ଶିଶୁ ପାର୍କ , ମ୍ୟୁଜିକାଲ୍‌ ଫାଉଣ୍ଟେନ, ରକ୍‌ କ୍ଲାଇମିଂ, ନୟାଗଡ଼ ସଂଗ୍ରହାଳୟ ଭଳି ବିଭିନ୍ନ ସୁବିଧା ଲାଗି ପାର୍କ ସଜେଇ ହେବାରେ ଲାଗିଛି।

୫ ବର୍ଷରେ ଆସିନାହାନ୍ତି ଜଣେ ବିଦେଶୀ ପର୍ଯ୍ୟଟକ-ଗଣିଆଠାରେ ବଡ଼ମୂଳ ସାତକୋଶିଆ ରିସର୍ଟ ରହିଛ, ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରିବାର ପ୍ରକୃଷ୍ଟ ସ୍ଥାନ। ଏହିଭଳି ସ୍ଥାନ ବିରଳ। ହେଲେ ପ୍ରଚାର ପ୍ରସାର ଅଭାବ ତଥା


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଓମାନ ଉପକୂଳରେ ବାଣିଜି୍ୟକ ଜାହାଜ ଉପରେ ଆମେରିକାର ଆକ୍ରମଣ: ୨ ଭାରତୀୟ ନାବିକ ମୃତ, ଚିଫ୍‌ ଇଞ୍ଜିନିୟର ନିଖୋଜ

ନୂଆଦିଲ୍ଲୀ,୧୧।୬: ଷ୍ଟ୍ରେଟ ଅଫ ହର୍ମୁଜ ନିକଟ ଓମାନ ଉପକୂଳରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri