ମୟୂରଭଞ୍ଜ

ଚୋରା କାଠ ଚାଲାଣ, ପିକ୍‌ଅପ୍‌ ଜବତ

ମୋରଡ଼ା,୧୫ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତଥା ବେତନଟୀ ରେଞ୍ଜର ବଡ଼ାମପୁର ଫରେଷ୍ଟ ଅଧୀନ ବଡ଼ାମପୁର – ଏକତାଳି ରାସ୍ତାରେ ଭୈରଙ୍ଗୀ ଗ୍ରାମ ନିକଟରୁ ଏକ କାଠଗଣ୍ଡି ଭର୍ତ୍ତି ପିକ୍‌ଅପ୍‌କୁ ଜବତ କରିଛି ବେତନଟୀ ବନବିଭାଗ। ଓଡି-୦୧- ଏକେ ୭୧୦୪…

ଚୋରି କଲା ବେଳେ ଦେଖିଦେଲେ ଲୋକେ

ଠାକୁରମୁଣ୍ଡ, ୧୫।୧୦(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଶନିବାର ରାତିରେ ଜଣେ ଚୋରକୁ ଲୋକେ ବାନ୍ଧି ଦେଇଛନ୍ତି। ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ସମୟରେ ଜଣେ ଚୋରକୁ ଲୋକେ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି…

ଦେଶର ଶ୍ରେଷ୍ଠ ସ୍କୁଲ ତାଲିକାରେ ରାଣୀଭୋଳ ଓଏଭି

ବାରିପଦା,୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୯ମ ସ୍ଥାନ ଅଧିକାର କରିଛି। ରାଜ୍ୟର ଏକମାତ୍ର ଓଏଭି ଗୁଣାତ୍ମକ ଶିକ୍ଷାଦାନ ଏବଂ ବିଦ୍ୟାଳୟସ୍ତରୀୟ ସହ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନକୁ ନେଇ…

ଖୋଲିଲା ଶିମିଳିପାଳ

ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି।…

ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

ଉଦଳା,୧୩ା୧୦(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଭାଲୁହୁରୁଡ଼ା ଗ୍ରାମରେ ଗେଣ୍ଡୁ ଚାରା ଚୋରି ପାଇଁ ଜଣେ ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ ମା’ ହତ୍ୟା କରିବା ପରେ ରଶିରେ ବାନ୍ଧି ଝୁଲାଇଦେବା ଘଟଣା ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି।…

ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼

ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ…

ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଦୁଇ ଯୁବକ

ମୋରଡା,୧୦।୧୦(ସ୍ମାରକ ମାଜୀ): ମହଙ୍ଗା ପଡିଲା ଛେଳି ଚୋରି। ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଧୁମ ମାଡ଼ ଖାଇଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର…

ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା

ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ

ଠାକୁରମୁଣ୍ଡା, ୧୦।୧୦ (ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଖୁଦିଶିଳା ଗ୍ରାମରେ ମଙ୍ଗଳବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ମାଣିକ କାର୍ଜିଙ୍କ ସ୍ତ୍ରୀ ତୁରିଆ…

ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’

ବାରିପଦା,୧୦।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…

୧୪ରେ ଖୋଲିବ ଶିମିଳିପାଳ

ବାରିପଦା, ୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ପରିବର୍ତ୍ତେ ଚଳିତ ମାସ ୧୪ ତାରିଖରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଭିତରକୁ ପ୍ରବେଶ ନିମନ୍ତେ ଅନ୍‌ଲାଇନ ଯୋଗେ ଯାନବାହନ ଓ…

ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ

ମୋରଡ଼ା,୭ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର ଦାସଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?