ଥୋଡ଼ ସମୟରେ ବିଲ ଶୁଖିଲା

ବାଙ୍ଗିରିପୋଷି,୩ା୧୧(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକରେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଧାନ ଥୋଡ଼ ଓ ଫୁଲ ଉଡ଼ାଇବା ସମୟରେ ବିଲ ଶୁଖିଲା ପଡ଼ିଛି। ଫଳରେ ଧାନ କେଣ୍ଡା ବାହାରି ପାରୁନି। ବିଲରେ ପାଣି ନ ଥିବାରୁ ଧାନ ପତ୍ର ସବୁ ହଳଦିଆ ପଡ଼ିଗଲାଣି। ମାସେ ହେଲା ବର୍ଷା ନ ଥିବାରୁ ଜମି ଫାଟି ଆଁ କରିଛି। ଚାଷୀ ମଜୁରି ଦେଇ ଓ ସାର କିଣି ହତାଶ ହୋଇଥିବା ବେଳେ ଏବେ ପୁଣି ଧାର କରଜ କରି ମୋଟର ସାହାଯ୍ୟରେ ବିଲରେ ପାଣି ମଡ଼ାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ବ୍ଲକ ଅଞ୍ଚଳରେ ୮୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ବ୍ଲକରେ ୩ଟି ପ୍ରୋଜେକ୍ଟରେ ଚନ୍ଦନପୁର ପଞ୍ଚାୟତ କଂଶାପାଳ, ବଣକାଟୀ ପଞ୍ଚାୟତ କଣ୍ଟାପାଳ ଓ କୁସୁମବନ୍ଧ ପଞ୍ଚାୟତ ହିଜିଳି ଗ୍ରାମରେ ୩୬୦୦ ହେକ୍ଟର ଚାଷଜମି ଜଳସେଚନ ହେଉଛି। କଂଶାପାଳରେ ୮୦୦, କଣ୍ଟାପାଳରେ ୮୦୦ ଓ ହିଜିଳିରେ ୨୦୦୦ ହଜାର ହେକ୍ଟର ଚାଷଜମି ପାଇଁ ଜଳ ସେଚନର ସୁବିଧା ଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଆସୁନାହିଁ। ଏପରିକି ଅଣ ଜଳସେଚିତ ଚାଷ ଜମି ବା କମ୍‌ ଚାଷ ହେଉଥିବା ଜମିକୁ ମେଗା ପାଇପ୍‌ ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା ରହିଛି। ଏଭଳି ଅବ୍ୟବସ୍ଥା ଯୋଗୁ ଅଧିକ ଚାଷ ଜମିକୁ ପାଣି ମାଡ଼ି ପାରୁନାହିଁ। ଜଳସେଚନ ବ୍ୟବସ୍ଥା ଅଛି କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ବିଲରେ ପାଣି ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭରଶୀଳ। ତେବେ ଦୀର୍ଘ ଏକ ମାସ ହେଲା ବର୍ଷା ନ ହେବାରୁ ଜମି ଶୁଖିଯାଇଛି। ସୋରିଷପାଳ ଅଞ୍ଚଳରେ ନେଦାମ ଡ୍ୟାମରୁ ଖରିଫ ଫସଲରେ ପଳାଶବଣୀ, ରଙ୍ଗାମାଟିଆ, ଶାଳବଣି, ତୁଳସୀବଣି, ଘଟିଡୁବା, ଅସ୍ତବେଡାକୁ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି, ହେଲେ ଅଦ୍ୟାବଧି ବିଲକୁ ପାଣି ମାଡ଼ି ପାରୁନାହିଁ। ବର୍ଷା ଅଭାବରୁ ଧାନ ଗଛ ଶୁଖି ମରିବାକୁ ବସିଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri