ଖୋଲିଲା ଶିମିଳିପାଳ
ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି।…
ମାନବାଧିକାର କମିଶନରେ ପହଞ୍ଚିଲା ମାମଲା
ଉଦଳା,୧୩ା୧୦(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଭାଲୁହୁରୁଡ଼ା ଗ୍ରାମରେ ଗେଣ୍ଡୁ ଚାରା ଚୋରି ପାଇଁ ଜଣେ ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ ମା’ ହତ୍ୟା କରିବା ପରେ ରଶିରେ ବାନ୍ଧି ଝୁଲାଇଦେବା ଘଟଣା ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି।…
ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼
ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ…
ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଦୁଇ ଯୁବକ
ମୋରଡା,୧୦।୧୦(ସ୍ମାରକ ମାଜୀ): ମହଙ୍ଗା ପଡିଲା ଛେଳି ଚୋରି। ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଧୁମ ମାଡ଼ ଖାଇଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର…
ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା
ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ
ଠାକୁରମୁଣ୍ଡା, ୧୦।୧୦ (ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଖୁଦିଶିଳା ଗ୍ରାମରେ ମଙ୍ଗଳବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ମାଣିକ କାର୍ଜିଙ୍କ ସ୍ତ୍ରୀ ତୁରିଆ…
ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’
ବାରିପଦା,୧୦।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…
୧୪ରେ ଖୋଲିବ ଶିମିଳିପାଳ
ବାରିପଦା, ୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ପରିବର୍ତ୍ତେ ଚଳିତ ମାସ ୧୪ ତାରିଖରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଭିତରକୁ ପ୍ରବେଶ ନିମନ୍ତେ ଅନ୍ଲାଇନ ଯୋଗେ ଯାନବାହନ ଓ…
ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ
ମୋରଡ଼ା,୭ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର ଦାସଙ୍କୁ…
ସାମାନ୍ୟ ବଚସାରୁ କୁରାଢ଼ିରେ ଆକ୍ରମଣ
ଠାକୁରମୁଣ୍ଡା,୬ା୧୦(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଧୀନ କରଡ଼ାପାଳ ଗ୍ରାମରେ କୁରାଢ଼ି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବିରଞ୍ଚି ମହାନ୍ତ। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା…
ନିଚୁଆପଦାରେ ଉଦ୍ଘାଟନ ହେଲା ଛଉ ନୃତ୍ୟ ତାଲିମ କେନ୍ଦ୍ର
ମୋରଡା,୩।୧୦(ସ୍ମାରକ ମାଜୀ): ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ଼ ଆଦିବାସୀ ଶସକ୍ତିକରଣ ମନ୍ତ୍ରୀ ବିଶେଶର…
ରାଇରଙ୍ଗପୁର ଡି.ଏଫ.ଓ. ନଳିନୀକାନ୍ତ ବେହେରାଙ୍କ ଦେହାନ୍ତ
ରାଇରଙ୍ଗପୁର,୩।୧୦( ମାନସ ମହାନ୍ତି ) ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡି. ଏଫ. ଓ ନଳିନୀ କାନ୍ତ ବେହେରା (୪୬)ଙ୍କ ଦେହାନ୍ତ ହୋଇଛି। ସୋମବାର ବିଳମ୍ବିତ ରାତି ୧.୩୦ ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ…

