ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ

ବାରିପଦା,୩୧।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଏଣ୍ଟ ଟାସ୍କଫୋର୍ସ ମାଧ୍ୟମରେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଦୁଇ ମାସ ମଧ୍ୟରେ ବନବିଭାଗ ଓ ପୋଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ(ସେପ୍ଟେମ୍ବର ଓ ଅକ୍ଟୋବର) ଶର୍ଚ୍ଚ ଅପରେଶନ ଜାରି ଥିବା ବେଳେ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି।
ମୟୂରଭଞ୍ଜ ଜିଲା ପୋଲିସ କାର୍ଯ୍ୟାଳୟରେ ଆହୁତ ଖବରଦାତା ସମ୍ମିଳନୀ ଏସ୍‌ପି ବି. ଗଙ୍ଗାଧର କହିଛନ୍ତି । ଶିମିଳିପାଳ ସଂଲଗ୍ନ ୧୩ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ୭୧ଟି ଦେଶୀବନ୍ଧୁକ ଜବତ ହୋଇଛି। ସେଥିମଧ୍ୟରୁ ଗୋଟିଏ ଏୟାର ପିସ୍ତଲ ରହିଛି। ତତସହିତ ଏକ ଯୋଡା ହରିଣ ସିଂଘ ଜବତ ହୋଇଛି । ୧୩ଟି ଥାନାରେ ଏନେଇ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ୩୨ଟି ମାମଲା ରୁଜୁ ହୋଇଥିବା ବେଳେ କେହି ଗିରଫ ହୋଇ ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀ ଶିକାରୀ ଗୁଳିରେ ମୃତ୍ୟ ପରେ ବନ ବିଭାଗ ପକ୍ଷରୁ ଶର୍ଚ୍ଚ ଅପରେସନ ଜାରି ଥିବା ବେଳେ ବନ ବିଭାଗ ପକ୍ଷରୁ ଏହି ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri