୨୨ କୋଟିର କାମରେ ଅନିୟମିତତା

ବାରିପଦା,୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ରୂପ୍‌ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଠିକାଦାରଙ୍କ ମନମୁଖି କାର୍ଯ୍ୟକଳାପ ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଏହାର ଏକକିତା ନକଲ ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେବା ସହ କାର୍ଯ୍ୟର ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରା ନ ଗଲେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବିଭାଗ ଅଧୀନରେ ଠାକୁରମୁଣ୍ଡା-ଦଙ୍ଗଡିହା-ପୋଡାଡିହା-ଉଦଳା-ମାଣତ୍ରୀ-ବୈଶିଙ୍ଗା-ରୂପ୍‌ସା ରୋଡ୍‌ର ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଛି। ୭୦କି.ମି. ବ୍ୟାପି ଏହି ରାସ୍ତା ପାଇଁ ୨୨କୋଟି ୫୯ଲକ୍ଷ ୭୦ହଜାର ୧୪୪ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତା କରାଯାଇ ଅଦ୍ୟାବଧି ଏକ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁରୁଣା ରାସ୍ତାର ପିଚୁକୁ ସ୍କ୍ରେପିଂ କରି ୬ଇଞ୍ଚ ଉଚ୍ଚରେ ସିଲେକଟେଡ ଆର୍ଥ କିମ୍ବା ଦେଢଫୁଟ ଉଚ୍ଚତାରେ ମୋରମ ପକାଇ ସବଗ୍ରେଡ୍‌ କରିବାର ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟ ଓ ଚୁକ୍ତିପତ୍ରରେ ରହିଛି। ମାତ୍ର ତାହା କରା ନ ଯାଇ ଜେସିବି ଦ୍ୱାରା ପିଚୁ ରାସ୍ତାକୁ ସ୍ବଳ୍ପ ସ୍କ୍ରେପିଂ କରି ତା ଉପରେ ଅଳ୍ପ ମାଟି ପକାଇ ରୁଲିଂ କରାଯାଉଛି। ଫଳରେ ରାସ୍ତାଟି ଦୀର୍ଘସ୍ଥାୟୀ ହେବା ନେଇ ଆଶଙ୍କା ଉପୁଜିଥିବା ସହ ବିଭାଗ ପକ୍ଷରୁ ବିଲ୍‌ ପୈଠ କରାଯାଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ବୋଲି ଭୀମଦା ଗ୍ରାମର ଜନାର୍ଦ୍ଦନ ମଣ୍ଡଳ, ଦାମୋଦର ମାସନ୍ତ, ସରୋଜ କୁମାର ବେହେରା କହିଛନ୍ତି। ସେହିପରି ୬ଇଞ୍ଚର ସବଗ୍ରେଡ୍‌ ହେବା ପରେ ଗ୍ରାଭେଲ୍ସ ପକାଇ ଏକ ଷ୍ଟ୍ରଙ୍ଗ ବେସ ପକାଇବାର ଅଟକଳ ରହିଥିବା ବେଳେ ତାହା କରାଯାଇ ନାହିଁ। ଅନ୍ୟ ପକ୍ଷରେ ୪.୫ଫୁଟ ଉଚ୍ଚତାରେ ୩.୭୫ମିଟର ଥିବା ରାସ୍ତାକୁ ଓସାରିଆ କରି ୬.୫ମିଟର କରିବାର ଅଟକଳ ପ୍ରଦାନ କରାଯାଇଛି। ମାତ୍ର ସ୍ଥାନେସ୍ଥାନେ ଓସାରିଆ ଥିବା ରାସ୍ତାକୁ ଆବଶ୍ୟକ ଗଭୀରତାରେ ଖୋଳା ନ ଯାଇ ଜେସିବି ମାଧ୍ୟମରେ ରାମ୍ପିଦେଇ ୬.୫ଇଞ୍ଚ ଥିକନେସରେ କାର୍ଯ୍ୟ କରାଯାଉଛି। ଏପରିକି ସାଢେ ଚାରିଫୁଟ ଉଚ୍ଚତା ପ୍ରତିବଦଳରେ ୨ଫୁଟ ଉଚ୍ଚତାରେ ଏହି କାର୍ଯ୍ୟ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ସାଢେ ୩ କୋଟି ଟଙ୍କା ବିଲ୍‌ ପୈଠ କରାଯାଇଥିବା ବେଳେ ପ୍ରକୃତରେ ଦେଢ କୋଟି ଟଙ୍କାର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗକାରୀ ପ୍ରକାଶ କରମହାପାତ୍ର, ରାଜେଶ ଶତପଥୀ ଓ କଳ୍ପତରୁ ଜେନା କହିଛନ୍ତି। ଠିକାଦାର ଓ ସହକାରୀଯନ୍ତ୍ରୀଙ୍କ ସଲାସୁତୁରାରେ ଏହି କାର୍ଯ୍ୟ ହେଉଥିବା ବେଳେ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ରୋହନ ଗୌରବ ରାୟଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ସହକାରୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ କାର୍ଯ୍ୟର ତଦନ୍ତ କରାଯିବ। ନିମ୍ନମାନର କାର୍ଯ୍ୟ ହୋଇଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକାମ ଆରମ୍ଭରୁ ଶାସକ-ବିରୋଧୀଙ୍କ ବାକ୍‌ଯୁଦ୍ଧ: ଶ୍ରେୟ ନେବାକୁ ଟଣାଓଟଣରା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼-ସମ୍ବଲପୁର ରାସ୍ତାର ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପରୁ ଭାୟା ପପଙ୍ଗା ଦେଇ ବାଘପାଲିକୁ ସଂଯୋଗ କରୁଥିବା ରାସ୍ତା ଅଞ୍ଚଳବାସୀଙ୍କ ଜୀବନରେଖା। ୫୩ ନମ୍ବର ଜାତୀୟ ରାଜପଥରୁ…

ଧରିତ୍ରୀ ପ୍ରଭାବ: ୩ ଦିନ ପରେ ଖୋଲିଲା ତେଲିପାଲି ୟୁପି ସ୍କୁଲ

ଅମରପାଲି,୧୦।୧୧ (ପୀତାମ୍ବର ସାହୁ):ବୀରମହାରାଜପୁର ବ୍ଲକ ତେଲିପାଲି ୟୁପି ସ୍କୁଲ ୩ ଦିନ ଧରି ତାଲା ପଡ଼ିବା ପରେ ସୋମବାର ଖୋଲିଛି। ଜଣେ ନୂତନ ଶିକ୍ଷକ ନିଯୁକ୍ତି ସହ…

ଋଷମୁନି ପାହାଡ଼ରୁ ରତ୍ନପଥର ଲୁଟ: ଉଜୁଡ଼ୁଛି ମୂଲ୍ୟବାନ୍‌ ଜଙ୍ଗଲ,ନୀରବ ପ୍ରଶାସନ

ଅମରପାଲି, ୧୦ା୧୧ (ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମ ନିକଟସ୍ଥ ଋଷମୁନି ପାହାଡ଼ରୁ ଦୀର୍ଘ ୬ ମାସ ହେଲା ବେଆଇନ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପରିବେଶ ପରିବର୍ତ୍ତନ କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଳ୍ପାୟନ ବୃଦ୍ଧି ଯୋଗୁ ପରିବେଶ ଉପରେ ପ୍ରଭାବ ପଡୁଛି। ବିଭିନ୍ନ କାରଣରୁ ଆମେ ଗଛ କାଟି ସେହି ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଛୁ। ଆମେ…

‘ବାଣ ଫୁଟାଇଲେ ଭଲ ହୋଇଯିବ ରୋଗ’, ଭାଜପା ବିଧାୟିକାଙ୍କ ଅଜବ ବୟାନ

କୋଲକାତା,୧୦।୧୧: ଦୀପାବଳି ପରେ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ନିଃଶ୍ୱାସ ନେବା କଷ୍ଟକର ହେଉଥିବା ବେଳେ ପଶ୍ଚିମବଙ୍ଗର…

ଛାଡ଼ପତ୍ର ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ: ସ୍ତ୍ରୀଙ୍କଠାରୁ ହେବେ ଅଲଗା

ହାଇଦ୍ରାବାଦ,୧୦।୧୧: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା। ଉଭୟ ପରସ୍ପର ସହମତି ଓ…

ଶିମିଳିପାଳ ପାଦଦେଶରେ ବାଘ ଆତଙ୍କ: ୪ ଛେଳିଙ୍କୁ ମାରି ଖାଇଲା

ବାରିପଦା,୧୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ତିଳବାଡ଼ି ଗ୍ରାମ ନିକଟରେ ରବିବାର ଅପରାହ୍ନରେ ଏକ…

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?