ହୋଟେଲରୁ ଚୋରିକରି ମହିଳାଙ୍କ ସମେତ ୨ ଗିରଫ

ମୋରଡ଼ା, ୬।୧୧ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତାପାର୍ଶ୍ୱ ଏକ ହୋଟେଲରୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଯଶିପୁର ଥାନା ଅଧୀନ ବକଳା ଗ୍ରାମର ଅବଦୁଲ କାଦିର (ବାବଲୁ) ଏବଂ ବୈଶିଙ୍ଗା ଥାନା ଅଞ୍ଚଳର କଳ୍ପନା ଐଶ୍ୱରୀୟା (ପୁଷ୍ପା)। ଉକ୍ତ ଘଟଣାରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଥିବାର ପୋଲିସ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଲିକ ବିଦ୍ୟାଧର ମହାନ୍ତ ହୋଟେଲରେ ତାଲା ପକାଇ ଘରକୁ ଖାଇବା ପାଇଁ ଯାଇଥିବା ବେଳେ ତାଲା ଭାଙ୍ଗି ୩୨ ଇଞ୍ଚର ଏକ ଏଲ୍‌ସିଡି ଟିଭି, ବ୍ୟାଟେରୀ, ଇନଭର୍ଟର ଚୋରି ହୋଇଥିଲା। ବିଦ୍ୟାଧର ମୋରଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା। ମୋରଡ଼ା ରାସ୍ତାରେ ଲଗାଯାଇଥିବା ସିସିଟିଭି ଫୁଟେଜରୁ ଏକ ନମ୍ବର ବିହୀନ ସ୍କୁଟିରେ ଜଣେ ଲୋକ ମହିଳାଙ୍କ ସହ ଆସି ଉକ୍ତ ଚୋରି ଜିନିଷ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri