ଖୋର୍ଦ୍ଧା

ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି ଲାଗି ମୋବାଇଲ ଫୋନ୍‌କୁ ମେସେଜ ଆସୁଥିବା ବେଳେ ଉକ୍ତ ତାରିଖରେ ଧାନ କିଣାଯାଉନାହିଁ।...

ଘର ଉପରକୁ ବୋମାମାଡ଼

ବାଳକାଟି,୧୭।୧(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ସୋମବାର ବୋମାମାଡ଼ ହୋଇଛି । ଜାଗାବାଡ଼ିକୁ କେନ୍ଦ୍ର କରି ବାଲିଅନ୍ତା ଥାନା ସରକଣାରେ ଏଭଳି ଘଟିଥିବା ଜଣାପଡ଼ିଛି। ଏଥିରେ ଘରର ଟିଣ ଉଡିଯାଇଛି। ସୂଚନାଯୋଗ୍ୟ, ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ କିଛି...

ପାଣିରେ ଭାସୁଛି ଧାନ ଫସଲ

ନିରାକାରପୁର,୧୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଅମଳକ୍ଷମ ଧାନ ଫସଲ ବିଲରେ କଟା ହୋଇପଡ଼ିଛି। ଅଦିନଆ ବର୍ଷା ଯୋଗୁ ବିଲରେ ପାଣି ଜମି ରହିଥିବାରୁ ଧାନ ଗଜା ହେବାର ଆଶଙ୍କା ରହିଛି। ଅନ୍ୟପଟେ ଋଣ...

ଖୋଲୁନି ମଣ୍ଡି, ବେପାରୀଙ୍କୁ ଧାନ ବିକୁଛନ୍ତି ଚାଷୀ

ବେଗୁନିଆ,୧୭ା୧(ଡି.ଏନ୍‌.ଏ.): ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଜରିଆରେ ଚାଷୀମାନେ ଧାନ ସୁବିଧାରେ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ତେବେ ଚାଷୀଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଯାଏ ଚଳିତ ଖରିଫ...

ଇଭିଏମ୍‌ ଗୋଦାମ, ପାର୍କ ପାଚେରି ଭାଙ୍ଗିଲା ହାତୀ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧାରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଲୋକେଶ୍ୱରରେ ଜଣଙ୍କ ପାଚେରି ଭାଙ୍ଗିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ୍‌ ମେଶିନ ଗୋଦାମ ଗୃହ ପାଚେରି ଭାଙ୍ଗିଦେଇଥିଲା। ପରେ ସେଠାରୁ ୧୬ ନମ୍ବର...

ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳ ଯଥାକ୍ରମେ ମହିଳା ଏବଂ ଏସ୍‌ସି ପାଇଁ ସଂରକ୍ଷିତ ରହିଛି।...

ଖୋର୍ଦ୍ଧାରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୧୫।୧: ଖୋର୍ଦ୍ଧା ବନଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ନିକଟରେ ହାତୀ ମେଡିକାଲ ଭିତରେ ପଶିଥିଲା। ଗୁରୁବାର ବିଳମ୍ବିତ ରାତିରେ ଜରିପୁଟ ଜଙ୍ଗଲରୁ ଏକ ଦନ୍ତା ଲୋକେଶ୍ୱର ଦେଇ କୋଣାର୍କ ନଗର ପଛପଟ ଇଭିଏମ୍‌ ଗୋଦାମ ପାଚେରି, ଜାତୀୟ...

୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ...

ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଦେବାଳୟରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୧୪ା୧: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତ ଦେବାଳୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଉପଜିଲାପାଳ ଆଇ.ଗୌରବ ଶିବାଜୀ ଏହି ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଦେବାଳୟରେ ୧୪୪ଧାରା...

ଜିଲାରେ ୧,୨୮,୧୫୭ ପିଲାଙ୍କୁ ଦିଆଯିବ ଟିକା

ଖୋର୍ଦ୍ଧା ଅଫିସ,୧୪ା୧: ଜିଲାରେ ପଲ୍‌ସ୍‌ ପୋଲିଓ ଟିକାକରଣ ପାଇଁ ଜିଲା ଟାସ୍କଫୋର୍ସ ବୈଠକ ଗୁରୁବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ୱ...

ଭକ୍ତଙ୍କ ପାଇଁ କାଳିଜାଇ ବନ୍ଦ

ଖୋର୍ଦ୍ଧା ଅଫିସ, ୧୩।୧: ଭକ୍ତଙ୍କ ପାଇଁ ମା’ କାଳିଜାଇ ମନ୍ଦିର ଶୁକ୍ରବାର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। କାଲି ସକାଳ ୫ଟାରୁ କଟକଣା ଲାଗୁ ହେବ।...

ମଣ୍ଡି ଖୋଲିଲା, ଧାନ ଉଠିଲାନି

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲାରେ ବହୁ ବିଳମ୍ବରେ ବୁଧବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ତେବେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଲା, କିନ୍ତୁ ଧାନ ଉଠି ପାରିଲା ନାହିଁ। ଧାନର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ମିଲର୍ସ। ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri