ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧ା୩: ଏବେଠାରୁ ତାପମାତ୍ରା ବଢ଼ିଲାଣି। ଗ୍ରୀଷ୍ମଜନିତ ଅଂଶୁଘାତ ଓ ଜଳକଷ୍ଟ ନିରାକରଣ ଲାଗି ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ଏବଂ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତକୁ କିପରି ରୋକାଯାଇପାରିବ ଏବଂ ଖରାଦିନେ ବିଭିନ୍ନ ଗ୍ରାମାଞ୍ଚଳସ୍ତରରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳର ବ୍ୟବସ୍ଥା କରାଯାଇପାରିବ ତାହାର ପ୍ରତିକାର ଲାଗି ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ। ଜିଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ତହସିଲଦାରମାନେ ପାନୀୟଜଳ ସମସ୍ୟା ସଙ୍କଟ ଗ୍ରାମ ଏବଂ ଓ୍ବାର୍ଡଗୁଡିକୁ ଚିହ୍ନଟ କରିବେ। ଚିହ୍ନଟ ଗ୍ରାମ, ଓ୍ବାର୍ଡରେ ପାନୀୟଜଳ ଯୋଗାଣ ଲାଗି ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଅଧିକାରୀ ଗୁରୁତ୍ୱ ଦେବେ। ଜଳସେଚନ ନିର୍ବାହୀ ଯନ୍ତ୍ରୀ କେନାଲଗୁଡ଼ିକରେ ଆବଶ୍ୟକ ମୁତାବକ ଜଳସେଚନ ବ୍ୟବସ୍ଥା କରିବେ। ପ୍ରତି ବ୍ଲକକୁ ଟ୍ୟାଙ୍କର ଦ୍ୱାରା ପାନୀୟଜଳ ଯୋଗାଣ ଏବଂ ପ୍ରତି ପଞ୍ଚାୟତରେ ରହିଥିବା ଅଚଳ ନଳକୂପ ମରାମତି କରାଯିବ। ଓ୍ବାଟ୍‌କୋ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅନୁରୂପ ଭାବେ ସହରାଞ୍ଚଳରେ ପାନୀୟଜଳ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଜନଗହଳି ସ୍ଥାନରେ ସ୍ବଚ୍ଛ ପାନୀୟଜଳ ଯୋଗାଇବା ପାଇଁ ଜଳଛତ୍ର ଖୋଲାଯିବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବେ। ସମସ୍ତ ପ୍ରଶାସନିକ ଅଧିକାରୀ ନିଜସ୍ତରରେ ଜଳଛତ୍ର ଖୋଲିବା ପୂର୍ବରୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀଙ୍କଠାରୁ ଅନୁମତି ନେବେ। ଜଳଛତ୍ର ଦାୟିତ୍ୱରେ ଜଣେ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ଜିଲାସ୍ତରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନୋଡାଲ ଅଫିସର ଥିବା ବେଳେ ବ୍ଲକସ୍ତରରେ ବିଡିଓ ଦାୟିତ୍ୱରେ ରହିବେ। ଅଂଶୁଘାତ ମୁକାବିଲା ଲାଗି ଜିଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ରେଜିଷ୍ଟ୍ରିଭୁକ୍ତ କରାଯିବ। ପାଣିରେ ଆଇରନ୍‌ ଓ ମିନେରାଲର ପରିମାଣ ଅଧିକ ରହୁଥିବାରୁ ଛୁଟିଦିନରେ ଶୁଦ୍ଧ କରାଯାଇ ସ୍କୁଲ ଓ କଲେଜକୁ ବିଶୁଦ୍ଧ ପାଣି ଯୋଗାଣ ବ୍ୟବସ୍ଥା ଲାଗି ଜିଲା ଶିକ୍ଷାଧିକାରୀ ଏବଂ ମଣ୍ଡଳ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଖରାଦିନେ ବିଦ୍ୟୁତ୍‌ କାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ଜନିତ ସମସ୍ୟା ଦୂର ଉପରେ ବିଦ୍ୟୁତ୍‌ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ସ୍କୁଲ, କଲେଜ ଏବଂ ଆଶା ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପର୍ଯ୍ୟାପ୍ତ ମାତ୍ରାରେ ଓଆରଏସ୍‌ ଯୋଗାଇବା, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ମେଡିକାଲରେ ସ୍ବତନ୍ତ୍ର ଅଂଶୁଘାତ ଓ୍ବାର୍ଡ ଖୋଲିବା ପାଇଁ ସିଡିଏମ୍‌ଓ ବ୍ୟବସ୍ଥା କରିବେ। ଖରାଦିନେ ପଶୁପକ୍ଷୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଲାଗି ଜିଲା ପ୍ରାଣୀ ଓ ପଶୁସମ୍ପଦ ବିଭାଗକୁ ପରାମର୍ଶ ଦିଆଯାଇଛି। ଜିଲାପାଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାରମାନେ ଅନ୍‌ଲାଇନରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?