ଦେଢ଼କୋଟି ଟପିଲା ବେପାର

ଖୋର୍ଦ୍ଧା ଅଫିସ,୨୬।୨:  ଖୋର୍ଦ୍ଧା ଜିଲା ପ୍ରଶାସନ, ଓର୍‌ମାସ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ୫ଦିନ ଧରି ଚାଲିଥିବା ଜିଲାସ୍ତରୀୟ ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାର ଉଦ୍‌ଯାପନୀ ଦିବସ ଗଞ୍ଜାମର ପ୍ରସିଦ୍ଧ ଲୋକକଳା ନରେନ୍ଦ୍ରପୁରର ଯୋଡ଼ିଶଙ୍ଖରୁ ଆରମ୍ଭ ହୋଇଥିଲା। ୧୫ରୁ ଊର୍ଦ୍ଧ୍ୱ କଳାକାର ଶଙ୍ଖ ଫୁଙ୍କି ବିଭିନ୍ନ ସାମରିକ କଳା ପ୍ରଦର୍ଶନ କରିଥିଲେ। ଶଙ୍ଖନାଦରେ କମ୍ପିଥିଲା ପରିବେଶ। ପରେ କୋରାପୁଟ ଜିଲାର ଧାରୁଆ ଦୁରୁଆ କଳାକାରମାନେ ଆଦିବାସୀ ନୃତ୍ୟ ଢେମ୍‌ସା ପରିବେଷଣ କରିଥିଲେ। କେନ୍ଦୁଝର ବୀଣାପାଣି କଳା ନିକେତନର କଳାକାରମାନେ ପରିବେଷଣ କରିଥିଲେ ଲୋକକଳା ନୃତ୍ୟ। ଶେଷାର୍ଦ୍ଧରେ ସ୍ଥାନୀୟ ମୂର୍ଚ୍ଛନା ଅନୁଷ୍ଠାନର କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ମେଳାର ୪ର୍ଥ ଦିବସରେ ୨୭,୬୬,୭୮୦ ଟଙ୍କା ବେପାର ହୋଇଛି। ସେଥିରୁ ଏସ୍‌ଏଚ୍‌ଜି ଦ୍ୱାରା ୮, ୮୪, ୮୪୫; କୃଷି ଯନ୍ତ୍ରପାତି ୧୫ଲକ୍ଷ ୭୦ହଜାର; ଖାଦ୍ୟଷ୍ଟଲ୍‌ରେ ୧ଲକ୍ଷ ୭୫ହଜାର; ବହିମେଳାରେ ୨୫ହଜାର ୫୨୫; ହସ୍ତତନ୍ତ ଓ ହସ୍ତଶିଳ୍ପରେ ୧ଲକ୍ଷ ୧୧ହଜାର ୪୧୦ ଟଙ୍କା ବେପାର ହୋଇଛି। ତେବେ ୪ର୍ଥ ଦିନ ସୁଦ୍ଧା ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେପାର ହୋଇଥିବା ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପତ୍ାଦ, ସାଜସଜ୍ଜା ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ମାଣ୍ଡିଆ ଓ ଖାଦ୍ୟଷ୍ଟଲ୍‌ରେ ଲୋକଙ୍କ ପ୍ରବଳ ଭିଡ଼ ରହିଥିଲା।
ଉଦ୍‌ଯାପନୀ ଦିବସରେ ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ୍‌ସିଂ ମୁଖ୍ୟ ଅତିଥି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ଏବଂ ଓର୍‌ମାସ ଉପନିର୍ଦ୍ଦେଶକ ଗୁଣ୍ଡିଚା ବେହେରା, ଅତିରିକ୍ତ ଜିଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଂଯୋଜନା କରିଥିବା ବେଳେ ଅନ୍ୟମାନେ ପରିଚାଳନା କରିଥିଲେ। ଚଳିତ ପଲ୍ଲିଶ୍ରୀ ମେଳାରେ ଜିଲା ଜଳ ଓ ପରିମଳ ମିଶନ ଖୋର୍ଦ୍ଧାକୁ ଶ୍ରେଷ୍ଠ ଆଇଇସି ଷ୍ଟଲ୍‌, ସୋନପୁର ଓମ୍‌ ସାଇ ପ୍ରଡ୍ୟୁସର ଗ୍ରୁପ୍‌ ଅଧିକ ବେପାର ଲାଗି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦୁଝରର ସୃଜନୀ ଫାର୍ମର୍ସ ପ୍ରଡ୍ୟୁସର ଗ୍ରୁପ୍‌ ୨ୟ ଏବଂ ଖୋର୍ଦ୍ଧାର ସାଇବାବା ପ୍ରଡ୍ୟୁସର ଗ୍ରୁପ୍‌ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ପୁରସ୍କୃତ ହୋଇଛନ୍ତି।

ବାଇ ଚଢ଼େଇ ବସା ଗ୍ରାହକଙ୍କ ପସନ୍ଦ

ମେଳାରେ ଯାଜପୁର ଧର୍ମଶାଳା ଚହୁଁମୁହଁା ବାବା ଶନିଶ୍ଚର ଗ୍ରୁପ୍‌ ଦ୍ୱାରା ତାଳପତ୍ର, କତାରେ ପ୍ରସ୍ତୁତ ସାମଗ୍ରୀର ରହିଥିଲା ବେଶ୍‌ ଚାହିଦା। କତାରେ ପ୍ରସ୍ତୁତ ବାଇ ଚଢ଼େଇ ବସା ଲୋକଙ୍କ ମନ ଜିଣିଥିଲା। ଏଥିସହ କତାରେ ପ୍ରସ୍ତୁତ ବିଭିନ୍ନ ପଶୁପକ୍ଷୀ, ଘରୋଇ ସାଜସଜ୍ଜା, ତାଳପତ୍ରରେ ପପେଟ୍‌, ଚଢ଼େଇ ମାଳ, ଫୁଲମାଳ ସହିତ ଝୋଟ ଓ ପିପିଲି ଚାନ୍ଦୁଆ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବେଶ୍‌ ଆକର୍ଷଣ ରହିଥିଲା।

ତାଳପତ୍ର ସାମଗ୍ରୀର ରହିଥିଲା ଚାହିଦା

ପୁରୀରୁ ଆସିଥିବା ରମାକାନ୍ତ ମାହାରୀଙ୍କ ତାଳପତ୍ରରେ ପ୍ରସ୍ତୁତ ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ପପେଟ୍‌ରେ ପିଲାଙ୍କ ବେଶ୍‌ ଆଗ୍ରହ ରହିଥିଲା। ଏଥିସହିତ ତାଳପତ୍ରରେ ବିଭିନ୍ନ ଘରୋଇ ସାଜସଜ୍ଜା ବେଶ୍‌ ଆକର୍ଷଣୀୟ ରହିଥିଲା। ଦୀର୍ଘବର୍ଷ ଧରି ପୁରୀରେ ତାଳପତ୍ର ସାମଗ୍ରୀ ବିକ୍ରିକରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରମାକାନ୍ତ। ଏଥିସହିତ ତାଙ୍କ ହାତତିଆରି ସୂତା ଓ କତାର ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିଥିଲା।

ଦେଖେଇଲେ ଅଧିକ, ବେପାର କମ୍‌

ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାରେ ପ୍ରାୟ ୨୪୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ ଖୋଲିଥିଲା। ଶେଷ ଦିବସକୁ ବାଦ୍‌ ଦେଲେ ଅନ୍ୟଦିନ ରହିଥିଲା ଜନଶୂନ୍ୟ। ତଥାପି ଓର୍‌ମାସ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବେପାର ହୋଇଥିବା ସୂଚନା ଦିଆଯାଇଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସମସ୍ତ ବେପାରୀଙ୍କ ଗୋଟିଏ କଥା ବେପାର ମାନ୍ଦା। ଦିନସାରା ଖରାଯୋଗୁ ମେଳା ବନ୍ଦ ରହୁଥିବା ବେଳେ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ଯାହା ବେପାର ହୋଇଥିଲା, ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ ବୋଲି ଏକାଧିକ ବେପାରୀ କହିଛନ୍ତି।

ଦର୍ଶକ ଗ୍ୟାଲେରି ଫାଙ୍କା, ସ୍ବଳ୍ପରେ ସାରିଦେଲେ

ପଲ୍ଲିଶ୍ରୀ ମେଳା ବହୁ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି। ପ୍ରଥମ ଦିବସକୁ ବାଦ୍‌ ଦେଲେ ଜିଲାପାଳ କିମ୍ବା ଜିଲାସ୍ତରୀୟ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରଚାର ପ୍ରସାର ଅଭାବରୁ ଚଳିତବର୍ଷ ପଲ୍ଲିଶ୍ରୀ ମେଳା ପରିବେଶ ଖାଁ ଖାଁ ରହିଥିଲା। ଉଦ୍‌ଯାପନୀ ଦିବସରେ ଦର୍ଶକ ଗ୍ୟାଲେରି ମଧ୍ୟ ଫାଙ୍କା ରହିଥିଲା। କଁା ଭଁା ଲୋକଙ୍କୁ ଦେଖିବାକୁ ମିଳିଥିଲା। ଲୋକ ନ ଥିବାରୁ ଉଦ୍‌ଯାପନୀ ଉତ୍ସବ ବିନା ଭାଷଣରେ ସ୍ବଳ୍ପ ସମୟରେ ସରିଥିଲା।

ବାଉଁଶରେ ତିଆରି ସାମଗ୍ରୀର ବେଶ୍‌ ଚାହିଦା

ଢେଙ୍କାନାଳ ଗେଙ୍ଗୁଠିଆର ମା’ ଆଦିଶକ୍ତି ଗ୍ରୁପ୍‌ ଓ ଅନ୍ୟ ଗ୍ରୁପ୍‌ର କାଠରେ ପ୍ରସ୍ତୁତ ଆକ୍ୟୁପ୍ରେସର ସାମଗ୍ରୀ, ବାଉଁଶରେ ନିର୍ମିତ ବିଭିନ୍ନ ଘରୋଇ ସାଜସଜ୍ଜା, କପଡ଼ାରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟାଗ୍‌, କଣ୍ଢେଇ ଆଦିର ବେଶ୍‌ ଚାହିଦା ରହିଥିଲା। ଶାରୀରିକ ପୀଡ଼ାରୁ ମୁକ୍ତି ଲାଗି ଏଠାରେ ଉପଲବ୍ଧ ବିଭିନ୍ନ ଆକ୍ୟୁପ୍ରେସର ସାମଗ୍ରୀରେ ଲୋକଙ୍କ ବେଶ୍‌ ଆଗ୍ରହ ରହିଥିଲା। ସଦସ୍ୟା ରିତାରାଣୀ ସାହୁ କୁହନ୍ତି, ୮ ବର୍ଷ ପୂର୍ବେ ଗ୍ରୁପ୍‌ ଆରମ୍ଭ ହୋଇଥିବା ବେଳେ ୩ ବର୍ଷ ହେଲା ଉପତ୍ାଦକ ଗୋଷ୍ଠୀ ଆରମ୍ଭ ହୋଇଛି। ଏହା ଏବେ ପ୍ରଗତି ପଥରେ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri