ଜମିଜମା ସ୍ବତ୍ୱାଧିକାର ପରିବର୍ତ୍ତନ ଦାବି ତେଜିଲା

ଖୋର୍ଦ୍ଧା ଅଫିସ,୪।୩: ଏଖରାଜାତ ମାହାଲ ଜମିଜମା ସ୍ବତ୍ୱାଧିକାରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖିବା ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଖୋର୍ଦ୍ଧାରେ ଆନ୍ଦୋଳନକୁ ଜୋର କରିଛି। ଶୁକ୍ରବାର ପୂର୍ବାହ୍ନରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରତିବାଦ ସଭା କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏଥିସହ ଜମିଜମା ରେକର୍ଡ ସଂଶୋଧନ ଦାବିରେ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଦେଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି। ୨୦୨୧ରେ ଆଇନ ବିଭାଗ ଓ ୭ଜଣିଆ କମିଟି ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉ। ଦୀର୍ଘ ୬୦ବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବା ଏଖରାଜାତ ମାହାଲର ବନ୍ଦୋବସ୍ତ କରାଯାଇ ସ୍ବତ୍ୱଲିପି ପ୍ରଦାନ ତଥା ଜମିଦାରଙ୍କ ନାମ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫାତ ଆଡମିନିଷ୍ଟ୍ରେଟର, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖାଯିବାକୁ ଦାବି ହୋଇଛି। ଧାରଣାସ୍ଥଳରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭାଜପା ଜିଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆନ୍ଦୋଳନକୁ ସେମାନେ ପରୋକ୍ଷ ଭାବେ ସମର୍ଥନ ଜଣାଇଥିବା ସୂଚନା ମିଳିଛି।
ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତିର ଦାବି ମୁତାବକ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଏଖରାଜାତ ମାହାଲର ନରଣଗଡ଼, ତାପଙ୍ଗ ଓ ଧଉଳିମୁହଁ ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ଶତାଧିକ ବାସିନ୍ଦା ଦୀର୍ଘବର୍ଷ ଧରି ସ୍ବତ୍ୱାଧିକାର ପରିବର୍ତ୍ତନ ଲାଗି ଦାବି କରି ଆସୁଥିବାବେଳେ ପ୍ରତିଥର ପ୍ରଶାସନ ପକ୍ଷରୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଗ୍ରାମବାସୀ ହଇରାଣ ହେଉଛନ୍ତି। ସରକାର ଜଙ୍ଗଲ ଜମି, କାଜୁ ଜଙ୍ଗଲ ପ୍ରଭୃତି ଶତାଧିକ ଏକର ଏକର ଜମି ଖଣି, କମ୍ପାନୀକୁ ଟେକି ଦେଉଥିବା ବେଳେ ବଂଶାନୁକ୍ରମେ ଦୀର୍ଘବର୍ଷ ଧରି ଭୋଗ କରି ଆସୁଥିବା ଜମିର ରେକର୍ଡ ସଂଶୋଧନ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ପାଇକ ବୀରଙ୍କ ମାଟି ପ୍ରତି ସରକାର ଅବହେଳା ଓ ଅଣଦେଖା କରୁଛନ୍ତି। ୧୮୦୩ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଖୋର୍ଦ୍ଧାଗଡ଼କୁ ଦଖଲ କରିନେଇଥିଲା। ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକବୀରମାନେ ଇଂରେଜଙ୍କ ବିରୋଧରେ ଲଢିଥିଲେ। ରାଜାଙ୍କ ଜମିଦାରି ଭାଙ୍ଗି ଖୋର୍ଦ୍ଧାକୁ ଖାସମାହାଲ କରିଦେଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ତାପଙ୍ଗ ଓ ରାମେଶ୍ୱର ପ୍ରଭୃତି ଅଞ୍ଚଳର ୧୫୬ ଗ୍ରାମର ପ୍ରଜା ମେଳି ହୋଇ ଯୁଦ୍ଧରେ ସାମିଲ ହୋଇଥିଲେ। ୧୮୧୭ ବିପ୍ଳବରେ ପାଇକ ବୀର ସଂଗ୍ରାମ କରିଥିଲେ। ତେବେ ଏହି ୧୫୬ଖଣ୍ଡ ଗ୍ରାମବାସୀ ଇଂରେଜଙ୍କ ବଶତା ସ୍ବୀକାର କରି ନ ଥିଲେ। ଏହି ଗ୍ରାମ ୧୮୫୮ ଓ ୧୮୬୩ରେ ଇଂରେଜଙ୍କ ଦ୍ୱାରା ଦୁଇଟି ଚୁକ୍ତି ବଳରେ ରାଜସ୍ବ ଦେଇ ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଚାଲିଯାଇଥିଲା। ଫଳରେ ୧୫୬ ଗ୍ରାମ ଏଖରାଜାତ ମାହାଲ ଭାବେ ପରିଗଣିତ ହେଲା। ଜମିଦାରି ଉଚ୍ଛେଦ ଅଧିନିୟମ କାର୍ଯ୍ୟକାରୀ ହେବା ପରେ ୧୯୯୮ ମସିହାରେ ଏହି ୧୫୬ ଗ୍ରାମର ସତ୍ତ୍ୱାଧିକାରୀ ସତ୍ତ୍ୱ ଉଚ୍ଛେଦ ବାବଦକୁ ଜମିଦାରୀ ଉଚ୍ଛେଦ ଅଧିନିୟମର ଧାରା-୨୩ ଅନୁଯାୟୀ ସାବ୍ୟସ୍ତ କ୍ଷତିପୂରଣ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଇଠ କରିସାରିଛନ୍ତି। ଏଣୁ ଏହି ରାଜସ୍ବ ଗ୍ରାମର ଜମିଗୁଡିକ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର କୌଣସି ସ୍ବତ୍ୱାଅଧିକାର ନାହିଁ। ଉକ୍ତ ମାହାଲର ଜମିଦାରି ଉଚ୍ଛେଦ ପରେ ୧୫୬ଟି ଗ୍ରାମରୁ ୧୨୦ଟି ଗ୍ରାମକୁ ରେକର୍ଡଭୁକ୍ତ (୧୯୬୨-୬୫) ସ୍ଥିତିବାନ ପ୍ରଜାମାନଙ୍କ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରକାଶିତ ଚୂଡ଼ାନ୍ତ ସ୍ବତ୍ୱଲିପି ପ୍ରଦାନ କରାଯାଇଛି। ସେହିପରି ଅବଶିଷ୍ଟ ୩୬ଟି ଗ୍ରାମକୁ ଓଡ଼ିଶା ସରକାର ଚୂଡ଼ାନ୍ତ ସତ୍ୱଲିପି ପ୍ରଦାନ କରାଯିବାକୁ କମିଟି ପ୍ରସ୍ତାବ ଦେଇଥିଲା। ତେବେ ଏହି ପ୍ରସ୍ତାବକୁ ୧୬ ମାସ ବିତିଲାଣି, ହେଲେ କାର୍ଯ୍ୟକାରୀ କରାଯାଉନାହିଁ।
ଜମିଜମାର ସ୍ବତ୍ୱାଧିକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିଚାଳନା କମିଟି, ପୁରୀଙ୍କ ନାମରେ ହୋଇଥିବାରୁ ଗ୍ରାମବାସୀ କୌଣସି ଅତ୍ୟାବଶ୍ୟକ ସମୟରେ ଜମି ବିକ୍ରୀ କରିପାରୁନାହାନ୍ତି ା ଜମିପଟ୍ଟାରେ ଓଡ଼ିିଶା ସରକାର ଲେଖା ନ ଥିବାରୁ ଆବାସ ଓ ଋଣ ଆଦି ସରକାରୀ ସୁବିଧା ପାଇପାରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଆନ୍ଦୋଳନରେ ସମିତିର ସଭାପତି ଗୋଦାବରୀଶ ଗୁମାନସିଂ, ସମ୍ପାଦକ ଯୁଧିଷ୍ଠିର ହରିଚନ୍ଦନଙ୍କ ସମେତ ବୈକୁଣ୍ଠନାଥ ମାର୍ଥା, ମିତାରାଣୀ ବେହେରା, ରୁଦ୍ରଭାନୁ ନରେନ୍ଦ୍ରସିଂ, ଅମରେନ୍ଦ୍ର ବଳିଆରସିଂ, ଅବକାଶ ମହାନ୍ତିି, କାଳୁ ବଳିୟାରସିଂ, ଲକ୍ଷ୍ମୀକାନ୍ତ ନନ୍ଦ, ସୌଭାଗ୍ୟ ରଞ୍ଜନ ରାୟସିଂ, ଦେବୀ ପ୍ରସାଦ ରାଉତରାୟ, କୈଳାସ ବଳିୟାରସିଂ, ଅଶୋକ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?