କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲା
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି। ଆକ୍ରାନ୍ତ ଜଣଙ୍କ ହାଟଡିହି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ...
ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ: ଘରଭାଙ୍ଗି ଖାଇଗଲେ ଧାନଚଉଳ
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳ ସାହିରେ ହାତୀପଲଙ୍କ ଉପଦ୍ରବ। ଉକ୍ତ ଗାଁରେ ଥିବା ସିକନ୍ଦର ହେମରମଙ୍କ ଘରକୁ ହାତୀପଲ ଭାଙ୍ଗିରୁଜି ଦେବା ସହ ତାଙ୍କର ଧାନଚାଉଳ ମଧ୍ୟ ଖାଇଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି...
ବଡ଼ଭଉଣୀ ସହ ମୋବାଇଲ ପାଇଁ ଝଗଡା କରି ଜୀବନ ହାରିଲେ ସାନଭାଇ
ପାଟଣା,୨।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଏକ ଅଭାନୀୟ ଘଟଣା ଘଟିଛି। ଗୁରୁବାର ଜଣେ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା କୁସୁମୀ...
ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ
ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ଅଧିକାରୀଙ୍କ ନିକଟରେ ମଙ୍ଗଳବାର ଦାବି ଉପସ୍ଥାପନ କରିଛନ୍ତି।...
ମିଳୁନି ସରକାରୀ ବିହନ, ଚାଷୀ ହଇରାଣ
କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିକ୍ରୟ କେନ୍ଦ୍ର ତଥା ଲ୍ୟାମ୍ପ୍ସରୁ ବିହନ ନ...
ହାଇଓ୍ବା ଧକ୍କାରେ ଇନୋଭା ଚୁର୍ମାର: ଡ୍ରାଇଭର ମୃତ, ୭ ଗୁରୁତର
କେନ୍ଦୁଝର/ଚମ୍ପୁଆ,୧ା୭(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନାରଦପୁର ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ...
୪୧ ବର୍ଷ ପରେ ବି ବିଦ୍ୟାଳୟକୁ ନାହିଁ ରାସ୍ତା
ଚମ୍ପୁଆ, ୩୦।୬ (ଡି.ଏନ.ଏ.) – ଦୀର୍ଘ ୪୧ ବର୍ଷ ପରେବି ବିଦ୍ୟାଳୟକୁ ରାସ୍ତା ନ ଥିବା ପରିତାପର ବିଷୟ ପାଲଟିଛି। ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଏହି ବିଦ୍ୟାଳୟ ପ୍ରତି ନା ପଡୁଛି ଏନଏସିର ନଜର ନା ପଡୁଛି ଶିକ୍ଷାବିଭାଗର...
୧୩୯ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ଚିହ୍ନଟ ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ସେମାନଙ୍କୁ କେନ୍ଦୁଝର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...
ସାହାରପଡ଼ାରେ ସ୍ତ୍ରୀ, ସ୍ବାମୀଙ୍କୁ କରୋନା: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଛୁଇଁଲା
ପାଟଣା,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୋମବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୨...
ବିପଦରେ ବୈତରଣୀ ସେତୁ
ଆନନ୍ଦପୁର,୨୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଲାଇଫ୍ଲାଇନ୍ କୁହାଯାଉଥିବା ବୈତରଣୀ ନଦୀ ସେତୁ ପୁଣି ବିପଦରେ। ୩ଟି ସ୍ପାନ ଦବିବା ଯୋଗୁ ଏହାର ସ୍ଥାୟିତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ୨୦୧୮ ଜୁଲାଇ ୬ ତାରିଖରେ ସେତୁର ଗୋଟିଏ...
୧୩୨ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର,୨୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ବଡବିଲ ଅଞ୍ଚଳରୁ ଗୋଟିଏ ଲୋକାଲ କେସ ରହିଛି। ସେ ଭୁବନେଶ୍ୱରର...
ପାଟଣାରେ ପୁଣି ୨ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା
ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...
Archives


