ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି ଦୁର୍ବୃତ୍ତମାନେ ଲହୁଲୁହାଣ କରି ପକାଇଥିଲେ। ଶନିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କୁମୁଳାବାହାଳୀ ଗ୍ରାମର ନିରାକାର ମହାନ୍ତଙ୍କ ପୁଅ ହେମନ୍ତ (୨୦)।
ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟରେ ଏରେଣ୍ଡେଇ ରାଜାଭାଡ଼ି ହାଟକୁ ହେମନ୍ତ ଆସିଥିବା ବେଳେ କୌଣସି କାରଣରୁ ଏରେଣ୍ଡେଇ ଗ୍ରାମର ସନାତନ ମୁଣ୍ଡା ଓ ତାଙ୍କର ତିନିଜଣ ସହଯୋଗୀ ହେମନ୍ତଙ୍କୁ ନିସ୍ତୁକ ମାଡ଼ ମାରି ଅଚେତ କରିପକାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହେମନ୍ତଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ହେଁ ଶନିବାର ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଶାନ୍ତିଲତା ମୁଣ୍ଡା ନାମକ ଜଣେ ମହିଳା ହେମନ୍ତଙ୍କୁ ଉଦ୍ଧାର କରିବାକୁ ଯାଇ ଦୁର୍ବୃତ୍ତଙ୍କ ମାଡ଼ରେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମୃତକଙ୍କ ଭାଇ ହରିଶ୍ଚନ୍ଦ୍ର ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ହାଟରେ ହୋଇଥିବା ସଂଘବଦ୍ଧ ଆକ୍ରମଣର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଅଭିଯୋଗ ପାଇ ପାଟଣା ଥାନା ଏସ୍‌ଆଇ ଶିବଶଙ୍କର ଆଲଦା ପାଟଣା ଥାନାରେ କେସ୍‌ ନଂ ୨/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ରୂପ୍‌ସା, ୩୦।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଞ୍ଚଳରେ ବୁଧବାର ରାତିରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜବେଷ୍ଟସ ଛପର ଭାଙ୍ଗି ଦୁର୍ବୃତ୍ତମାନେ ଗୋଟିଏ...

ଗଣେଶ ପୂଜା ଦେଖିବାକୁ ଯାଇଥିଲେ ନାବାଳିକା: ନାବାଳକ ନିଛାଟିଆ ଛାତକୁ ଡାକି ନେଇ …

ପାରଳାଖେମୁଣ୍ଡି,୧୨।୯: ଘର ପାଖରେ ଗଣେଶ ପୂଜା ଦେଖବାକୁ ଯାଇ ବଳାତ୍କାର ଶିକାର ହୋଇଛନ୍ତି ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନାଗର ଥାନା...

୫ଟଙ୍କା ନେଲା ସାଙ୍ଗ ଜୀବନ

କଣିହାଁ, ୧୯।୩(ଡି.ଏନ.ଏ.) ତାଳଚେର ବ୍ଲକ କଣିହାଁ ଥାନା ଅଧୀନ କୁମୁଣ୍ଡା ପଞ୍ଚାୟତ ଚିତ୍ତଲପୁର ଗ୍ରାମରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଟଣୀ, ୨୩।୭(ଡି.ଏନ୍‌.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ନଗଦ...

ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦ୍ରପୁର,୮।୬(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪...

୩ ଜିଲା ପରିଷଦ ପଦ ପାଇଁ ସଂରକ୍ଷଣ ତାଲିକା ବଦଳିଲା

ଡେରାବିଶ,୧୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଡେରାବିଶ ବ୍ଲକ ଅଧୀନରେ ଥିବା...

ମହାରାଷ୍ଟ୍ର, ଗୁଜରାଟରୁ ୮ ବସ୍‌ରେ ଆସିଲେ ପ୍ରବାସୀ

ଭଞ୍ଜନଗର,୨୬।୫(ଡି.ଏନ.ଏ)-ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଆସୁଥିଲେ ମଧ୍ୟ ଏବେ ବି ଗଞ୍ଜାମ ଜିଲାକୁ ବସ୍‌, କାର ଓ ବାଇକ୍‌ ଯୋଗେ ପ୍ରବାସୀ...

Advertisement
Archives

Model This Week