ସିସିଟିଭିରେ ବିନା ହେଲମେଟ ଧରପଗଡ଼, ଦେଢ଼ ଲକ୍ଷ ଟଙ୍କାର ଫାଇନ ଗଣିଲେ ଖିଲାପକାରୀ

କେନ୍ଦୁଝର,୨।୧(ସ୍ବ.ପ୍ର.) : ନୂଆବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲାରେ ଆରମ୍ଭ ହୋଇଛି ମୋଟରଯାନ ନିୟମ। ବିଶେଷ କରି ହେଲମେଟ ଓ ବେପରୁଆ ଗାଡ଼ିଚାଳନା ଉପରେ ଧରପଗଡ଼। ପ୍ରଥମଥର ପାଇଁ ସିସିଟିଭି ଦ୍ୱାରା ଚାଲିଛି ଏହି ଧରପଗଡ଼। ଏଣୁ ଖିଲାପୀ ମାନଙ୍କ ମୋବାଇଲକୁ ଫାଇନ ବା ଚାଲାଣ ମେସେଜ ମାଧ୍ୟମରେ ଯାଉଛି। ଏଣୁ ଏଭଳି ବ୍ୟବସ୍ଥାକୁ ନେଇ ଅନେକ ଛାନିଆ ହୋଇପଡ଼ିଥିବା ବେଳେ ଅନେକ ଏବେ ମଧ୍ୟ ବେପରୁଆ ଭାବରେ ବିନା ହେଲମେଟରେ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି।
ଦୁଇ ଦିନରେ ଜିଲା ମୁଖ୍ୟାଳୟରେ ପ୍ରାୟ ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦେଢ଼ ଲକ୍ଷ ଟଙ୍କା ଫାଇନ କରାଯାଇଥିବା ଦାୟିତ୍ୱରେ ଥିବା ଟାଉନଥାନା ଏସ୍‌ଆଇ ଶାନ୍ତନୁ ଜେନା କହିଛନ୍ତି। ପ୍ରଥମେ ବିନା ହେଲମେଟ, ତିନି ଜଣିଆ ଯାତାୟାତ, ଭୁଲ ରାସ୍ତାରେ ଯାତାୟାତ, ମୋବାଇଲ ଧରି ବାଇକ ଚାଳନା ଆଦି ଧରପଗଡ଼ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପୋଲିସ ସୂଚନା ଦେଇଛି। ସିସିଟିଭିରେ ଯାଞ୍ଚ କରାଯାଇ ମେସେଜ ଜରିଆରେ ଚାଲାଣ ସିଧାସଳଖ ଗାଡ଼ି ମାଲିକଙ୍କୁ ପଠାଯାଉଛି। ଏହା ଦ୍ୱାରା ଦୁର୍ଘଟଣା ରୋକିବା ସହ ବେପରୁଆ ଗାଲି ଚାଲାଣ କୁ ସାବାଡ଼ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଉଛି। ପ୍ରକାଶ ଯେ କେନ୍ଦୁଝର ସହରର କୋର୍ଟ ଛକ, ଲାବ୍ଯଯ ଛକ, ଜିଲାପାଳ ଙ୍କ ଅଫିସ ଛକ, ଏସପି ଅଫିସ ଛକ, ଗାନ୍ଧୀ ଛକ ତଥା ସିରାଜଉଦ୍ଦିନ ଛକ ଆଦି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ପୋଲିସ କଣ୍ଟ୍ରୋଲରୁମ୍‌ରୁ ବିନା ହେଲମେଟ୍‌ରେ ଗାଡି ଚଳାଚଳ ନିୟନ୍ତ୍ରଣ କରିବା ସହ ବାଇକରେ ତିନିଜଣ ବସି ଗାଡି ଚଳାଚଳ, ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଚଳ ଆଦି ଉପରେ ନଜର ରଖି ଫାଇନ ଆଦାୟ କରାଯାଉଛି।।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri