ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା

ଯୋଡା, ୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡ଼ାରେ ରହିଛି ସରକାରୀ ଡାକ୍ତରଖାନା। ଏଠାରେ ଡାକ୍ତର, କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ(ଡିଏମ୍‌ଏଫ୍‌)ରେ ହଜାର ହଜାର କୋଟି ଟଙ୍କା ଥାଇ ମଧ୍ୟ ଯୋଡା ଅଞ୍ଚଳରେ ସ୍ବାସ୍ଥ୍ୟସେବା ଫେଲ୍‌ ମାରିଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକର ୧୫ଟି ପଞ୍ଚାୟତ ଓ ଯୋଡ଼ା ପୌରପାଳିକାର ୧୪ଟି ୱାର୍ଡ ଏହି ଡାକ୍ତରଖାନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ଏଠାରେ ୭ ଜଣ ବିଭିନ୍ନ ବିଭାଗର ଡାକ୍ତର ଓ ୬ ଜଣ ନର୍ସ ରହିଛନ୍ତି। ସେଥିମଧ୍ୟରୁ ୪ ଜଣ ସରକାରୀ ଏବଂ ୩ ଜଣ ଡିଏମ୍‌ଏଫ୍‌ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ଦୀର୍ଘ ୬ ବର୍ଷ ହେବ ଅର୍ଥୋପେଡିକ୍‌ ବିଭାଗର ଡାକ୍ତର,ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱହେବ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ଜଣେ ମୁଖ୍ୟ ସର୍ଜରୀ ଡାକ୍ତର ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ମୁଖ୍ୟ ଚିକିତ୍ସା ଅଧିକାରୀ ନାହାନ୍ତି। ଡାକ୍ତରଖାନାରେ ଆମ୍ବୁଲାନ୍ସ ଗାଡିର ଅଭାବ ଥିବାରୁ ରାତିବେଳା ଜରୁରୀକାଳୀନ ଅବସ୍ଥାରେ ଡାକ୍ତର ପହଞ୍ଚିବାରେ ସମସ୍ୟା ହେଉଛିି ା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କେବଳ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ରଖାଯାଇ କାର୍ଯ୍ୟ କରାଯାଉଛି ା ଗତ ଡିସେମ୍ବର ୩୧ରେ ନିଯୁକ୍ତ ଥିବା ଚୁକ୍ତିଭିତ୍ତିକ ୨ ଜଣ ଫାର୍ମାସିଷ୍ଟଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ବେଳେ ପୁନର୍ବାର ସେମାନଙ୍କୁ ଏକ ମାସ ପାଇଁ ନିଯୁକ୍ତି ଦିଆଯାଇଥିବା ଖବର ହସ୍ତଗତ ହୋଇଛି। ଏଠାରେ ନିଯୁକ୍ତ ୯ ସ୍ବାସ୍ଥ୍ୟକର୍ମୀଙ୍କର କାର୍ଯ୍ୟ କାଳ ଶେଷ ହୋଇଥିବାରୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ହେଉଛି। ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସିଧାସଳଖ ନିଯୁକ୍ତି ଦିଆ ନ ଯାଇ ଏକ ଏନ୍‌ଜିଓ ସଂସ୍ଥା ମାଧ୍ୟମରେ ଉକ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଫାର୍ମାସିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଅସ୍ଥାୟୀ ନିଯୁକ୍ତି ଦିଆଯାଉଥିବା ଜାଣିବାକୁ ମିଳିଛି। ପୁଣି ଏଠାରେ ଜରୁରୀକାଳୀନ ଅସ୍ତ୍ରୋପୋଚାର ଗୃହର ବ୍ୟବସ୍ଥା ଏଯାଏ ହୋଇନାହିଁ। ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଓ ସମ୍ପାଦକ ସୁଶାନ୍ତ କୁମାର ବାରିକ କୁହନ୍ତି ଏହି ସରକାରୀ ଡାକ୍ତରଖାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଠାରେ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ ା ଏନେଇ ଗତବର୍ଷ ଜୁଲାଇ ୩ରେ ଯୋଡା ବିକାଶ ପରିଷଦ ପକ୍ଷରୁ ଅପରେସନ ଥିଏଟରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ଲିଖିତ ଭାବେ ଜିଲା ସ୍ବାସ୍ଥ୍ୟବିଭାଗକୁ ଜଣାଇଥିଲେ। ଏଠାକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳିବା ସହ ଅଞ୍ଚଳରେ ଥିବା କର୍ପୋରେଟ ସଂସ୍ଥା ଗୁଡିକ ମଧ୍ୟ କମାରଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଛନ୍ତି, ଏଠାରେ ରୋଗୀ ସେବାକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ଯଦି କୌଣସି ଅସୁବିଧା ଥାଏ ତେବେ ଅତିଶୀଘ୍ର ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri