ଗଛରେ ପିଟି ହେଲା ବୋଲେରୋ: ଚାଲିଗଲା ୪ ଜୀବନ

କେନ୍ଦୁଝର,୩୧।୧୨:(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବୋଲେରୋ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ମୟୁରଭଞ୍ଜ ରଙ୍ଗମାଟିଆ ଅଞ୍ଚଳରୁ ଏହି ଯୁବକମାନେ ବଳଦ କିଣିବା ପାଇଁ ବୋଲେରୋ ଯୋଗେ ବିଳମ୍ବିତ ରାତିରେ ପିଠାଗୋଳା ଅଞ୍ଚଳକୁ ଆସୁଥିଲେ। କୌଣସି କାରଣରୁ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛରେ ଧକ୍କା ଦେଇଥିଲା। ଧକ୍କା ହେବାରୁ ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆହତ ମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ କେ କମର । ମୃତକ ଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସତ୍ୟତା ଜାଣିବା ପାଇଁ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ

ନିମାପଡ଼ା,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ,...

୧.୩୧ ଲକ୍ଷ ଟଙ୍କା ସହାୟତା

ଢେଙ୍କାନାଳ ଅଫିସ,୬।୫ – ଢେଙ୍କାନାଳ ସଦର ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୩୧ହଜାର ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରାଯାଇଛି।...

ଅଙ୍ଗନଓ୍ବାଡିରୁ ମିଲୁଛେ ପ୍ଲାଷ୍ଟିକ୍‌ ଅଁଡା: ହିତାଧିକାରୀ ଆନ୍‌ଲେ ଅଭିଯୋଗ

ବିନିକା, ୯ା୧(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ ବଲାରଙ୍ଗା ଗାଁ ନୂଆଁପଡ଼ାରେ ଥିବାର ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ରେ ପ୍ଲାଷ୍ଟିକ୍‌ ଅଁଡା ବଁଟା...

ସେଲ୍‌ଫି ହେଲା କାଳ, ଇବ୍‌ ନଦୀରେ ଖସିପଡ଼ିଲେ ଯୁବତୀ

ବାଲିଶଙ୍କରା,୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟରେ ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲଫି ନେବାବେଳେ ପାଣିରେ ଖସି...

କଟକଣା ଅଞ୍ଚଳରେ ଘୂରିବୁଲୁଛି ବୋଟ୍‌, ଟ୍ରଲର

କେନ୍ଦ୍ରାପଡ଼ା ଅଫିସ, ୧୫ା୧୨: ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଏକାଠି ହୋଇଛନ୍ତି। ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା...

୯ ମାସ ଶିଶୁର ବଢ଼ୁଛି ମୁଣ୍ଡ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଛତ୍ରପୁର,୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗାଁର ପୁଷ୍ପାଞ୍ଜଳି ନାହାକଙ୍କ ୯ ମାସର ଶିଶୁ ପୁତ୍ରଙ୍କ ଦିନକୁ ଦିନ ମୁଣ୍ଡ ବଡ଼ ହେବାରେ ଲାଗିଛି।...

ପୁରୀ ବେଳାଭୂମିରେ ମରିପଡ଼ିଛନ୍ତି ଜେଲିଫିସ୍‌

ପୁରୀ ଅଫିସ, ୧୬ା୫: ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ମୃତ ଜେଲିଫିସ୍‌ ପଡ଼ିରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ସଂଖ୍ୟା ପ୍ରାୟ ସହସ୍ରାଧିକ ହେବ ବୋଲି...

Advertisement
Archives

Model This Week