ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

କେନ୍ଦୁଝର, ୩୧।୧୨(ଡି.ଏନ୍‌.ଏ.): ରତ୍ନଗର୍ଭା କେନ୍ଦୁଝର ଜିଲା ଉପରେ ପ୍ରତିଷ୍ଠିତ ଖଣି କମ୍ପାନୀଗୁଡ଼ିକ ଆଖି ପକାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଜିଲାବାସୀଙ୍କ ଦୀର୍ଘଦିନର ଦାବି ବୃହତ୍‌ ଇସ୍ପାତ ପ୍ରକଳ୍ପ ସ୍ବପ୍ନ ହୋଇ ରହିଯାଇଛି। ତେବେ ଜିଲାରେ ଯେଉଁ କେତେକ କାରଖାନା ରହିଛି ସେଥିରେ ହାତଗଣତି ସ୍ଥାନୀୟ ବ୍ୟକ୍ତିଙ୍କୁ ଶ୍ରମିକ ବା ୱାର୍କର ଭାବେ ନିୟୋଜିତ କରାଯାଇଛି। ସାମଗ୍ରିକ ଭାବେ ଜିଲାର ଶିଳ୍ପ ସଂସ୍ଥାରେ ନିଯୁକ୍ତି ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଏହା ନୈରାଶ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପ୍ରତିଷ୍ଠିତ କାରଖାନାକୁ କଞ୍ଚାମାଲ ଯୋଗାଉଥିବା କେନ୍ଦୁଝର ଜିଲାର ଖଣିରେ ସ୍ଥାନୀୟ ଲୋକଙ୍କ ବଦଳରେ ମେଶିନରେ କାମ ହେଉଥିବା ଅଭିଯୋଗ ହେଉଛି।
ଅନୁଯାୟୀ, ଜିଲାରେ ଥିବା ୧୫ଟି ପ୍ରମୁଖ ଶିଳ୍ପସଂସ୍ଥାରେ ମାତ୍ର ୬,୨୮୮ଜଣ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ୩୪୯ ମହିଳା ଓ ୫,୯୩୯ ପୁରୁଷ ଶ୍ରମିକ କାମ କରୁଥିବା ଶ୍ରମ ବିଭାଗ ପାଖରେ ହିସାବ ରହିଛି ା ଜିଲାର ଗୁଆଲିଠାରେ ଥିବା କେଜେଏସ୍‌ ଆଲୁୱାଲିଆ କାରଖାନାରେ ୫୨୦ ସ୍ଥାନୀୟ ପୁରୁଷ ଓ ୫୧ ମହିଳା, ମାଟକାମବେଡ଼ାସ୍ଥିତ ଆରିୟା ଆଇରନ ଓ ଷ୍ଟିଲ୍‌ କମ୍ପାନୀରେ ୬୨୨ଜଣ ପୁରୁଷ ଶ୍ରମିକ କାମ କରୁଛନ୍ତି। ବିଲେଇପଦାସ୍ଥିତ ଟାଟା ଗ୍ରୁପର ଟିଏସ୍‌ଏଲ୍‌ପି ବା ପୂର୍ବରୁ ଥିବା ଟାଟା ସ୍ପଞ୍ଜ କାରଖାନାରେ ୮୧୪ ପୁରୁଷ ଓ ୮୬ ମହିଳା କାମ କରୁଥିବାବେଳେ ପୁରୁଣାପାଣିଠାରେ ଥିବା ପଟ୍ଟନାୟକ ଷ୍ଟିଲ୍‌ରେ ୨୫୯ଜଣ ଏବଂ ଫୁଲଝରସ୍ଥିତ ଆରଡେଣ୍ଟ ଷ୍ଟିଲ୍‌ରେ ୨୫୯ଜଣ ସ୍ଥାନୀୟ ପୁରୁଷ ଶ୍ରମିକ ନିଯୁକ୍ତି ପାଇଛନ୍ତି।
ସେହିପରି ଟାଟା ଗ୍ରୁପ୍‌ର ଫେରୋ ଆଲଏଜ କାରଖାନାରେ ମୋଟ ୩୪୦ଜଣ ସ୍ଥାନୀୟ ପୁରୁଷ ଶ୍ରମିକ କାମ କରୁଛନ୍ତି। ଅଁରା ସ୍ଥିତ ଶ୍ରୀମେଟାଲିକ୍ସରେ ୩୯୬ ସ୍ଥାନୀୟ ପୁରୁଷ ଓ ୨ ମହିଳା, ଲୋଇଡ଼ାପଡ଼ାସ୍ଥିତ ଶ୍ରୀମେଟାଲିକ୍ସରେ ୭୭୨ ପୁରୁଷ ଓ ୩ ମହିଳା କାମ କରୁଛନ୍ତି। ଜିନ୍ଦଲରେ ୭୮୩ ପୁରୁଷ ଓ ୬୫ ମହିଳା,ଏସାରରେ ୨୧୮ ପୁରୁଷ ଓ ୪୩ ମହିଳା, ବ୍ରାଣ୍ଡ ଆଲଏଜରେ ୧୫୪ ପୁରୁଷ ଓ ୧୨ ମହିଳା, ଟାଟାର ବ୍ରାହ୍ମଣୀପାଳରେ ୪୫୯ ପୁରୁଷ ଓ ୬୮ ମହିଳା, ଉଲିବୁରୁସ୍ଥିତ ଜଗନ୍ନାଥ ଷ୍ଟିଲ୍‌ରେ ୨୩୧ ସ୍ଥାନୀୟ ପୁରୁଷ ଓ ୧୭ ମହିଳା ଶ୍ରମିକ ଅଛନ୍ତି। ତେବେ ବିଭିନ୍ନ ଶିଳ୍ପସଂସ୍ଥାରେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବାକୁ ମତ ପ୍ରକାଶ ପାଇଛି। ସ୍ଥାନୀୟ ନିଯୁକ୍ତିକୁ ନେଇ ଆରଡେଣ୍ଟ ଷ୍ଟିଲ୍‌ କମ୍ପାନୀର ନିର୍ଦ୍ଦେଶକ ଶୁଭାଶିଷ ଦାସଙ୍କୁ ପଚାରିବାରୁ ଆମ ପ୍ଲାଣ୍ଟରେ ୯୮ ପ୍ରତିଶତ ନିଯୁକ୍ତି ପାଇଛନ୍ତି ବୋଲି କହିଛନ୍ତି। ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟର ସଭାପତି ସରୋଜ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ପ୍ଲାଣ୍ଟର ଆଖପାଖ ଗ୍ରାମଗୁଡ଼ିକରୁ ପ୍ରତି ପରିବାର ପିଛା ପ୍ରାୟ ୨ରୁ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳିଙ୍କୁ ପଚାରିବାରୁ ଯଦି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିୟମ କରାଯାଏ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri