ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

ଚମ୍ପୁଆ,୩୧।୧୨(ଡି.ଏନ.ଏ): କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରେ ରହିଥିବା ପର୍ଯ୍ୟଟନସ୍ଥଳୀ କେଶରୀ କୁଣ୍ଡ ଓ କଙ୍ଗିରା ମୁହାଣ(ଦୋ ମୁହାଣି) ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନି। କୋଭିଡ୍‌ କଟକଣା ଏହାର ପ୍ରମୁଖ କାରଣ ସାଜିଥିବା ବେଳେ ବଣଭୋଜିର ଆସର ଏଠାରେ ଦେଖିବାକୁ ମିଳୁନାହିଁ। କାଁ ଭାଁ କେତେଜଣଲୋକଙ୍କୁ ଛାଡିଦେଲେ ପୂର୍ବ ବର୍ଷ ଭଳି ପିକ୍‌ନିକ୍‌ ପାର୍ଟିଙ୍କ ଦେଖାନାହିଁ। ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖରୁ ଏହି ପର୍ଯ୍ୟଟନସ୍ଥଳୀଗୁଡିକୁ ବଣଭୋଜି ସହିତ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଚଳିତ ବର୍ଷ ସେମିତି କିଛି ହୋଇନାହିଁ।
ଅନୁସାରେ ଚମ୍ପୁଆ ଅଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ନଦୀ ତଟରେ ଅବସ୍ଥିତ ଏହି ଦୁଇ ପର୍ଯ୍ୟଟନସ୍ଥଳୀରେ ଡିସେମ୍ବର ୨୫ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରକୃତିର ଏହି ମନୋରମ ସମ୍ଭାରକୁ ଉପଭୋଗ କରିବା ସହିତ ବଣଭୋଜିର ଆନନ୍ଦ ଉଠାଇବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କେଶରୀ କୁଣ୍ଡ ଠାରେ ରହିଥିବା ୩ ଗୋଟି ପୌରାଣିକ ବଦ୍ଧିତ କୁଣ୍ଡ ଏକ ପବିତ୍ର କୁଣ୍ଡ ବୋଲି ବିଶ୍ୱାସ କରାଯାଉଥିବା ବେଳେ ବହୁ ପର୍ଯ୍ୟଟକ ଏଠାରେ ସ୍ନାନ ଆଦି କରିଥିାନ୍ତି। ବୈତରଣୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ସହିତ ପଥର ଚଟାଣକୁ ଚିରି ବହିଯାଉଥିବା ନଦୀର ଜଳ ବେଶ୍‌ ଉପଭୋଗ୍ୟ ହୋଇଥାଏ। ସେହିପରି କଙ୍ଗିରା ମୁହାଣ ବା ଦୋ ମୁହାଣିଠାରେ ବୈତରଣୀ ଓ କଙ୍ଗିରା ନଦୀର ମିଳନ ସ୍ଥଳ ସହିତ ନଦୀ ପଠାକୁ ଲାଗିରହିଥିବା ଜଙ୍ଗଲ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତବର୍ଷ ସବୁ ଖାଁ ଖାଁ ହୋଇଯାଇଛି।

ରାଜା ଯଯାତି କେଶରୀଙ୍କ ସମୟରେ କେଶରୀ କୁଣ୍ଡକୁ ଏକ ପୁଣ୍ୟ ତୀର୍ଥଭାବେ ପରିଗଣିତ କରାଯାଇଥିଲା। ଯେଉଁମାନେ ଗଙ୍ଗାଗୟା ଯିବାରେ ଅକ୍ଷମ ହୁଅନ୍ତି, ସେମାନେ ଏଠାରେ ପିଣ୍ଡଦାନ କରି ପୁଣ୍ୟପ୍ରାପ୍ତ କରିଥାନ୍ତି। ଏପରିକି ମକର ସମୟରେ ବହୁ ଭକ୍ତ ଏଠାରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିଥିବା ଅନୁମାନ କରାଯାଏ। ଏହାର ସୁରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ସୁବ୍ୟବସ୍ଥା କରା ନ ଗଲେ ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ସୁଅ କମିଯିବ।
-ପଦ୍ମିନୀ ମିଶ୍ର, କବି ତଥା ଆଇନଜୀବୀ

କେଶରୀ କୁଣ୍ଡ ୨୦୦୮ ମସିହାରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଖି ଦୃଶିଆ ସେପରି କିଛି ଉନ୍ନତି ହୋଇପାରିନାହିଁ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ବିମୁଖତା ଦେଖାଦେଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି। ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
-ବିଦୁ ଭୂଷଣ ପତି, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ

ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ...

ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର

ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା...

ବର୍ଷାଙ୍କୁ ଅନୁଭବଙ୍କ ୩ ଚ୍ୟାଲେଞ୍ଜ

କଟକ ଅଫିସ,୨୫ା୫: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା...

‘ଆମ ହସ୍‌ପିଟାଲ’ ଯୋଜନାରେ ଜିକେଭଟ୍ଟର ଡାକ୍ତରଖାନା

ଜଳେଶ୍ୱର,୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଆମ ହସ୍‌ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଶୁକ୍ରବାର ଜିଲାପାଳ ଜିକେ ଭଟ୍ଟର ହସ୍‌ପିଟାଲ ପରିଦର୍ଶନରେ ଆସି...

ଶୁଆକଣରେ ଜଳ ଜୀବନ ମିଶନ ଦିଗହରା

ନାଉଗଁା, ୮ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଶୁଆକଣ ଗଁାର ଚତୁଃପାର୍ଶ୍ୱକୁ ଦେବୀ ନଦୀ ଘେରି ରହିଛି। ଏହି ଗଁାଟି ସମୁଦ୍ର...

ପୃଥ୍ବୀ-୨ର ଦୁଇଥର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବୁଧବାର ରାତ୍ରିକାଳୀନ...

କରୋନା ଘୃଣା ଭାଇଚାରା ନ ଭାଙ୍ଗୁ

କଟକ ଅଫିସ,୩।୮: କରୋନା କାହାକୁ ବି ହୋଇପାରେ। ଆଜି ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆମେ ଘୃଣା କରିବା, ତେବେ କାଲି ଆମେ...

ବାଉଁଶ ଲାଠି, ଛିଣ୍ଡା ଚପଲରେ ହକି ଖେଳ

ମହାକାଳପଡ଼ା,୧୩ା୧୨(ଡି.ଏନ.ଏ.): ହକି ଖେଳ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌...

Advertisement
Archives

Model This Week