ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

ଚମ୍ପୁଆ,୩୧।୧୨(ଡି.ଏନ.ଏ): କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରେ ରହିଥିବା ପର୍ଯ୍ୟଟନସ୍ଥଳୀ କେଶରୀ କୁଣ୍ଡ ଓ କଙ୍ଗିରା ମୁହାଣ(ଦୋ ମୁହାଣି) ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନି। କୋଭିଡ୍‌ କଟକଣା ଏହାର ପ୍ରମୁଖ କାରଣ ସାଜିଥିବା ବେଳେ ବଣଭୋଜିର ଆସର ଏଠାରେ ଦେଖିବାକୁ ମିଳୁନାହିଁ। କାଁ ଭାଁ କେତେଜଣଲୋକଙ୍କୁ ଛାଡିଦେଲେ ପୂର୍ବ ବର୍ଷ ଭଳି ପିକ୍‌ନିକ୍‌ ପାର୍ଟିଙ୍କ ଦେଖାନାହିଁ। ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖରୁ ଏହି ପର୍ଯ୍ୟଟନସ୍ଥଳୀଗୁଡିକୁ ବଣଭୋଜି ସହିତ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଚଳିତ ବର୍ଷ ସେମିତି କିଛି ହୋଇନାହିଁ।
ଅନୁସାରେ ଚମ୍ପୁଆ ଅଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ନଦୀ ତଟରେ ଅବସ୍ଥିତ ଏହି ଦୁଇ ପର୍ଯ୍ୟଟନସ୍ଥଳୀରେ ଡିସେମ୍ବର ୨୫ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରକୃତିର ଏହି ମନୋରମ ସମ୍ଭାରକୁ ଉପଭୋଗ କରିବା ସହିତ ବଣଭୋଜିର ଆନନ୍ଦ ଉଠାଇବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। କେଶରୀ କୁଣ୍ଡ ଠାରେ ରହିଥିବା ୩ ଗୋଟି ପୌରାଣିକ ବଦ୍ଧିତ କୁଣ୍ଡ ଏକ ପବିତ୍ର କୁଣ୍ଡ ବୋଲି ବିଶ୍ୱାସ କରାଯାଉଥିବା ବେଳେ ବହୁ ପର୍ଯ୍ୟଟକ ଏଠାରେ ସ୍ନାନ ଆଦି କରିଥିାନ୍ତି। ବୈତରଣୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ସହିତ ପଥର ଚଟାଣକୁ ଚିରି ବହିଯାଉଥିବା ନଦୀର ଜଳ ବେଶ୍‌ ଉପଭୋଗ୍ୟ ହୋଇଥାଏ। ସେହିପରି କଙ୍ଗିରା ମୁହାଣ ବା ଦୋ ମୁହାଣିଠାରେ ବୈତରଣୀ ଓ କଙ୍ଗିରା ନଦୀର ମିଳନ ସ୍ଥଳ ସହିତ ନଦୀ ପଠାକୁ ଲାଗିରହିଥିବା ଜଙ୍ଗଲ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତବର୍ଷ ସବୁ ଖାଁ ଖାଁ ହୋଇଯାଇଛି।

ରାଜା ଯଯାତି କେଶରୀଙ୍କ ସମୟରେ କେଶରୀ କୁଣ୍ଡକୁ ଏକ ପୁଣ୍ୟ ତୀର୍ଥଭାବେ ପରିଗଣିତ କରାଯାଇଥିଲା। ଯେଉଁମାନେ ଗଙ୍ଗାଗୟା ଯିବାରେ ଅକ୍ଷମ ହୁଅନ୍ତି, ସେମାନେ ଏଠାରେ ପିଣ୍ଡଦାନ କରି ପୁଣ୍ୟପ୍ରାପ୍ତ କରିଥାନ୍ତି। ଏପରିକି ମକର ସମୟରେ ବହୁ ଭକ୍ତ ଏଠାରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିଥିବା ଅନୁମାନ କରାଯାଏ। ଏହାର ସୁରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ସୁବ୍ୟବସ୍ଥା କରା ନ ଗଲେ ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ସୁଅ କମିଯିବ।
-ପଦ୍ମିନୀ ମିଶ୍ର, କବି ତଥା ଆଇନଜୀବୀ

କେଶରୀ କୁଣ୍ଡ ୨୦୦୮ ମସିହାରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଖି ଦୃଶିଆ ସେପରି କିଛି ଉନ୍ନତି ହୋଇପାରିନାହିଁ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ବିମୁଖତା ଦେଖାଦେଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି। ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
-ବିଦୁ ଭୂଷଣ ପତି, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri